ad
ଜିଲ୍ଲା ପରିକ୍ରମା

ଭଦ୍ରକ ବିଧାନସଭା ଆସନରେ କଂଗ୍ରେସର ସ୍ଥିତି : ନରେନ୍ ଓ ନଳିନୀ ମଧ୍ୟରେ ପ୍ରାର୍ଥିତ୍ୱକୁ ନେଇ ଛକାପଞ୍ଝା

ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ହେଉଛି ଭଦ୍ରକ ସଦର ବିଧାନସଭା କ୍ଷେତ୍ର। ଏଇ ନିର୍ବାଚନ ମଣ୍ଡଳୀରେ ଗତ ଦୁଇଥର ଯାକ ବିଜେଡି ନିଜର ଦବ୍ଦବା ଜାହିର କରିଆସୁଛି। ବିଜେଡିର ବରିଷ୍ଠ ନେତା ଯୁଗଳ କିଶୋର ପଟ୍ଟନାୟକ ୧୦ ବର୍ଷ ଧରି ନିଜ ଅକ୍ତିଆରରେ ରଖି ଆସୁଛନ୍ତି ଭଦ୍ରକ ବିଧାନସଭା କ୍ଷେତ୍ର। ଏଇ ନିର୍ବାଚନମଣ୍ଡଳୀରେ ଗତ ଦୁଇଥର ଯାକ ବିଜେଡି ନିଜର ଦବ୍ଦବା ଜାହିର କରିଆସୁଛି। ବିଜେଡିର ବରିଷ୍ଠ ନେତା ଯୁଗଳ କିଶୋର ପଟ୍ଟନାୟକ ୧୦ ବର୍ଷ ଧରି ନିଜ ଅକ୍ତିଆରରେ ରଖି ଆସୁଛନ୍ତି ଭଦ୍ରକ ବିଧାନସଭା କ୍ଷେତ୍ର। ୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ନେତା ଯୁଗଳ କିଶୋର ପଟ୍ଟନାୟକଙ୍କ ଠାରୁ କଂଗ୍ରେସର ପୂର୍ବତନ ବିଧାୟକ ନରେନ ପଲେଇ ପରାଜିତ ହୋଇଛନ୍ତି। ଭୋଟ୍ ବ୍ୟବଧାନ ମଧ୍ୟ ୨୪ ହଜାରକୁ ପାର ହୋଇଯାଇଛି। ନରେନ୍ ଦୁଇ ଦୁଇ ଥର ପରାଜିତ ହେବା ପରେ ତାଙ୍କୁ ଏଥର ଦଳୀୟ ଟିକଟ୍ ମିଳିବ କି ନାହିଁ, ତାହାକୁ ନେଇ ଆଲୋଚନା ଚାଲିଛି। ନରେନ୍ଙ୍କ ସମର୍ଥକ କହୁଥିଲେ, ନରେନ୍ ପରାଜିତ ହେଲେ କଣ ହେବ ୫୬ ହଜାରରୁ ଅଧିକ ଭୋଟ ପାଇଥିଲେ। ଏତେସଂଖ୍ୟକ ଭୋଟ୍ ପାଇ ୨୦୧୯ ରେ ଯୁଗଳଙ୍କ ଠାରୁ ପରାଜିତ ହୋଇଥିବା ନରେନ୍ଙ୍କୁ ପୁଣି ଦଳୀୟ ଟିକଟ ମିଳିବ ବୋଲି ସମର୍ଥକ କହୁଛନ୍ତି। ଏହି ଚର୍ଚ୍ଚାର କିନ୍ତୁ ଗତ କିଛିଦିନ ହେଲା ଭଟ୍ଟା ପଡିଛି। ନରେନ୍ଙ୍କ ସ୍ଥାନରେ କଂଗ୍ରେସର ଯୁବନେତା ତଥା ଜିଲା କାର୍ଯ୍ୟକାରୀ ସଭାପତି ନଳିନୀକାନ୍ତ ମହାନ୍ତିଙ୍କ ନାମକୁ ନେଇ ଚର୍ଚ୍ଚା ଚାଲିଛି। ପିସିସି ପକ୍ଷରୁ ଏଆଇସିସିକୁ ଯାଉଥିବା ତାଲିକାରେ ନଳିନୀଙ୍କ ନାମ ରହିଥିବା ତାଙ୍କ ସମର୍ଥକ କହୁଛନ୍ତି। କେବଳ ଏଆସିସିର ମୋହର ବାକି ରହିଛି। ଏଇପରି ଅବସ୍ଥାରେ ନରେନ୍ ଓ ନଳିନୀଙ୍କ ଟିକଟକୁ ନେଇ ମଧ୍ୟ ଟଣାଓଟରା ଜାରି ରହିଛି। ଦିଲ୍ଲୀରେ ଉଭୟଙ୍କର କିଛି ସମର୍ଥକ ଡେରା ପକାଇଛନ୍ତି। କିଛି ନେତା ନରେନଙ୍କ ସପକ୍ଷରେ ଯୁକ୍ତି ବାଢୁଥିବା ବେଳେ ଆଉ କିଛି ନେତା ନଳିନୀଙ୍କ ସପକ୍ଷରେ ଯୁକ୍ତି ବାଢୁଛନ୍ତି। ନୂଆ ନେତା ଓ ଯୁବ ନେତୃତ୍ୱଙ୍କୁ ଦଳ ଆଗକୁ ଆଣୁ। ସବୁବେଳେ ସେଇ ପୁରୁଣା ନେତାଙ୍କୁ ନେଇ କେତେଦିନ ଏମିତି ରାଜନୀତି ଚାଲୁଥିବା ବୋଲି କଂଗ୍ରେସର କିଛି ଯୁବନେତା ନିଜର ଖୋଲା ମତ ପ୍ରକାଶ କରିଥିବାବେଳେ ଆଉ କିଛି ନରେନ୍ ସମର୍ଥକ ବି ଏଇ ଯୁକ୍ତି ବିପକ୍ଷରେ ମତ ଦେଇଛନ୍ତି। ସେମାନଙ୍କ କହିବା କଥା, ନରେନ୍ ଜଣେ ରାଜନୀତିର ପରିପକ୍ୱ ନେତା। ତାଙ୍କର କିଛି ସଂଗଠନ ରହିଛି। ତେଣୁ ତାଙ୍କୁ କଂଗ୍ରେସର ଦଳୀୟ ଟିକଟ ଦିଆଯାଉ। ଏମିତି ଛକାପଞ୍ଝା ଭିତରେ ଚାଲିଛି କଂଗ୍ରେସର ଭଦ୍ରକ ଆସନ ପାଇଁ ଟିକଟ ଲବିରେ ଟଣାଓଟରା। କାହା ନାମରେ କଂଗ୍ରେସର କେନ୍ଦ୍ରୀୟ ହାଇକମାଣ୍ଡ ମୋହର ମାରିବେ, ତାହାକୁ ନେଇ ସସ୍ପେନସ୍ ଜାରି ରହିଥିବାବେଳେ କଂଗ୍ରେସ ରାଜନୀତି ଏବେ ଅସ୍ଥିତର ଅବସ୍ଥାରେ ରହିଛି। ଏହି ଟିକଟକୁ ନେଇ ଆଉ ଦୁଇ ତିନି ଦିନ ଭିତରେ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ଦିଲ୍ଲୀରେ ଥିବା କଂଗ୍ରେସର ଜଣେ ବରିଷ୍ଠ ନେତା ନିଜର ମତ ରଖିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top