ଜିଲ୍ଲା ପରିକ୍ରମା

ଭଦ୍ରକ : ବିନା ଡାକ୍ତରରେ ଚାଲିଛି ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲା ବନ୍ତ ବ୍ଳକର ଏକମାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଗରପଡାରେ ଅବସ୍ଥିତ। ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝର ଜିଲାର ଲୋକମାନେ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି। ମାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ, ଶିଶୁ ବିଶେଷଜ୍ଞ, ଭେଷଜ ବିଶେଷଜ୍ଞ, ସର୍ଜରୀ ବିଶେଷଜ୍ଞ, ସ୍ୱାସ୍ଥ୍ୟକେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଏବଂ ରେଗୁଲାର ଫାର୍ମାସିଷ୍ଟ ପଦବୀ ଖାଲି ଡିଥିବାରୁ ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି କେବଳ ରେଫେରାଲ ସେଣ୍ଟର ପାଲଟି ଯାଇଛି। କେବଳ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଭାବେ ଜଣେ ଡାକ୍ତର ସୁପରିଟେଣ୍ଡେଣ୍ଟ ଦାୟିତ୍ୱ ତୁଲାଉଛନ୍ତି। ଅଡାଳପଙ୍କ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ନୂତନ)ର ଡାକ୍ତର ଓ କାଦବରାଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ନୂତନ)ର ଡାକ୍ତର ଡେପୁଟେସନରେ ଏଠାକୁ ଆସି ରୋଗୀସେବା କରୁଛନ୍ତି। କାଦବରାଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କର ବରପଦା ମେଡିକାଲକୁ ବଦଳି ହୋଇଯାଇଥିବା ଜଣାପଡିଛି। ସେହିପରି ଅଡାଳପଙ୍କ ଫାର୍ମାସିଷ୍ଟ ଡେପୁଟେସନରେ ଏଠାକୁ ଆସି କାର୍ଯ୍ୟ କରୁଛନ୍ତି। ଡିଡିସି ଫାର୍ମାସିଷ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବା ଦେଖାଯାଉଛି। ଏହାବାଦ ଆୟୁଷ ଡାକ୍ତର ଜଣେ ରୋଟେସନ ଅନୁଯାୟୀ ସେବା କରୁଥିବା ବେଳେ ଉକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ସହିତ ରେଗୁଲାର ଫାର୍ମାସିଷ୍ଟ ନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଡାକ୍ତର ଅଭାବ ଅଛି ବୋଲି ବିଭିନ୍ନ ରାଜନୈତିକ ଦଳର ଲୋକ ପ୍ରତିନିଧିମାନେ ଜାଣି ମଧ୍ୟ ଡାକ୍ତର ପଦବୀ ପୂରଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଏଠାରେ ଏହିସବୁ ପଦବୀ ଖାଲି ପଡିଥିଲେ ମଧ୍ୟ ସ୍ଥାନୀୟ ସ୍ୱାସ୍ଥ୍ୟ ସୁରକ୍ଷା କମିଟି ଜାଣି କୌଣସି କାର୍ଯ୍ୟ କରୁନଥିବା ଦେଖାଯାଇଛି। ତେଣୁ ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତର୍ୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top