ଓଡ଼ିଶା

ଭଦ୍ରକ : ପ୍ରଧାନମନ୍ତ୍ରୀ ଆବାସରେ ଦୁର୍ନୀତି ଅଭିଯୋଗ ଅଗ୍ରାଧିକାର ତାଲିକାରେ ଥିବା ଲୋକଙ୍କୁ ମିଳୁନି, ନ ଥିବା ଲୋକ ପାଇଛନ୍ତି

ଭଦ୍ରକ, ୧୨ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) ; ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଧାମରା ଅର୍ନ୍ତଗତ ଦୋସିଙ୍ଗା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଦୋସିଙ୍ଗା ପଞ୍ଚାୟତରେ ଥିବା ଅମରନଗର ଗ୍ରାମରେ ସନ୍ଧ୍ୟାରାଣୀ ଦାସ, ମାତା- କଟି ଜେନାଙ୍କ ନାମରେ ୨୦୧୬-୧୭ ଆର୍ଥିକ ବର୍ଷରେ ଏକ ପ୍ରଧାନମନ୍ତ୍ରୀ ଆବାସ କରିବା ପାଇଁ ଅଗ୍ରାଧିକାର ତାଲିକାରେ ନାମ ଦର୍ଶା ହୋଇଥିଲା। ଏହି ଘର ନିର୍ମାଣ କରିବା ପାଇଁ ୨୩ ଡିସେମ୍ବର୨୦୧୬ରେ ଚିଠି ନଂ୨୮୦୮ରେ ଚାନ୍ଦବାଲି ବିଡିଓଙ୍କ ଅଫିସରୁ ଚିଠି ଆସିଥିଲା। କାର୍ଯ୍ୟାଦେଶ ପାଇବା ପରେ ସଂପୃକ୍ତ ହିତାଧିକାରୀ ବ୍ୟାଙ୍କକୁ ଦୌଡି ଦୌଡି ନୟାନ୍ତ ହେବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କ ବ୍ୟାଙ୍କ ଖାତାରେ ଟଙ୍କାଟିଏ ଜମା ହୋଇ ନ ଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ସେହି ଗ୍ରାମର ଅନ୍ୟ ଜଣେ ସନ୍ଧ୍ୟାରାଣୀ ଦାସ ପିତା ଜ୍ୟୋତି ଗାହାଣ, ମାତାଲିଲି ଗାହାଣଙ୍କ ନାମ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୧୬-୧୭, ଏବଂ୧୭- ୧୮ରେ ସାମିଲ ନ ଥିବା ବେଳେ ସେମାନଙ୍କୁ ଜୋର ଜବରଦସ୍ତ ମତାଇ ପ୍ରଧାନମନ୍ତ୍ରୀ ଆବାସରେ ଘର ନିର୍ମାଣ କରିବାକୁ ସଂପୃକ୍ତ ଜିଆରଏସ ମତାଇଛନ୍ତି ବୋଲି ହିତାଧିକାରୀ ମତବ୍ୟକ୍ତ କରିଛନ୍ତି। ସଂପୃକ୍ତ ହିତାଧିକାରୀଙ୍କ ନାମ ଆଜି ପର୍ଯ୍ୟନ୍ତ ଅଗ୍ରାଧିକାର ତାଲିକାରେ ନ ଥିବା ବେଳେ ୧ମେ ୨୦୧୭ରେ ୨୦ହଜାର, ୨୦ଡିସେମ୍ବର ୨୦୧୭ରେ ୩୦ହଜାର ଟଙ୍କା କିପରି ଏହି ହିତାଧିକାରୀଙ୍କ ବ୍ୟାଙ୍କ ଜମା ଖାତାକୁ ଆସିଲା ତାହା ସନ୍ଦେହ ଘେରରେ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ଅଗ୍ରାଧିକାର ତାଲିକାରେ ନାମ ଉଲ୍ଲେଖ ନ ଥାଇ ମଧ୍ୟ କିରି ଜାଲିଆତି କରି ଘର କରିବା ପାଇଁ ବାଧ୍ୟ କରୁଛନ୍ତି ତାହାର ଏକ ଉଦାହରଣ ଦେଖିବାକୁ ମିଳୁଛି। ଏହି ଘଟଣାର ସତ୍ୟାସତ୍ୟ ଉପରେ ଦୋସିଙ୍ଗା ପଞ୍ଚାୟତରେ ସରପଞ୍ଚଙ୍କ ପ୍ରତିନିଧିଙ୍କୁ ପଚାରିବାରେ ସେ ଘଟଣାଟି ସଂପୂର୍ଣ୍ଣ ସତ୍ୟ ଏବଂ ଏହି ଘଟଣାରେ ପୂବତନ ତଥା ବର୍ତ୍ତମାନ ଗ୍ରାମ ରୋଜଗାର ସେବକ ଏହି ଘଟଣାରେ ସଂପୃକ୍ତ ଅଛନ୍ତି ବୋଲି କହିଛନ୍ତି। ସେହିପରି ସେହି ପଞ୍ଚାୟତର ସମିତିସଭ୍ୟ ନିଜ ପ୍ରତିକ୍ରିୟାରେ କୁହନ୍ତି ଏହି ଘଟଣାକୁ ନେଇ ଆମେ ମର୍ମାହତ ଏବଂ ସଂପୃକ୍ତ ହିତାଧିକାରୀ ଯିଏକି କାର୍ଯ୍ୟାଦେଶ ପାଇବା ପରେ ମଧ୍ୟ ସରକାରୀ ଅନୁଦାନରୁ ବଞ୍ଚିତ ତାଙ୍କୁ ଖୁବଶୀଘ୍ର ଏହି ଯୋଜନାରେ ସାମିଲ କରାଯିବା ଦରକାର ବୋଲି ଆମେ ଚାନ୍ଦବାଲି ବିଡିଓଙ୍କୁ ଲିଖିତ ଭାବରେ ଜଣାଇବା ସହ ଜିଲାପାଳଙ୍କୁ ମଧ୍ୟ ଜଣାଇବୁ ବୋଲି କହିଛନ୍ତି। ଚାନ୍ଦବାଲି ବିଡିଓ ମନୋଜ ପାତ୍ର ନିଜ ପ୍ରତିକ୍ରିୟାରେ କୁହନ୍ତି; ଏହି ଘଟଣା ମୋ ଦୃଷ୍ଟିକୁ ଆସିଛି, ଏହାର ତଦନ୍ତ କରାଯିବା ସହ ଯଦି କୌଣସି ପରିସ୍ଥିତିରେ ପ୍ରକୃତ ହିତାଧିକାରୀ ସନ୍ଧ୍ୟାରାଣୀ ଦାସ ମାତା-କଟି ଜେନା ଏହି ଯୋଜନାରେ ସାମିଲ ହୋଇ ନାହାନ୍ତି ତାଙ୍କୁ ଖୁବଶୀଘ୍ର ଏହି ଯୋଜନାରେ ସାମିଲ କରାଯିବ ବୋଲି କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top