ଜିଲ୍ଲା ପରିକ୍ରମା

ଭଦ୍ରକ ପୌରାଞ୍ଚଳ ୱାର୍ଡ଼ ନଂ ୧୧ ପୁର୍ନଗଠନ ବିବାଦ ପୂଜାରୀ ସାହି ଓ ଖଣ୍ଡିଆ ବଜାରକୁ ନେଇ ଜନ ଅସନ୍ତୋଷ

ଭଦ୍ରକ,୨୫ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ପୌରାଞ୍ଚଳର ୩୦ଟି ୱାର୍ଡ଼କୁ ନେଇ ଗଠିତ ଆଗାମୀ ପୌରପରିଷଦ ନିର୍ବାଚନ ସଂକ୍ରାନ୍ତରେ ଭଦ୍ରକ ଜିଲ୍ଲାପାଳଙ୍କ ଦ୍ୱାରା ୱାର୍ଡ଼ ଗୁଡ଼ିକର ପୁର୍ନଗଠନ ତଥା ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ସଂକ୍ରାନ୍ତୀୟ ବିଜ୍ଞାପନ ନଂ ୧୦୯୨/ଜିଏଣ୍ଡଏମ୍ ୨୫-୨ତାରିଖରେ ପ୍ରକାଶିତ ହେବା ପରେ ୩୦ଟି ୱାର୍ଡ଼ର ଥିବା ବିଭିନ୍ନ ରାଜନୈତିକ ଦଳର କର୍ମୀ ଓ ସାଧାରଣ ଭୋଟର ମାନେ ଚଳଚଂଚଳ ହୋଇପଡିଛନ୍ତି । ଆଇନ ଅନୂସାରେ ଉପରୋକ୍ତ ବିଜ୍ଞାପନ ଜରିଆରେ ସ୍ୱାର୍ଥ ନ୍ୟସ୍ତ ଥିବା ବ୍ୟକ୍ତି ବିଶେଷଙ୍କ ଠାରୁ ୱାର୍ଡ଼ ଗୁଡ଼ିକର ପୁର୍ନଗଠନ ତଥା ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ସଂକ୍ରାନ୍ତରେ ଆପତ୍ତି ଅଭିଯୋଗ ଓ ମତାମତ ବିଜ୍ଞାପନ ପ୍ରକାଶନର ୧୦ଦିନ ମଧ୍ୟରେ ଗ୍ରହଣ ନିମନ୍ତେ ଜିଲ୍ଲାପାଳ ତଥା ଡ଼ିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ ଭଦ୍ରକଙ୍କ ତରଫରୁ ସୂଚନା ଦିଆଯାଇଥିଲା । ଉକ୍ତ ବିଜ୍ଞାପନ ଅନୂସାରେ ଗତ ତା ୨୪-୨-୨୦୧୮ ରିଖ ଆପତ୍ତି ଅଭିଯୋଗ ଗ୍ରହଣର ଶେଷ ତାରିଖ ଥିଲା । ଉପରୋକ୍ତ ବିଜ୍ଞପନ ବିରୁଦ୍ଧରେ ଏକାଧିକ ଆପତ୍ତି ଅଭିଯୋଗ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଦାଖଲ କରାଯାଇଥିବା ବେଳେ ୱାର୍ଡ଼ ନଂ ୧୧ର ପୁର୍ନଗଠନ ତଥା ସୀମା ନିର୍ଦ୍ଧାରଣକୁ  ତ୍ରୁଟିପୁର୍ଣ୍ଣ ଦର୍ଶାଇ ବିରୋଦ୍ଧ କରି ନଂ ୧୧ୱାର୍ଡ଼ ବାସୀଙ୍କ ସ୍ୱାର୍ଥ ରକ୍ଷା ଓ ଜନମତର ପ୍ରାଧାନ୍ୟକୁ ଗୁରୁତ୍ତ୍ୱ ଦେଇ ନରିପୁର ଗ୍ରାମର ବୁଦ୍ଧିଜୀବୀ ଗୋପିନାଥ ଦାଶଙ୍କ ଦ୍ୱାରା ଭଦ୍ରକ ଜିଲ୍ଲାପାଳ ତଥା ଡ଼ିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟଙ୍କୁ ଗତ ତା ୨୪-୨-୨୦୧୮ରିଖରେ ପ୍ରଦାନ କରାଯାଇଥିବା ଆପତ୍ତି ଅଭିଯୋଗ ଭଦ୍ରକ ଜିଲ୍ଲା ପ୍ରଶାସନ ଓ ୱାର୍ଡ଼ ନଂ ୧୧ ପାଇଁ ପ୍ରତିଦ୍ୱନ୍ଦିତା କରିଆସୁଥିବା ବିଭିନ୍ନ ରାଜନୈତିକ ଦଳ ଆଡ଼କୁ ଏକ ସନେ୍ଦହର ଆଙ୍ଗୁଳି ନିଦେ୍ର୍ଧଶ କରୁଛି । ଉକ୍ତ ଆପତ୍ତି ଅଭିଯୋଗ ଅନୂସାରେ ଉପରୋକ୍ତ ସରକାରୀ ବିଜ୍ଞାପନରେ ୱାର୍ଡ଼ ନଂ ୧୧ ପାଇଁ ଧାର୍ଯ୍ୟ କରାଯାଇଥିବା ଦକ୍ଷିଣ ପାଶ୍ୱର୍  ସୀମା ଅଧିନରେ ଭଦ୍ରକ ସହରାଞ୍ଚଳ ଥାନା ଛକ ନିକଟରେ ଅବସ୍ଥିତ ପୁଜାରୀ ସାହି ଅଂଚଳ ୱାର୍ଡ଼ ନଂ ୧୧ର ମଧ୍ୟଭାଗରେ ଅବସ୍ଥିତ ଥିଲେ ମଧ୍ୟ ଉକ୍ତ ପୁଜାରୀ ସାହିକୁ ୱାର୍ଡ଼ ନଂ ୧୧ ଅଧିନରେ ଅନ୍ତର୍ଭୁକ୍ତ କରାନଯାଇ ୱାର୍ଡ଼ ନଂ ୧୦ ଅଧିନରେ ଅନ୍ତର୍ଭୁକ୍ତ କରାଯାଇଛି । ଯେତେବେଳେ କି ୱାର୍ଡ଼ ନଂ ୧୦ ପାଇଁ ପ୍ରକାଶିତ ହୋଇଥିବା ଧାର୍ଯ୍ୟସୀମା ମଧ୍ୟରେ ଉକ୍ତ ପୁଜାରୀ ସାହି ଅଂଚଳ ଆସୁନାହିଁ । ସେହିପରି ଖଣ୍ଡିଆ ବଜାର ଅଂଚଳ ଯାହାକି ୱାର୍ଡ଼ ନଂ ୧୧ର ଧାର୍ଯ୍ୟ ସୀମା ଠାରୁ ପ୍ରାୟ ୩କିଲୋମିଟରରୁ ଅଧିକ ଦୁରରେ ଚରମ୍ପା ବଜାରର ଉତ୍ତର ଦିଗରେ ଅବସ୍ଥିତ ଥାଇ ଉପରୋକ୍ତ ସରକାରୀ ବିଜ୍ଞାପନ ଅନୁସାରେ ୱାର୍ଡ଼ ନଂ ୫ ଅଧିନରେ ଅନ୍ତର୍ଭୁକ୍ତ ହୋଇଥିଲେ ହେଁ ଉକ୍ତ ଖଣ୍ଡିଆ ବଜାର ଅଂଚଳକୁ କିପରି ୱାର୍ଡ଼ ନଂ ୧୧  ଅଧିନରେ ଗତ ପୌରପରିଷଦ ନିର୍ବାଚନ ଠାରୁ ଅନ୍ତର୍ଭୁକ୍ତ କରାଯାଇ ଆସୁଅଛି ସେ ସଂକ୍ରାନ୍ତରେ ମଧ୍ୟ ଅଭିଯୋଗକାରୀ ଶ୍ରୀ ଦାଶ ଆପତ୍ତି ଉଠାଇଛନ୍ତି । ପ୍ରକାଶ ଥାଉକି ୱାର୍ଡ଼ ନଂ ୫  ଅଧିନରେ ଅନ୍ତଭୁକ୍ତ ଥିବା ଖଣ୍ଡଆ ବଜାର ଭଦ୍ରକ ପୌରାଞ୍ଚଳ ଅଧିନରେ ନାହିଁ  । ଉପରୋକ୍ତ ସରକାରୀ ବିଜ୍ଞାପନକୁ ସଂଶୋଧନ କରାଯାଇ ପୁଜାରି ସାହି ଅଂଚଳକୁ  ୱାର୍ଡ଼ ନଂ ୧୦ ଅଧିନରୁ ବାଦ ଦେଇ ୱାର୍ଡ଼ ନଂ ୧୧ ଅଧିନରୁ ବାଦ ଦେବା ପାଇଁ  ଓ ଉପରୋକ୍ତ ତଦନ୍ତ କରିବା ପାଇଁ ଶ୍ରୀ ଦାଶ ଭଦ୍ରକ ଜିଲ୍ଲାପାଳ ତଥା ଡ଼ିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟଙ୍କ ନିକଟରେ ନିଜର ଆପତ୍ତି ଅଭିଯୋଗରେ ଦାବୀ କରିଛନ୍ତି । ଦାବୀ ପୁରଣ ନହେଲେ ନଂ ୧୧ ୱାର୍ଡ଼   ବାସୀଙ୍କ ନ୍ୟାୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ପ୍ରତିବାଦର ସ୍ୱରକୁ ଆଗାମୀ ଦିନରେ ଆହୁରି ଶାଶିତ କରି ଆଇନଗତ ବିକଳ୍ପ ଉପାୟ ଅବଲମ୍ବନ କରିବାକୁ ବାଧ୍ୟ ହେବେ ବୋଲି ପ୍ରକାଶ କରିଛନ୍ତି । ଏଣୁ ପୁଜାରିସାହି ଓ ଖଣ୍ଡିଆ ବଜାରକୁ କେନ୍ଦ୍ର କରି ସ୍ଥାନୀୟ ଅଂଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top