ଜିଲ୍ଲା ପରିକ୍ରମା

ଭଦ୍ରକ ପୌରପାଳିକାର ଚୂଡାନ୍ତ ସଂରକ୍ଷଣ ତାଲିକ

ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ପୌରପାଳିକାର ୩୦ ଟି ୱାର୍ଡର ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ସଂରକ୍ଷର ନୀତି ଅନୁଯାୟୀ ୩୦ ରୁ ୧୫ ଟି ୱାର୍ଡ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ୱାର୍ଡ ନଂ ୧, ୩, ୪, ୯, ୧୨, ୧୭, ୧୮, ୨୦ ଓ ୨୧ ନମ୍ବର ୱାର୍ଡ ଅସଂରକ୍ଷିତ ରହିଛି। ସେହିପରି ୱାର୍ଡ ନଂ ୭, ୧୧, ୧୪, ୧୫, ୧୮, ୨୩, ୨୫, ୨୬, ୨୭, ୨୮ ନମ୍ବର ୱାର୍ଡ ଅସଂରକ୍ଷିତ (ମହିଳା)ଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ଅନୁରୂପ ପଛୁଆବର୍ଗ ମହିଳାଙ୍କ ପାଇଁ ୨୯, ୩୦, ୧୩ ଓ ୫ ନମ୍ବର ୱାର୍ଡ ସଂରକ୍ଷିତ ଥିବାବେଳେ ୨, ୬, ୧୦, ୨୨ ନମ୍ବର ୱାର୍ଡ ପଛୁଆବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ଅନୁସୂଚିତ ଜାତିର ପୁରୁଷଙ୍କ ପାଇଁ ୧୬ ନଂ ୱାର୍ଡ ଓ ଅନୁସୂଚିତ ମହିଳାଙ୍କ ପାଇଁ ୨୪ ନମ୍ବର ୱାଡର୍ଠ ସଂରକ୍ଷିତ ରହିଛି। ୮ ନମ୍ବର ୱାର୍ଡ ଅନୁସୂଚିତ ଜନଜାାତି ପାଇଁ ସଂରକ୍ଷିତ ରହିଛି। ଏଠାରେ ସୂଚନାଯୋଗ୍ୟ ପୂର୍ବରୁ ପ୍ରଶାସନ ପକ୍ଷରୁ ପ୍ରସ୍ତାବିତ ସଂରକ୍ଷଣ ତାଲିକା ଉପରେ ୪୦ଟି ଅଭିଯୋଗ ପହଞ୍ଚିଥିଲା। ଯାହାର ଶୁଣାଣି କରି ପ୍ରଶାସନ ପକ୍ଷରୁ ଚୂଡାନ୍ତ ତାଲିକା ପ୍ରକାଶ ପାଇଛି। ତେବେ ଏହି ଚୂଡାନ୍ତ ତାଲିକାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିବା କେତେକ ଆଶାୟୀ ପ୍ରାର୍ଥୀ ନିକଟ ଭବିଷ୍ୟତରେ ନଗର ଉନ୍ନୟନ ସଚିବଙ୍କ ଠାରେ ଅଭିଯୋଗ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top