ଭଦ୍ରକ ପ୍ରିମିୟର ଲିଗ ସିଜନ-୩ , ଆର୍ୟାନ ଆଇନକ୍ସ ଫାଇଟର ବିଜୟୀ

ଭଦ୍ରକ,୭/୫ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ଭଦ୍ରକ କଲେଜ ପଡିଆରେ ଅନୁଷ୍ଠିତ ହେଉଥିବା ଭଦ୍ରକ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ତୃତୀୟ ସଂସ୍କରଣର ଆଜି ସପ୍ତମ ଦିନରେ ଗୋଟିଏ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ଆର୍ୟାନ ଆଇନକ୍ସ ଫାଇଟର ଓ ଉଦଳାର ୟୁନିକ ଇଲେଭେନ ମୁକାବିଲା ହୋଇଥିଲା। ୟୁନିକ ଇଲେଭେନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ଉଇକେଟ ହରାଇ ୧୪୬ ରନ କରିଥିଲା। ଦଳ ପକ୍ଷରୁ ଆଦିତ୍ୟ ବାସା ୫୭ ଓ ପ୍ରଦିପ୍ତ ଦାସ ୪୬ ରନ କରିଥିଲେ। ଆଇନକ୍ସ ପକ୍ଷରୁ ମହମ୍ମଦ ଆକ୍ରାମ ୪ଟି ଉଇକେଟ ନେଇଥିଲେ। ୧୪୭ରନର ପିଛା କରି ଆଇନକ୍ସ ଦଳ ୧୭.୨ ଓଭରରେ ମାତ୍ର ୨ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ରାଜିବ ଲୋଚନ ବେହେରା ୬୮ ଓ ଆଶିଷ ମିତ୍ର ୩୬ ରନ କରିଥିଲେ। ମହମ୍ମଦ ଆକ୍ରାମଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ଅତିଥି ମନୋରଞ୍ଜନ ପଣ୍ଡା ପ୍ରଦାନ କରିଥିଲେ। ଆଜିର ମ୍ୟାଚକୁ ଅସିତ ଦାସ, ବିନ୍ଦୁ ସାଗର ବାରିକ ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ମାନସ ରଞ୍ଜନ ସାହୁ ଦାୟିତ୍ୱ ତୁଲାଇଥିଲେ।

Leave a Reply

Your email address will not be published. Required fields are marked *