ଜିଲ୍ଲା ପରିକ୍ରମା

ଭଦ୍ରକ : ପୂର୍ବତନ ଆରଆଇଙ୍କ ନାମରେ ପୁଣି ଏତଲା, କାର୍ଯ୍ୟାନୁଷ୍ଠାନ ଶୂନ

ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଧାମରାର ପୂର୍ବତନ ଆରଆଇ ବିକାଶ ଦାସଙ୍କ ନାମରେ ପୁଣି ଏକ ଏତଲା ଦାୟର କରିଛନ୍ତି ଚାନ୍ଦବାଲି ତହସିଲଦାର। ସରକାରୀ ଅର୍ଥ ତୋଷାରପାତ ଅଭିଯୋଗରେ ବହୁ ପଦାଧିକାରୀ ଜଡିତ ଥିବା ଖବର ବିଭିନ୍ନ ସମ୍ବାଦପତ୍ରରେ ବାହାରୁ ଥିବାବେଳେ ତହସିଲଦାରଙ୍କର ପୁଣି ଏକ ଅଭିଯୋଗ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ୨୦୧୭-୨୦୧୮ ଏବଂ ୨୦୧୮-୧୯ ଆର୍ଥିକ ବର୍ଷରେ ଚାନ୍ଦବାଲି ତହସିଲରେ ୬ଜଣ ଆରଆଇ କାର୍ଯ୍ୟରୁ ନିଲମ୍ବନ ହୋଇ ସାରିଛନ୍ତି। ସେମାନଙ୍କ ବିରୁଦ୍ଧରେ ପ୍ରଶାସନ କଣ ଆଇନଗତ ପଦକ୍ଷେପ ନେବ ସେନେଇ ଲୋକଙ୍କ ଭିତରେ ଉତ୍କଣ୍ଠା ପ୍ରକାଶ ପାଇଛି। ୨ବର୍ଷ ମଧ୍ୟରେ ଚାନ୍ଦବାଲି ତହସିଲରେ ୪ ଜଣ ଆରଆଇ ନିଲମ୍ବନ ହୋଇ ସାରିଥିବା ବେଳେ ଧାମରାରେ କାର୍ଯ୍ୟରତ ଜଣେ ଅତିରିକ୍ତ ତହସିଲଦାର କାର୍ଯ୍ୟାଳୟରେ ମଦ୍ୟପାନ କରୁଥିବାରୁ ତାଙ୍କୁ ମଧ୍ୟ ନିଲମ୍ବନ କରାଯାଇଥିଲା। ଶେଷରେ ତହସିଲର ମୁଖ୍ୟ କିରାଣି ନିଜ ଅଫିସର ଜଣେ ମହିଳା କର୍ମଚାରୀଙ୍କୁ ପ୍ରେମ ନିବେଦନ କରି କାର୍ଯ୍ୟରୁ ନିଲମ୍ବନ ହୋଇଥିଲେ। ଇତି ମଧ୍ୟରେ ଅତିରିକ୍ତ ତହସିଲଦାର ଶାନ୍ତିରାମ ହେମ୍ବ୍ରମ ପୁଣି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଗତ ୪ ତାରିଖରେ ଚାନ୍ଦବାଲି ତହସିଲଦାର ପ୍ରେମାଂଶୁ ଚାନ୍ଦ ଧାମରାରେ ଥିବା ପୂର୍ବତନ ଆରଆଇ ବିକାଶ ଦାସଙ୍କ ନାମରେ ପୁଣି ଏକ ଲିଖିତ ଅଭିଯୋଗ ବାଂଶଡା ଥାନାରେ କରିଛନ୍ତି। ବିକାଶ ଦାସ ଧାମରାରେ ଆରଆଇ ଥିବା ସମୟରେ ଜାଗୁଳା ପଞ୍ଚାୟତରୁ ୪ ହଜାର ୨ ଶହ ଟଙ୍କା(ସୈରାତ ନିଲାମ) ରାଜସ୍ୱ ଆଦାୟ କରି ପାଉତି କାଟିଥିବା ବେଳେ ଏହି ପାଉତିର ଦ୍ୱିତୀୟ କପିରେ କାହାରି ନାମ କିମ୍ବା ଟଙ୍କା ଉଲ୍ଲେଖ କରି ନଥିଲେ ବୋଲି ଚାନ୍ଦବାଲି ତହସିଲଦାରଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ପରେ ଆରଆଇ ବିକାଶ ଦାସ ସରକାରୀ ଧନ ଆତ୍ମସାତ କରିଥିବାରୁ ତହସିଲଦାର ବାଂଶଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଥାଉକି, ବିକାଶ ଦାସ ୨୦୧୫-୧୬ ଆର୍ଥିକ ବର୍ଷରେ ନାଲଗୁଣ୍ଡା ପଞ୍ଚାୟତରୁ ବିଜୟ ଦାସଙ୍କ ନିକଟରୁ ଇଟାଭାଟି ବାବଦରେ ୬ ହଜାର ୭ ଶହ ଟଙ୍କା ଆଦାୟ କରି ସରକାରଙ୍କ ରାଜସ୍ୱରେ ଗୋଟିଏ ଟଙ୍କା ମଧ୍ୟ ଜମା କରି ନଥିବା ସଂପର୍କରେ ଚାନ୍ଦବାଲି ଥାନାରେ ଗତ ନଭେମ୍ବର ମାସ ଅଭିଯୋଗ ହୋଇଥିଲା। ପରେ ଧାମରା ବିଶ୍ୱାଳ ବିଲଡର୍ସ ପାଖରୁ ବାଲି ରାଜସ୍ୱ ବାବଦରେ ସଂପୃକ୍ତ ବିକାଶ ଦାସ ୧୦ ହଜାର ଟଙ୍କା ରାଜସ୍ୱ ଆଦାୟ କରି ପ୍ରଥମ ପାଉତିରେ ଦର୍ଶାଇଥିବା ବେଳେ ଦ୍ୱିତୀୟ କପିରେ ମାତ୍ର ୧ ହଜାର ଟଙ୍କା ଦର୍ଶାଇ ୯ ହଜାର ଟଙ୍କା ଆତ୍ମସାତ କରିଥିଲେ। ଏନେଇ ତହସିଲଦାର ଗତ ଡିସେମ୍ବର ମାସ ବାଂଶଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଜାଗୁଳା ପଞ୍ଚାୟତରୁ ୪ ହଜାର ୨ ଶହ ଟଙ୍କା ସଂପୂର୍ଣ ଗାଏବ କରିବା ଘଟଣା ହେଉଛି ତୃତୀୟ ଅଭିଯୋଗ। ତେବେ ଚାନ୍ଦବାଲି ତହସିଲରେ ଏହି ରାଜସ୍ୱ ବାଟମାରଣାର ଏକ ଭିଜିଲାନ୍ସ ତଦନ୍ତ ହେବା ଜରୁରୀ ହୋଇ ପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top