ଭଦ୍ରକ ପୂଜ୍ୟପୂଜା ସଂସଦର ପୂର୍ଣ୍ଣିମା ଆସର ‘ଆତ୍ମୀୟତାର ବାର୍ତ୍ତା ପ୍ରଚାର କରିଥାଏ ନାଟକ’

ଭଦ୍ରକ,୩ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) :  ହିଂସା,ଈର୍ଷା,ଦ୍ୱେଷ ପରଶ୍ରୀ କାତରତାକୁ ଦୂର କରି ସମାଜରେ ଆତ୍ମୀୟତାର ବାର୍ତ୍ତା ପ୍ର୍ରଚାର କରିଥାଏ ନାଟକ । ମଣିଷ ଓ ସମାଜକୁ ନାଟକ ହିଁ ଏକତା ସୂତ୍ରରେ ବାନ୍ଧିପାରିବ ବୋଲି ଭଦ୍ରକ ପୂଜ୍ୟପୂଜା ସଂସଦର ପୂର୍ଣ୍ଣିମା ଆସରରେ ବିଶିଷ୍ଟ ଗବେଷକମାନେ ଯୋଗଦେଇ ମତ ପ୍ରକାଶ କରିଛନ୍ତି । ମଠସାହିସ୍ଥ ‘ସାଳନ୍ଦୀ ସମା·ର’ କାର୍ଯ୍ୟାଳୟରେ ଆୟୋଜିତ ପୂର୍ଣ୍ଣିମା ଆସରରେ ଭଗବାନ ଚନ୍ଦ୍ର ନାୟକ ସଭାପତିତ୍ୱ କରିଥିଲେ । ମୁଖ୍ୟ ବକ୍ତା ଭାବେ ବାସୁଦେବ ବାରିକ ଯୋଗଦେଇ କହିଲେ ଯେ, ନାଟକ ସମାଜ ଓ ଦେଶ ପାଇଁ ଯେଉଁ ହିତସାଧନ କରେ ତାହା ଅତୁଳନୀୟ ।  ସମ୍ମାନିତ ବକ୍ତା ଭାବେ ପଦ୍ମକାନ୍ତ ଧଳ ନାଟକ ହେଉଛି ସମାଜର ଦର୍ପଣ । ଯୁଗେ ଯୁଗେ ନାଟକ ଯୋଗୁ ବିଶ୍ୱ ଇତିହାସ ପରିବର୍ତ୍ତିତ ହୋଇଯାଇଛି । ଏ ଦୃଷ୍ଟିରୁ ନାଟକର ଭୂମିକା ସମାଜ ଗଠନରେ ଅଦ୍ୱିତୀୟ ଓ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଡ.ରାମଚନ୍ଦ୍ର ପଣ୍ଡା, ନାଟ୍ୟଶ୍ରୀ ନିର୍ମଳ ରାଉତ, ପୂଜ୍ୟପୂଜା ସଂସଦର ସହସମ୍ପାଦକ କରୁଣାକର ବେହୁରିଆ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣକରି ଆମ ଜୀବନର ପ୍ରତିଟି କ୍ଷେତ୍ରରେ ନାଟକର ପ୍ରଭାବ ଉପରେ ଆଲୋକପାତ କରିଥିଲେ । ବସନ୍ତ ମିଶ୍ର,ପ୍ରୀତିଲତା ପଣ୍ଡା, ଅନୁରାଧା ମିଶ୍ର,ବିଜୟ କୁମାର ବହଳୀ,ରାଜକିଶୋର ସାହୁ,ମନୋରମା ରାୟ,ମୁକ୍ତିକାନ୍ତ ମଲ୍ଲିକ, ପ୍ରମୁଖ କବି ଓ କବୟିତ୍ରୀମାନେ ସେମାନଙ୍କ ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ସଂପାଦକ ରୂପକ ବିହାରୀ ରାୟ ସ୍ୱାଗତ ଭାଷଣ ଦେଇଥିବା ବେଳେ, ଯୁଗ୍ମ ସଂପାଦକ ବୈକୁଣ୍ଠ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ.ମନୀନ୍ଦ୍ର ମହାନ୍ତି, ଦୁଃଶାସନ ମହାନ୍ତି, ଅଜୟ ନାୟକ ପ୍ରମୁଖ ଏହି ଅବସରରେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *