ଜିଲ୍ଲା ପରିକ୍ରମା

ଭଦ୍ରକ: ବିଜେପି କୃଷକ ମୋର୍ଚ୍ଚା ନଗର ମଣ୍ଡଳ କମିଟି ଗଠିତ

ଭଦ୍ରକ, ୬ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ବିଜେପି କାର୍ଯ୍ୟାଳୟ ଠାରେ କୃଷକ ମୋର୍ଚ୍ଚାର ମଣ୍ଡଳ କମିଟି ୨୧ଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଯାଇଛି। ଜିଲ୍ଲା କୃଷକ ମୋର୍ଚ୍ଚାର ସଂଗଠନ କିପରି ଭାବେ ସୁଦୃଢ ହୋଇପାରିବ ସେଥିପାଇଁ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମଙ୍ଗରାଜ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟ ଉପସଭାପତି ଶଙ୍କର୍ଷଣ ଜେନା, ରାଜ୍ୟ ସଂଯୋଜକ ରଘୁନାଥ ସାହୁ, ଜିଲ୍ଳା ସାଧାରଣ ସମ୍ପାଦକ ଅଲେଖ ଦାସ, ଜିଲ୍ଲା ପ୍ରଭାରୀ ପ୍ରଭାତ ଜେନା, ଭାଜପା ଉପସଭାପତି ଶରତ ପଢିଆରୀ, ଜିଲ୍ଲା କୋଷାଧ୍ୟକ୍ଷ ପ୍ରଦୀପ୍ତ ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ। କମିଟିର ନିଷ୍ପତି କ୍ରମେ କୃଷକ ମୋର୍ଚ୍ଚା ନଗର ମଣ୍ଡଳର ସଭାପତି ଭାବେ ସନ୍ତୋଷ କୁମାର ସାହୁ, ଉପସଭାପତି ଭାବେ ସନାତନ ସାହୁ ଓ ମୁରସିଦ ଖାନ, ସାଧାରଣ ସମ୍ପାଦକ ଭାବେ ଜଗବନ୍ଧୁ ପଣ୍ଡା, ସମ୍ପାଦକ ଭାବେ(୪)ଯଥା ଅଶୋକ କୁମାର ସାହୁ, ଶଙ୍କର୍ଷଣ ଦାସ, ରତନ କୁମାର ରାମ୍, ନୀଳକଣ୍ଠ ଜେନା ଓ କୋଷାଧ୍ୟକ୍ଷ ଭାବେ ଗଗନ ବିହାରୀ ସେଠୀଙ୍କ ସହ ଅନ୍ୟ ୧୨ଜଣଙ୍କୁ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନିତ କରାଯାଇଛି ବୋଲି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ନାୟକ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top