ଜିଲ୍ଲା ପରିକ୍ରମା

ଭଦ୍ରକ ପ୍ରଜ୍ଞାପୀଠରେ ୧୨୧ତମ ବାଞ୍ଛାନିଧି ଜୟନ୍ତୀ ପାଳିତ

ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଜାତୀୟ ମୁକ୍ତି ସଂଗ୍ରାମର ଅନନ୍ୟ ସାରଥି ତଥା ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ୧୨୧ତମ ଜିଲ୍ଲା ସ୍ତରୀୟ ଭଦ୍ରକ କଲେଜସ୍ଥିତ ପ୍ରଜ୍ଞାପୀଠ ଠାରେ ପାଳିତ ହୋଇଯାଇଛି। ସ୍ମୃତି କମିଟିର ସ୍ଥାୟୀ ସଭାପତି ପ୍ରଫେସର ଅଟ୍ଟଳ ବିହାରୀ ନାୟକ ଏବଂ ଅବସରପ୍ରାପ୍ତ ଡ଼ଃ ରାଧାରାଣୀ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ସଭାରେ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାଷା ସୁରକ୍ଷା ସମ୍ମୀଳନୀରେ ସମ୍ପାଦକ ଆଇନଜିବୀ ଗିରିଧାରୀ ନାଥଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ପ୍ରଫେସର ଡ଼ଃ ଲକ୍ଷ୍ମୀକାନ୍ତ ନାୟକ ଯୋଗଦେଇ ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ଗୁଣାବଳୀ ବନ୍ଦନା କରିଥିଲେ। ମୁଖ୍ୟବକ୍ତା ଇନଟାକ୍ର ସଦସ୍ୟ ତଥା ଅବସରପ୍ରାପ୍ତ ଡ଼ କ୍ଷୀରୋଦ କୁମାର ସାମଲ ବାଞ୍ଛାନିଧି ମହାନ୍ତିଙ୍କ ରଚିତ ଦେଶପ୍ରେମ ଓ ବୈପ୍ଳବିକ ସଙ୍ଗୀତ କିପରି ନବଯାଗରଣ ସୃଷ୍ଟି କରିଥିଲା ବକ୍ତବ୍ୟରେ କହିଥିଲେ। ସମ୍ମାନୀତ ବକ୍ତା ଭାବେ ବିଜୁସ୍ମୃତି କମିଟିର ଅଧ୍ୟକ୍ଷା ଅମିତାବାଳା ଆଚାର୍ଯ୍ୟ, ଡ଼ ପ୍ରହଲ୍ଲାଦ ପତି, ବିଦ୍ୟାଧର ପଲେଇ ପ୍ରମୁଖ ଭାରତୀୟ ଜାତୀୟ ଆନ୍ଦୋନରେ ବାଞ୍ଛାନିଧି ଓ ମହତାବଙ୍କର ଅବଦାନ ସମ୍ବଦ୍ଧରେ ଉପସ୍ଥିତ ଜନତାକୁ କିପରି ଉଦବୋଧନ ଦେଉଥିଲେ ତାହା ବକ୍ତବ୍ୟରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀକାନ୍ତ ମହାପାତ୍ର, ସନ୍ତୋଷ ମହାପାତ୍ର, ଡ଼ା ରବି ମହାପାତ୍ର, କୈଳାସ ଚନ୍ଦ୍ର ଜେନା, ସତ୍ୟପ୍ରକାଶ ସେଠୀ, ଜଗବନ୍ଧୁ ନାୟକ, ଲଲାଟେନ୍ଦୁ ମହାନ୍ତି, କୃପାସିନ୍ଧୁ ନାୟକ, କରୁଣାକର ବେହୁରିଆ, ଗୋପବନ୍ଧୁ ସାମଲ, ଅମର କୁମାର ବାରିକ ପ୍ରମୁଖ ବକ୍ତବ୍ୟରେ ବାଞ୍ଛାନିଧି ମହାନ୍ତିଙ୍କ ଭାରତମୁକ୍ତି ସଂଗ୍ରାମକୁ ଅବଦାନ ଓ ତାଙ୍କର କାଳଜୟୀ କବିତା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ପ୍ରଫେସର ଅଟ୍ଟଳ ବିହାରୀ ନାୟକଙ୍କ ରଚିତ କବିତା ପୁସ୍ତକ ଶହୀଦର ସ୍ୱର ଅତିଥି ମାନଙ୍କୁ ପ୍ରଦାନ କରାଯାଇଥିଲା। ଅଧ୍ୟାପିକା ଉଷାରାଣୀ ଜେନାଙ୍କୁ ଅତିଥି ମାନଙ୍କୁ ଆମନ୍ତ୍ରଣ କରିଥିବା ବେଳେ ଅଧିବକ୍ତା ଅଗଣୀ ଚରଣ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top