ଜିଲ୍ଲା ପରିକ୍ରମା

ଭଦ୍ରକ : ବାଲି ମାଫିଆଙ୍କ କବ୍ଜାରେ ସାଳନ୍ଦୀ ନଦୀ ପଠା ଗ୍ରାମବାସୀ ଆତଙ୍କିତ, ପ୍ରତିବାଦ କଲେ ମିଳୁଛି ହତ୍ୟା ଧମକ

ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଦିନ ଦ୍ୱିପହରେ ବାଲି ମାଫିଆମାନେ ବେନିୟମ ଭାବେ ପ୍ରତିଦିନ ଶହଶହ ଟ୍ରିପ ବାଲି ଉଠାଇ ·ଲାଣ କରୁଥିବା ବେଳେ ପ୍ରଶାସନ ନିଦାବିଷ୍ଣୁ ସାଜିଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନାଲଗରା ଗ୍ରାମର ସାଳନ୍ଦୀ ନଦୀପଠା ବାଲି ମାଫିଆଙ୍କ ଚରାଭୂଇଁ ପାଲଟିଛି। ଚଳିତବର୍ଷ ସରକାରୀ ଭାବେ ବାଲି ନିଲାମ ହୋଇ ନଥିବା ବେଳେ ମାଫିଆମାନେ ପ୍ରତିଦିନ ଶହଶହ ଟ୍ରିପ ୍ ବାଲି ଟ୍ରାକ୍ଟର, ମିନିଟ୍ରକ ସମେତ ଭାରିଯାନଗୁଡିକରେ ବାହାରକୁ ·ଲାଣ କରୁଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ଜିଲା ପ୍ରଶାସନକୁ ବାରମ୍ବାର ଲିଖିତ ଭାବେ ଅଭିଯୋଗ କରିଥିଲେ ସୁଦ୍ଧା ଏହାର କିଛି ପ୍ରତିକାର ହୋଇନାହିଁ। ବାଲି ଖନନ ଓ ·ଲାଣ କାର୍ଯ୍ୟ ପ୍ରାୟ ୫ବର୍ଷ ଧରି ନିୟମିତ ଏଠାରେ ·ଲିଛି। ଏଥିପାଇଁ ସରକାର ଲକ୍ଷାଧିକ ଟଙ୍କା କ୍ଷତି ସହୁଥିବା ବେଳେ ମାଫିଆମାନେ ମାଲାମାଲ ହେଉଛନ୍ତି। ଏହି ବେଆଇନ କାର୍ଯ୍ୟକୁ ଗ୍ରାମବାସୀ ବିରୋଧ କଲେ ମାଫିଆଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ଏପରିକି ହତ୍ୟା ଧମକ ମଧ୍ୟ ଦିଆଯାଉଛି। ଏଥିରେ ଭୟଭୀତ ହୋଇ ଅନେକ ସମୟରେ ଗ୍ରାମବାସୀ ବିରୋଧ କରିବାକୁ ପଛଘୁଞ୍ଚା ଦେଉଛନ୍ତି। ପ୍ରଶାସନିକ ସ୍ତରରେ ବାଲି ଖନନ ଓ ଉଠାଣରେ ନିରବତା ଯୋଗୁଁ ମାଫିଆମାନେ ପ୍ରୋତ୍ସାହିତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପର୍ଯ୍ୟାପ୍ତ ପରିମାଣରେ ବାଲି ଓ ବାଲିମିଶା ମାଟି ନଦୀ ପଠାରୁ ଖୋଳି ନେଉଥିବାରୁ ୧୦/୧୫ ଫୁଟ ଗଭୀରର ଗର୍ତ୍ତମାନ ସୃଷ୍ଟି ହୋଇ ଗୃହପାଳିତ ପଶୁ ଓ ମଣିଷ ଦୁର୍ଘଟଣାର ଶିକାର ହେଉଥିବା ନଜିର ରହିଛି। ବନ୍ୟା ସମୟରେ ନଦୀର ଗତିପଥ ବଦଳି ନିକଟସ୍ଥ ଗ୍ରାମଗୁଡିକ ପ୍ରତି ବିଦ ସୃଷ୍ଟି କରୁଛି। ଏହା ସହିତ ନଦୀ ତଟ ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ଖୁଣ୍ଟଗୁଡିକ ପ୍ରତି ବିପଦ ରହିଛି। ନଦୀ ତଟବର୍ତ୍ତୀ ଗ୍ରାମ ନାଲଗରା, ଭୀମପୁର, କୁଡିଆମାଳ, ତିଗିରିଆ, ତାଳବଣୀ ଆଦି ଗ୍ରାମର ରାସ୍ତା ଦେଇ ପ୍ରତିଦିନ ଶହଶହ ସଂଖ୍ୟାର ଟ୍ରାକ୍ଟର ଯିବା ଆସିବା ଫଳରେ ରାସ୍ତା ନଷ୍ଟ ହେବା ସହିତ କର୍କଶ ଶବ୍ଦରେ ନିକଟସ୍ଥ ସ୍କୁଲଗୁଡିକରେ ପାଠପଢା ବ୍ୟାହତ ହେଉଛି। ଉପରୋକ୍ତ ବିଭିନ୍ନ ସମସ୍ୟାକୁ ନେଇ ଗତ ସୋମବାର ଗ୍ରାମବାସୀଙ୍କ ତରଫରୁ ସଞ୍ଜୟ କୁମାର ଜେନା, ପ୍ରଶାନ୍ତ ରାଉତ, ବନମାଳୀ ଜେନା, ଅଭିମନ୍ୟୁ ମୁଦୁଲି, କାର୍ତ୍ତିକ ବାରିକ, ସୌଭାଗ୍ୟ ଜେନା, ହରିହର ମହାକୁଢ, ସଂଜୀବି ଜେନା, ଗଣେଶ ବାରିକ, ପ୍ରଶାନ୍ତ ସାହୁ, ରାଜେନ୍ଦ୍ର ରଣା ପ୍ରମୁଖ ଜିଲାପାଳଙ୍କୁ ଭେଟି ଏହି ବେନିୟମ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଦୃଢ ଦାବି ଉପସ୍ଥାପନ କରିଛନ୍ତି। ଏଥିପ୍ରତି ଜିଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ନଦିଏ ତେବେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top