ଓଡ଼ିଶା

ଭଦ୍ରକ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏସପି ଅଫିସ ଆଗରେ ବିକ୍ଷୋଭ ଓ କୁଶପୁତ୍ତଳା ଦାହ

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଗାଁ’କୁ କାମ ଓ ମା’କୁ ସମ୍ମାନ ନାରା ଦେଇ କ୍ଷମତାକୁ ଆସିଥିବା ନବୀନ ସରକାର ସମୟରେ ନାରୀ ନିର୍ଯାତନା ଓ ଦୁଷ୍କର୍ମ ସୀମା ଲଙ୍ଘନ କରିଛି। ରାଜ୍ୟରେ ଦିନକୁ ଦିନ ନାବାଳିକାଙ୍କ ପ୍ରତି ଗଣ ଦୁଷ୍କର୍ମର ତାଲିକା ଲମ୍ବିବାରେ ଲାଗିଛି। ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରି ହତ୍ୟା କରାଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ବଢି ଚାଲିଥିବା ଦୁଷ୍କର୍ମ ଓ କୁନ୍ଦୁଲି ପୀଡିତାଙ୍କ ପ୍ରତି ଉପଯୁକ୍ତ ନ୍ୟାୟ ପ୍ରଦାନ ଦାବି ନେଇ ବିଜେପି ଯୁବ ମୋର୍ଚ୍ଚା ଭଦ୍ରକ ଜିଲ୍ଲା ପକ୍ଷରୁ ଏସ୍ପିଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳା ଦାହ କରାଯାଇଛି। ଏହି ଅବସରରେ ଏକ ପ୍ରତିବାଦ ସଭା ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସୁରେଶ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେପି ଜିଲ୍ଲା ସଭାପତି ବଦ୍ରିନାରାୟଣ ଧଳ, ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ମନସ୍ମିତା ଖୁଣ୍ଟିଆ, ପ୍ରଭାତ ଜେନା, ଶରତ ପଢିଆରୀ, ସରୋଜ ରାଉତ, ବିକାଶ ଶ୍ରେଷ୍ଠା, ଚନ୍ଦ୍ର ମୋହନ ପାତ୍ର, ଇଂ ସତ୍ୟବ୍ରତ ଦାସ ପ୍ରମୁଖ ଉଦବୋଧନ ଦେଇ ନାରୀ ବିରୋଧୀ ନବୀନ ସରକାରଙ୍କ ତୀବ୍ର ସମାଲୋଚନା କରିବା ସହିତ କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ଦେବାରେ ସରକାର ଦଳୀୟ କର୍ମୀଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗ କରିଥିଲେ। ପରେ ମୋର୍ଚ୍ଚା ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳା ଦାହ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ସୁଧିର ଦ୍ୱିସବେଦୀ, ଚନ୍ଦ୍ର ମୋହନ ରାଉତ, ଗୀତାଞ୍ଜଳି ନାୟକ, ଲିପିକା ବାରିକ, କଳ୍ପନା ଯେନା, ପଦ୍ମିନୀ ଦ୍ୱିବେଦୀ, ମନୋରମା ପାତ୍ର, ଭାରତୀ ବିଶ୍ୱାଳ, ନିରୁପମା ରାଉତ, ଗୋପାଳ ଦାସ, ଜିଲ୍ଳା ବିଜେପିରବିଦ୍ୟାଧର ସାହୁ, ତପନ ମହାନ୍ତି, ଗୋବିନ୍ଦ ସାହୁ, ସେକ୍ ଆବୁତଲ୍ଲା, ଏନାମୁଲ ହକ୍, ସପନ ଦାସ ପ୍ରମୁଖ ଯୋଗ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top