ଭଦ୍ରକ : ପୂର୍ତ୍ତ ବିଭାଗର ସମ୍ବାଦଦାତା ସମ୍ମିଳନୀ ପୂର୍ତ୍ତ ବିଭାଗ ଅଧୀନକୁ ଗଲା ୪ ପ୍ରମୁଖ ବାଇପାସ ରାସ୍ତା

ଭଦ୍ରକ, ୧୦ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ଧାମନଗର ଜଳସେଚନ ଡାକବଙ୍ଗଳାରେ ଓଡିଶା ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ସମ୍ବାଦଦାତା ସମ୍ମିଳନୀ ଡକାଯାଇ ଧାମନଗର ବିଜ୍ଞାପିତ ଅଞ୍ଚଳରେ ଥିବା ୪ଟି ମୁଖ୍ୟ ପିଏସ ଓ ଜିି ବାଇପାସ ରାସ୍ତାକୁ ପୂର୍ତ୍ତ ବିଭାଗ ଅଧୀନକୁ ଯାଇଥିବା ଏବଂ ଏ ରାସ୍ତାର ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି । ଆୟୋଜିତ ଏହି ସମ୍ବାଦଦାତା ସମ୍ମିଳନୀରେ ବିଜେଡି ବ୍ଲକ ସଭାପତି ରଘୁନାଥ ଲେଙ୍କା ଅଧ୍ୟକ୍ଷତାରେ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବିଜ୍ଞାପିତ ଅଞ୍ଚଳର ବିଜେଡି ସଭାପତି ଶରତ ମହାନ୍ତି, ପୂର୍ବତନ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପିତାମ୍ବର ପାତ୍ର, ମହମ୍ମଦ ସକିଲ ଅହେମ୍ମଦ, ମହମ୍ମଦ ହବିବୁର ରହେମାନ, ସେକ୍ ଅବଦୁଲ ହାକିମ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ନିତ୍ୟାନନ୍ଦ ଦାସ ଓ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଇଂ ଅମ୍ବିକା ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ । ପୂର୍ତ୍ତ ବିଭାଗ ଅଧିଗ୍ରହଣ କରିଥିବା ସେହି ରାସ୍ତାଗୁଡିକ ହେଲା ଧାମନଗର ଏନଏସି ଅଞ୍ଚଳରେ ଥିବା ପିଡବ୍ଲ୍ୟଡି ରାସ୍ତା ଠାରୁ ପିଡବ୍ଲ୍ୟଡି ରାସ୍ତା ଭାୟା କାଟଣାପାହି ମିନି ଷ୍ଟାଡିୟମ ଏବଂ ହବିବନଗର । ଏହାର ଦୂରତା ଦୁଇ କିମି ୫୦୦ମିଟର । ଅନ୍ୟ ଏକ ରାସ୍ତା ହେଲା ପିଡବ୍ଲ୍ୟଡି ରାସ୍ତା ଠାରୁ ପୋଷ୍ଟମର୍ଟମ ସେଣ୍ଟର ଭାୟା ଧାମନଗର ପିଡବ୍ଳ୍ୟଡି ରୋଡ ପଳିକିରି ଛକ ଏବଂ ଚିଲପଦି ରାଉତ ସାହି । ଏହାର ଦୂରତା ୬ କିମି । ସେହିଭଳି ପିଡବ୍ଲ୍ୟଡି ରାସ୍ତା ଠାରୁ ଭାୟା ଜୟନଗର (ଜୋରାଗଡିଆ) । ଏହାର ଦୂରତା ଦେଢ କିମି । ଅନ୍ୟ ଏକ ରାସ୍ତା ହେଲା ଧାମନଗର ଥାନା ଛକରୁ ଭାୟା ଜଗତକଦମ ରସୁଲ । ଏହାର ଦୂରତା ଦୁଇ କିମି । ଏ ସବୁ ରାସ୍ତା ଖୁବ୍ଶୀଘ୍ର ଟେଣ୍ଡର ହୋଇ ଚଳିତ ୨୦୧୮-୧୯ ଆର୍ଥିକ ବର୍ଷରେ କାର୍ଯ୍ୟ ସରିବ ବୋଲି ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ ବୈଠକରେ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *