ଜିଲ୍ଲା ପରିକ୍ରମା

ଭଦ୍ରକ : ବାସୁଦେବପୁର ସୌରଭ ସମ୍ମାନ ଉଦ୍ୟାପିତ “ଘରେ ଘରେ କଳା ସଂସ୍କୃତିର ଆନେ୍ଦାଳନ ଜରୁରୀ’

ଭଦ୍ରକ,୪ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲା ବାସୁଦେବପୁର ନବ ନିର୍ମାଣ ସେନା ପକ୍ଷରୁ ବାଲିନଗର ଯାଦବ ପଡିଆରେ ୭ ଦିନ ଧରି ଚାଲିଥିବା ବାସୁଦେବପୁର ସୌରଭ ସମ୍ମାନ ଶୁକ୍ରବାର ଉଦଯାପିତ ହୋଇଛି । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରତିଭା ସମ୍ବର୍ଦ୍ଧନା ମଧ୍ୟରେ ଉତ୍ସବ ଉଦଯାପିତ ହୋଇଥିଲା । ସମାଜସେବୀ ଗଗନ ବିହାରୀ ସେଠୀଙ୍କ ସଭାପତିତ୍ୱରେ ଅନ୍ତିମ ଦିନରେ ମୁଖ୍ୟଅତିଥି ଭାବେ ଅଧ୍ୟାପକ ଗୋପାଳଚନ୍ଦ୍ର ବେଜ, ମୁଖ୍ୟବକ୍ତା ଆଇନଜୀବୀ ପ୍ରଦୀପ ମହାନ୍ତି ଯୋଗଦେଇଥିଲେ । ଆଜିର ସମାଜରେ ପିତାମାତା ମାନେ ପିଲାମାନଙ୍କୁ ଡାକ୍ତର, ଇଞ୍ଜିନୟର ପରି ବଡ ମଣିଷଟିଏ କରିବାକୁ ଲାଗି ପଡିଛନ୍ତି । କେହି ନିଜର ପିଲାକୁ କବିଟିଏ, କଳାକାରଟିଏ ଅବା ଫଟୋଗ୍ରାଫରଟିଏ ହେବାକୁ ପସନ୍ଦ କରୁନାହାଁନ୍ତି । ଏବେ ସମୟ ଆସିଛି ଘରେ ଘରେ କଳା ସଂସ୍କୃତିର ଆନେ୍ଦାଳନ ହେବାର ଜରୁରୀ ହୋଇଛି ବୋଲି ଅତିଥିମାନେ କହିଥିଲେ । ଉତ୍ସ ବରେ ସଫଳ ଚାଷୀ ଭାବେ ହରେକୃଷ୍ଣ ବେହେରା, ସମାଜସେବୀ ନିରଞ୍ଜନ ବିଶ୍ୱାଳ, ଲୋକକଳାରେ ନୀଳକଣ୍ଠ ପାତ୍ର, ସାମ୍ବାଦିକ ବୈଲୋଚନ ସାହୁ, ସାହିତି୍ୟକ ପ୍ରଦୀପ୍ତ ମହାନ୍ତି, ଅବସରପ୍ରାପ୍ତ ବାୟୁସେନା କର୍ମଚାରୀ କୈଳାସ ନାଥ, ଶିଶୁ ପ୍ରତିଭା ମୃତୟଞ୍ଜୟ ମହାକୁଡ, ଯୁବପ୍ରତିଭା ଅଲେଖ ପରିଡା, ବରିଷ୍ଠ ଆଇନଜୀବୀ ଅମୂଲ୍ୟ କୁମାର ଦାସ, ନାୟକାଣିଡିହି ଥାନା ଅଧିକାରୀ ମାନସ ଦେଓଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ନବନିର୍ମାଣ ସେନା ସଭାପତି ଜୟପ୍ରକାଶ ମଲ୍ଲିକ, ସଂପାଦକ ସତ୍ୟପ୍ରିୟ ମହାନ୍ତି କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ । ସାମ୍ବାଦିକ ରଞ୍ଜନ କୁମାର ନାୟକ ମଞ୍ଚ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମକୁ ମମତା ଜେନା, କୃଷ୍ଣଚନ୍ଦ୍ର ମହାକୁଡ, ପ୍ରଭାତ ନାୟକ, ସତ୍ୟଜିତ୍ ମହାକୁଡ, ସୁଦର୍ଶନ ମହାକୁଡ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ସମ୍ବଲପୁରରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ଗୋଟି ୁଅ ଚାନରେ ଦର୍ଶକ ମାନେ ମଜ୍ଜା ଉଠାଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top