ଜିଲ୍ଲା ପରିକ୍ରମା

ଭଦ୍ରକ ପ୍ରିମିୟର ଲିଗ୍ ସଂସ୍କରଣ(୪) ୨୦୧୯ ନିଲାମ ମହୋସôବ

ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବତଟ ରେଳବାଇ କ୍ରୀଡ଼ାସଂସଦ ଅନୁକୂଲ୍ୟରେ ଭଦ୍ରକ ପ୍ରିମିୟର ଟି-୨୦ ଲିଗ୍ ୪ର୍ଥ ସଂସ୍କରଣ ଆସନ୍ତା ଜାନୁଆରୀ ୩ତାରିଖ ରେଳବାଇ ପ୍ରାଙ୍ଗଣରେ ଅନୁଷ୍ଠିତ ହେବ । ଏହା ଜାନୁଆରୀ ୧୩ ପର୍ଯ୍ୟନ୍ତ ଚାଲିବ । ଏଥି ପାଇଁ ଖେଳାଳୀ ଚୟନ ପ୍ରକ୍ରିୟାର ନିଲାମ ମହୋସôବ ରେଳବାଇ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ୬ଗୋଟି ଦଳର ଫା୍ରଞ୍ଚାଇଜରମାନେ ଉପସ୍ଥିତ ରହି ପାଖାପାଖି ୧୫୦ ବଛା ବଛା ଖେଳାଳୀଙ୍କ ମଧ୍ୟରୁ ୮୦ଜଣଙ୍କୁ ନିଜ ନିଜ ଟିମ ପାଇଁ ଚୟନ କରିଥଲେ । ଫ୍ରାଞ୍ଚାଇଜ ଦଳଗୁଡ଼ିକ ହେଲେ ଭଦ୍ରକ ନାଇଟ ହଣ୍ଟର୍ସ, ସନରାଇଜ ସୁପରଜାଏଣ୍ଟ, ମହାବୀର ୱାରିୟର୍ସ, ଚରମ୍ପା ବ୍ଲାଷ୍ଟର୍ସ, ଭଦ୍ରକ ବୁଲ୍ସ, ୟୁନିକ୍ ଫାଇଟର୍ସ୦୦୦୭ । ଏହି ନିଲାମୀ ଉସôବରେ ସମ୍ମାନିତ ଅତିଥି ଭାବେ ନବରତ୍ନ ଜୁଏଲାର୍ସର ମୁଖ୍ୟ ବାଦଲ ସାହୁ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉସôାହିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପରିଚଳନା କରିବାରେ ଚେଆରମେନ ବୁଲୁ ମହାନ୍ତି, ସହ ସଂପାଦକ ଶ୍ରୀଧର ମିଶ୍ର, ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ନିଲାମୀ ପ୍ରକ୍ରିୟାକୁ ସୁଚାରୂପେ ପରିଚାଳନା କରିବାରେ ସହାୟତା କରିଥିଲେ ସଭାପତି ରଂଜନ ଦାସ, ଉପସଭାପତି ସଂଜୟ ମିଶ୍ର । ମଞ୍ଚ ପରିଚାଳନା କରିଥିଲେ ଶୁଭେନ୍ଦୁ ବେହେରା, ଦିଲି୍ପ ଦାସ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବାରେ ସଂପାଦକ ହୃଦାନନ୍ଦ ଦାସ, ଚିତ୍ତରଂଜନ ମିଶ୍ର, ରମେଶ ପାଗଲ, ପରେଶ ନାୟକ, ରମେଶ ଚୌଧୁରୀ, ବିମଳ ମିଶ୍ର, ଟି.ଭାସ୍କର ରାଓ, ରାଜେଶ ନାୟକ, ଶ୍ରୀବସô ଉପାଧ୍ୟାୟ, ମଣ୍ଟୁ ମହାନ୍ତି, ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏଥର ନିଲାମ ପ୍ରକ୍ରିୟା ଏକ ରୋଚକପୂର୍ଣ୍ଣ ଢ଼ଙ୍ଗରେ ଆୟୋଜନ ହୋଇଥିଲା । ଚରମ୍ପା ବାଷ୍ଟର୍ସର ମାଲିକ ତପନ ରାଉତ, ଅଲରାଉଣ୍ଡର ହର୍ଷିତ ରାଠୋରଙ୍କୁ ୧୧ହଜାର ମୂଲ୍ୟରେ କିଣିବା ପରେ ଭଦ୍ରକ ନାଇଟ ହଣ୍ଟର୍ସ ଅଲରାଉଣ୍ଡର ଜ୍ୟୋତିରାଜ ମହାରଣାଙ୍କୁ ୧୧ହଜାର ୧ଶହ ଟଙ୍କାରେ କିଣି ସମସ୍ତଙ୍କୁ ଚକିତ କରିଥିଲେ । ସଂପାଦକ ଶ୍ରୀ ଦାସ ଧନ୍ୟବାଦ ଦେଇ ସୂଚନା ଦେଇଛନ୍ତିଯେ ପ୍ରତ୍ୟେକ ଫ୍ରାଞ୍ଚାଇଜ ଟିମରେ ଜାତୀୟସ୍ତରର ଖ୍ୟାତାନାମା ୪ଜଣ ଖେଳାଳୀ, ପ୍ରତ୍ୟେକ ମ୍ୟାଚରେ ଅଂଶଗ୍ରହଣ କରି ଟୁର୍ଣ୍ଣାମେଣ୍ଟର ସମ୍ମାନ ବୃଦ୍ଧି କରିବାରେ ସାହାର୍ଯ୍ୟ କରିବେ  । ନିଲାମ କାର୍ଯ୍ୟକ୍ରମ ପରେ ପ୍ରିମିୟର କମିଟି ଦ୍ୱାରା ଆୟୋଜତ ଭୋଜିକୁ ସମସ୍ତ ଖେଳାଳୀ ଓ ଫ୍ରାଞ୍ଜାଇଜରମାନେ ଉପଭୋଗ କରିଥିଲେ, ଏବଂ ସମସ୍ତେ ଭଦ୍ରକ କ୍ରିକେଟର ଉନ୍ନତି ପାଇଁ ଏପରି ଅଭିନବ ପଦକ୍ଷେପକୁ ଭୂୟସୀ ପ୍ରାଶଂସା କରିଥିôଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top