ଭଦ୍ରକ ବିଧାନସଭା କ୍ଷେତ୍ରରେ ଯୁବ-ଛାତ୍ର ସମ୍ପର୍କ ଅଭିଯାନ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ବିରୁଦ୍ଧରେ ଏକଜୁଟ ହେବାକୁ ଅନୁଭବଙ୍କ ଆହ୍ୱାନ

ଭଦ୍ରକ, ୨୩ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଜାତୀୟ ରାଜନୈତିକ ଦୃଶ୍ୟପଟ୍ଟରେ ଗୋଟିଏ ଦଳ ଭାରତକୁ ଦୀର୍ଘ ୬୦ବର୍ଷ ଧରି ଲୁଟିବା ସହ ଦେଶର ଇଜ୍ଜତକୁ ନିଲାମ କରିଛି। ଅପରପକ୍ଷରେ ଅନ୍ୟ ଏକ ରାଜନୈତିକ ଦଳ ଭାରତବାସୀଙ୍କ ଆଶା ଭରସା ନେଇ କ୍ଷମତାକୁ ଆସିବା ପରେ ଦୀର୍ଘ ୪ବର୍ଷ ଧରି ମିଛ ବିକ୍ରୀ କରିଆସିଛି। ଏହି ଦଳ ନିଜର ନିର୍ବାଚନୀ ଇସ୍ତାହରରେ ପ୍ରତ୍ୟେକ ବର୍ଷ ୨କୋଟି ଯୁବକଙ୍କୁ ନିଯୁକ୍ତିର ପ୍ରତିଶ୍ରୁତି ଦେଇଥିଲା। ପ୍ରତ୍ୟେକ ଭାରତୀୟଙ୍କ ଜନଧନ ଆକାଉଣ୍ଟ ରେ ୧୫ଲକ୍ଷ ଟଙ୍କା ଜମା ହେବ ବୋଲି ପ୍ରତିଶ୍ରୁତି ମିଳିଥିଲା। ଆମ ରାଜ୍ୟ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ଏସମସ୍ତ ପ୍ରତିଶ୍ରୁତି ମଧ୍ୟରୁ କୌଣସି ଗୋଟିଏ ମଧ୍ୟ ପୂରଣ ହୋଇନାର୍ହି। ଅପରପକ୍ଷରେ ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟି କରି ଏହି ଦଳ ଭାରତରେ ଘୋର ଅରାଜକତା ସୃଷ୍ଟି କରିବାର ଉଦ୍ୟମ ଜାରୀ ରଖିଛି। କିନ୍ତୁ ଆମ ରାଜ୍ୟ ଓଡ଼ିଶାରେ କ୍ରମାଗତ ୪ର୍ଥ ଥର ପାଇଁ ସାଢ଼େ ଚାରିକୋଟି ଓଡ଼ିଆଙ୍କ ହୃଦୟ ଜିତି ନବୀନ ପଟ୍ଟନାୟକ ରାଜ୍ୟରେ ମୁଖ୍ୟମନ୍ତ୍ର ଭାବେ କ୍ଷମାତାସୀନ ହେବା ସହ ରାଜ୍ୟର ମର୍ଯ୍ୟାଦାକୁ ଦେଶ ଓ ବିଦେଶରେ ବୃଦ୍ଧି କରିଛନ୍ତି ବୋଲି ଆଜି ଭଦ୍ରକ ଐତିହାସିକ ଗାନ୍ଧୀ ପଡ଼ିଆ ଠାରେ ଅନୁଷ୍ଠିତ ଭଦ୍ରକ ବିଜୁ ଯୁବ-ଛାତ୍ର ସମ୍ପର୍କ ଅଭିଯାନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟସଭା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି କହିଛନ୍ତି। ଭଦ୍ରକ ନିର୍ବାଚନମଣ୍ଡଳୀସ୍ତରୀୟ ସଭାପତି ପ୍ରବୀର କୁମାର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ସଭାରେ ସାଂସଦ ତଥା ଜିଲ୍ଲା ସଭାପତି ଅର୍ଜୁନ ଚରଣ ସେଠୀ, ଭଦ୍ରକ ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକ, ରାଜ୍ୟ ବିଜୁ ଯୁବ ଜନତା ଦଳର ସଭାପତି ଅମରେଶ ପତ୍ରୀ, ବିଜୁ ଛାତ୍ର ଜନତାର ରାଜ୍ୟ ସଭାପତି ରାଣାପ୍ରତାପ ପାତ୍ର, ରାଜ୍ୟ ଛାତ୍ର ବିଜେଡ଼ିର ମହାସଚିବ ହରିଶଙ୍କର ରାଉତ୍, ଜିଲ୍ଲା ବିଜେଡ଼ି ଉପସଭାପତି ତଥା ଯୁବ ସଂଗଠକ ଅସିତ ପଟ୍ଟନାୟକ(ବୁଲୁ), ପୌରାଧ୍ୟକ୍ଷ ମାନସ ମହାନ୍ତି, ବ୍ଳକ ଅଧ୍ୟକ୍ଷ ରଘୁନାଥ ଧଳ, ଉପାଧ୍ୟକ୍ଷା କୌସେରା ବେଗମ, ବ୍ଳକ ଉପାଧ୍ୟକ୍ଷା ଜ୍ୟୋସ୍ନାମଞ୍ଜରୀ ରାଉତ୍, ବ୍ଳକ ବିଜେଡ଼ି ସଭାପତି ରାଧାକାନ୍ତ ସାମଲ, ଜିଲ୍ଲା ଯୁବ ବିଜେଡ଼ି ସଭାପତି ଦୁର୍ଗା ଦାସ, ଛାତ୍ର ବିଜେଡ଼ି ସଭାପତି ତଥାଗତ ସାମଲ, ନଗର ବିଜେଡ଼ି ସଭାପତି ଶରତ ସ୍ୱାଇଁ, ରାଜ୍ୟ ଛାତ୍ର ବିଜେଡ଼ିର ରାଜ୍ୟ ସଂଗଠନ ସଂପାଦକ ଆଶୁତୋଷ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ପାଢ଼ୀ, ସରୋଜ ନାୟକ, ସୁକାନ୍ତୀ ନାୟକ, ପ୍ରାକ୍ତନ ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ରାକେଶ ପଣ୍ଡା, ପ୍ରମୁଖ ବକ୍ତବ୍ୟ ରଖି କେନ୍ଦ୍ର ସରକାରଙ୍କ ରାଜ୍ୟ ପ୍ରତି ବୈମାତୃକ ମନୋଭାବକୁ ତୀବ୍ର ସମାଲୋଚନା କରିଥିଲେ ଓ ନବୀନ ସରକାରଙ୍କ ବହୁବିଧ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁବ ବିଜେଡ଼ିର ରାଜ୍ୟ ନେତୃମଣ୍ଡଳୀ ତାରିଣୀ ପ୍ରସାଦ ନାୟକ, ରଶ୍ମୀରଂଜନ ଦାସ, ଜ୍ୟୋତିରଂଜନ ଜେନା, ମଳୟ ପତି, ଶୁଭ୍ରାଂଶୁ ମିଶ୍ର, ଛାତ୍ର ବିଜେଡ଼ିର ସଂସଦ କୁମାର ନାୟକ, ଚିନ୍ମୟ ଦାସ. ଅସିତ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ଯୁବନେତା ପଙ୍କଜ ବଳ, କାଉନସିଲର ସେକ୍ ଜୁଲଫିକର ଅଲ୍ଲୀ, ସେକ୍ ଇସ୍ଲାମ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ, ସଭା ପ୍ରାରମ୍ଭରୁ ବିଧାୟକଙ୍କ ବାସଭବନରୁ ପ୍ରାୟ ୨ହଜାରରୁ ଉର୍ଦ୍ଧ୍ୱ କର୍ମୀଙ୍କ ପଦଯାତ୍ରା ସମଗ୍ର ସହର ପରିକ୍ରମା କରି ସଭାସ୍ଥଳରେ ପହଞ୍ଚିଥିଲା। ଯୁବନେତା ଅନିଲ ତ୍ରିପାଠୀ, ସରପଞ୍ଚ ଅଶ୍ୱିନୀ ରଣା, ଚୁଇଁ ଖାନ, ଦିପୁନ ଦିକ୍ଷୀତ, ରଂଜିତ ଲାହା, ତପନ ରାଉତ୍,,  ରାଜେଶ ଦାସ, ସୁରେଶ ଦାସ, ବଳିଆ ପଲେଇ, ବଳିଆ ଦାସ, ସେକ ଖାଲିକ୍, ନାସିରୁଦ୍ଦିନ ଖାନ, ସେକ୍ ଜାହିଦ ହବିବ୍, ଫରିଆଦ ଖାନ, ବାପି ବିଶ୍ୱାଳ, ଲାଲା ଲଳିତ ନାୟକ ପ୍ରମୁଖ ଏହି ବିଶାଳ ପଦଯାତ୍ରା ଶୋଭାଯାତ୍ରାକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *