ଭଦ୍ରକ : ବନ୍ତ ବ୍ଲକ ସମ୍ମୁଖରେ ସିପିଆଇ ତରଫରୁ ବିକ୍ଷୋଭ ଓ ଦାବିପତ୍ର

ଭଦ୍ରକ, ୨୬ା୭ (ଓଡ଼ିଆପୁଅ / ପ୍ରମୋଦ ରାୟ) : କୃଷି ଓ କୃଷକମାନଙ୍କର ନାନାବିଧ ସମସ୍ୟା ସମଧାନ କରିବା ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଭାରତୀୟ କମ୍ୟୁନିଷ୍ଟ ପାଟି ତରଫରୁ ବ୍ଲକ ଅଫିସ ସମ୍ମୁଖରେ ଗଣବିକ୍ଷୋଭ ପ୍ରଦର୍ଶିତ ହେବାସହ ଛଅଦଫା ସମ୍ବଳିତ ଏକ ଦାବି ପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବନ୍ତ ବିଡିଓଙ୍କ ଜରିଆରେ ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ,ସିପିଆଇ ଅଫିସ କାର୍ଯ୍ୟାଳୟ ଠାରୁ ପୁରୁଷ ଓ ମହିଳା କର୍ମୀ ସାଥି ସମର୍ଥକ ମାନେ ହାତରେ ବ୍ୟାନର, ପ୍ଲାଏ କାର୍ଡ ଧରି ସରକାରଙ୍କ ଜନମାରଣା ନୀତିକୁ ତୀବ୍ର ସମାଲୋଚନା କରିବା ସହ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ଆନନ୍ଦ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରିଷ୍ଠନେତା ଗୋପବନ୍ଧୁ ସେଠୀ, ସିପିଆଇ ଭଦ୍ରକର ଜିଲା ସଂପାଦକ ସୁଭେନ୍ଦୁ ପ୍ରତାପ ମହାନ୍ତି, ଫକିର ବିଶ୍ୱାଳ, ଜୋନ ସଂପାଦକ ରମେଶ ଜେନା, ଆଇନଜୀବୀ ପରମେଶ୍ୱର ବାରିକ, ସୁବାସ ବେହେରା, ରତିକାନ୍ତ ଜେନା ପ୍ରମୁଖ ସରକାରଙ୍କ ଜନମାରଣ ନୀତିକୁ ତୀବ୍ର ସମାଲୋଚନା କରିବାସହ କୃଷି ଓ କୃଷକଙ୍କର ନାନାବିଧ ସମସ୍ୟାକୁ ସରକାର ଆଖିବୁଜି ଦେଇଥିବାର ପ୍ରକାଶ କରିଥିଲେ। ଏହି ଅବସରରେ କୃଷକ ମାନଙ୍କର ନାନବିଧ ସମସ୍ୟାକୁ ନେଇ ୬ଦଫା ସମ୍ବଳିତ ଦାବି ପତ୍ର ଯଥା- ଋଣଗ୍ରସ୍ତ କୃଷକମାନଙ୍କଠାରୁ କୃଷି ଋଣ ଛାଡକରିବା, କୃଷକମାନଙ୍କ ପ୍ରତିନିଧିଙ୍କ ସହ ପରାମର୍ଶକରି କୃଷି ସାମଗ୍ରୀର ଦରଦାମ ଧାର୍ଯ୍ୟ କରିବା, ଧାନର ସହାୟକମୂଲ୍ୟ ତିନି ହଜାରକୁ ବୃଦ୍ଧି କରିବା, ପ୍ରତିବ୍ଲକରେ କୃଷି ସାମଗ୍ରୀର ରକ୍ଷଣା ବେକ୍ଷଣା ପାଇଁ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା, କ୍ଷେତ୍ର ମଜୁଦୁରଙ୍କ ପାଇଁ ଆଇନ ପ୍ରଣୟନ ସହ ଭୂମିହୀନଙ୍କୁ ବାସଗୃହ ପଟ୍ଟା ପ୍ରଦାନ, ସମସ୍ତ କୃଷି ଶ୍ରମିକଙ୍କୁ ୬୦ବର୍ଷ ପରେ ଦଶ ହଜାର ଟଙ୍କା ପେନସନ ପ୍ରଦାନ ଓ ଦୈନିକ ମଜୁରୀ ୫୦୦ଟଙ୍କାକୁ ବୃଦ୍ଧି କରିବା ଇତ୍ୟାଦି ଦାବିକୁ ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବନ୍ତ ବିଡିଓଙ୍କୁ ପ୍ରଦାନ କରିଥିଲେ।। ଉକ୍ତ ବିକ୍ଷୋଭରେ ସାମିଲ ହୋଇଥିଲେ, କିଶୋର ବେହେରା, ଲକ୍ଷ୍ମଣ ବେହେରା, ହଳଧର ସ୍ୱାଇଁ, ନାରାୟଣ ସ୍ୱାଇଁ, ଅରୁଣ ରାଉତ, ଅହଲ୍ୟା ମହାକୁଡ, ମାଳତି ଜେନା, ନୃସିହ ଦାସ, ଜୟନ୍ତ ଜେନା, ଅଭିମନ୍ୟୁ ଜେନା, ରତିକାନ୍ତ ଜେନା, ଅବଦୁଲା ଖାଁ, ନାଣ୍ଡୁ ସ୍ୱାଇଁ, ରବୀନ୍ଦ୍ର ସେଠୀ, ରବୀନ୍ଦ୍ର ନାୟକ, ଲଷ୍ମଣ ବେହେରା, ସ୍ୱର୍ଣ୍ଣଲତା ଖିଲାର, ନୃସିଂହ ପରିଡାଙ୍କ ସହ ବହୁ ସାଥୀ ଓ ସମର୍ଥକ ବୃନ୍ଦ।

Leave a Reply

Your email address will not be published. Required fields are marked *