ଭଦ୍ରକ : ବାଟ ହୁଡିଛି ସରକାରଙ୍କ ଅଗ୍ନି ନିରାପତ୍ତା ଆଇନ ନିର୍ଦେଶରେ ରହିଗଲା ସରକାରୀ ନିୟମ

ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସାଧାରଣ ଧନ ଜୀବନ ସୁରକ୍ଷା ପାଇଁ ଡାଇରେକ୍ଟର ଜେନରାଲ ଅଫ ପୁଲିସ ପକ୍ଷରୁ ୬.୧୦.୨୦୧୫ ଚିଠି ନଂ ୬୫୨୫ ମୂଳେ ରାଜ୍ୟର ସମସ୍ତ ଛୋଟବଡ ଶିଳ୍ପ ସଂସ୍ଥାମାନେ ପୁଲିସ ପ୍ରଶାସନର ୧୩ଟି ଆଇନକୁ ମାନିବାକୁ କଡାକଡି ନିର୍ଦେଶ ଦେଇଥିଲେ। ସେଥିରୁ ଅଗ୍ନି ନିରପତ୍ତା ଆଇନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଉକ୍ତ ନିର୍ଦେଶକୁ ଦୁଇ ମାସ ବିତିଯାଇଥିଲେ ମଧ୍ୟ ଶିଳ୍ପ ସଂସ୍ଥାମାନେ ଉକ୍ତ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରିଚାଲିଛନ୍ତି। ଏହି ଜିଲାର ଚାନ୍ଦବାଲି ବ୍ଲକରେ ଛୋଟବଡ ଶିଳ୍ପ ପ୍ରତିଷ୍ଠାନ ଏବଂ ଘରୋଇ ବାଣିଜ୍ୟକ ସଂସ୍ଥାମାନ ରହିଛି; ହେଲେ ଏବେ ପ୍ରାୟ ୯୫% ସଂସ୍ଥାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇନାହଁ। ଚାନ୍ଦବାଲି ବ୍ଲକରେ ୩୬ ପଞ୍ଚାୟତ ଓ ଏନଏସି ୧୫ଟି ୱାର୍ଡ ପାଇଁ ରହିଛି ୨ଟି ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ। ଜରୁରୀକାଳୀନ ସମୟରେ ରାସ୍ତା ସମସ୍ୟା ପାଇଁ ସଠ୍ିକ ସମୟରେ ଅଗ୍ନିସମ ବିଭାଗ ପହଞ୍ଚିପାରୁ ନ ଥିବାରୁ ଅଗ୍ନିକାଣ୍ଡ ଘଟି ବ୍ୟାପକ ଧନଜୀବନ କ୍ଷୟକ୍ଷତି ହେଉଛି। ଏପରି ସ୍ଥଳରେ ସରକାରଙ୍କ ନିର୍ଦେଶରେ ଶିଳ୍ପ ସଂସ୍ଥାମାନେ ଅଗ୍ନି ନିରପତ୍ତା ଆଇନର ସଦୁପଯୋଗ ନ କରିବା ପୁଲିସ ବିଭାଗ ଓ ଅଗ୍ନିଶମ ବିଭାଗର କାର୍ଯ୍ୟଶ÷ଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୨୦୧୫ରୁ ୨୦୧୭ ମଧ୍ୟରେ ଚାନ୍ଦବାଲି ବ୍ଲକରେ ୧୧୨ଟି ସ୍ଥାନରେ ଅଗ୍ନିକାଣ୍ଡ ଘଟି ସାରିଛି। ସବୁ ପରେ ଏବେ ସ୍ଥାନୀୟ ଅଗ୍ନିଶମ ବିଭାଗ ଓ ପୁଲିସ ବିଭାଗର ତତ୍ପରତା ନ ଥିବାରୁ ଘରୋଇ ଓ ସରକାରୀ ଉଦ୍ୟଗଗୁଡିକ ଅଗ୍ନି ନିରାପତ୍ତା ଉପରେ ଗୁରୁତ୍ୱ ଦେଉନାହାନ୍ତି। ବାହାଘର ବେଳେ ବାଇଗଣ ରୁଆ ପରି ଦୁର୍ଘଟଣା ଘଟିଲେ ପୁଲିସ ବିଭାଗ ଓ ଅଗ୍ନିଶମ ବିଭାଗ ମଧ୍ୟରେ ନିଜ ନିଜର ଦୋଷ ଲୁଚାଇ ପରସ୍ପର ମଧ୍ୟରେ ଠେଲାପେଲା ଦେଖିବାକୁ ମିଳିଥାଏ। ପୂର୍ବରୁ ସମ୍ ହସ୍ପିଟାଲ ଓ କଟକ ଏସ୍ସିବିରେ ଭୟାବହ ଅଗ୍ନିକାଣ୍ଡ ପରେ ସରକାର ଯେଉଁ ଉଦେଶ୍ୟରେ ଏହି ନିୟମକୁ ପ୍ରସ୍ତୁତି କଲେ ତାହା ବାସ୍ତବରେ ରାଜ୍ୟସ୍ତରରୁ ବ୍ଲକ୍ସ୍ତର ଯାଏ ସଠିକଭାବେ କାର୍ଯ୍ୟକାରୀ ହେଉଛି କି ନାହଁ ତାହାର ଅନୁସନ୍ଧାନ କରାଯାଉ ନାହିଁ। ଏ ସଂର୍ପକରେ ଚାନ୍ଦବାଲି ଥାନାର ଭାରପ୍ରାପ୍ତ ଥାନାଧିକାରୀ କମଳଲୋଚନ ଭୂୟାଁଙ୍କୁ ପଚାରିବାରୁ ସେ କୁହନ୍ତି; ଚାନ୍ଦବାଲିର ସମସ୍ତ ଛୋଟବଡ ଶିଳ୍ପ ପ୍ରତିଷ୍ଠାନଙ୍କୁ ଅଗ୍ନି ନିରପତ୍ତା ଓ ତାହର ସୁରକ୍ଷା ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ଏବଂ ବାକି କିଛି ଶିଳ୍ପ ପ୍ରତିଷ୍ଠାନ ଅଗ୍ନି ନିରପତ୍ତା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିନାହାନ୍ତି; ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *