ଭଦ୍ରକ : ପୁଲିସ ପୋଷାକରେ ଚୋର! ବ୍ଲକ କଂଗ୍ରେସ ସଭାପତିଙ୍କ ଘର ସମେତ ୫ ସ୍ଥାନରୁ ଚୋରି

ଭଦ୍ରକ, ୧୪ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଚୋର ପୁଲିସ ପୋଷାକରେ ଚୋରି କରିବାକୁ ଆସିବା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ୍ୟ । ଏହି ଜିଲାର ତିହିଡି ଥାନା ଅଧୀନ ଗୋଳା ପୋଖରୀ ଓ ହରିପୁର ଦୁଇଟି ଗ୍ରାମରୁ ଗୋଟିଏ ରାତି୍ରରେ ୫ ସ୍ଥାନରୁ ଚୋରି ହୋଇଛି । ଚୋରମାନେ ପୁଲିସ ପୋଷାକ ପିନ୍ଧିଥିବା ଜଣେ ଗୃହକର୍ତ୍ତା ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗୋଳାପୋଖରୀ ଗ୍ରାମରେ ଚୋରମାନେ ୩ ଜାଗାରେ ଚୋରି କରିବାକୁ ଚେଷ୍ଟା କରିଥିବା ବେଳେ ଦୁଇ ଜାଗାରେ ସଫଳ ହୋଇଛନ୍ତି । ଫତେପୁର ନାଏବ ସରପଞ୍ଚ ପ୍ରଫୁଲ ମହାପାତ୍ରଙ୍କ କବାଟ ତାଡି ଚୋରମାନେ ଘର ଭିତରେ ପ୍ରବେଶ କରିଥିଲେ । ସେମାନେ ଦୁଇଟି ବାକ୍ସ ନେଇଯାଇଥିବା ବେଳେ ତୃତୀୟ ବାକ୍ସଟି ନେଉଥିବା ବେଳେ ପ୍ରଫୁଲ ଓ ତାଙ୍କ ପରିବାର ଲୋକେ ଶବ୍ଦ ଶୁଣି ଉଠି ପଡିଥିଲେ । ଚୋରମାନେ ପଳାଉଥିବା ବେଳେ ସେମାନେ ମାଟିଆ ପୋଷାକ ପିନ୍ଧିଥିବା ଦେଖିଥିଲେ । ଖୋଜାଖୋଜି କରିବା ପରେ ବିଲରେ ବାକ୍ସ ପଡିଥିବା ଦେଖାଯାଇଥିଲା । ବାକ୍ସରେ ଥିବା ସ୍ୱଣ୍ଣ ର୍ ଅଳଙ୍କାରକୁ ଚୋରମାନେ ନେଇଯାଇଥିବା ବେଳେ ଖୋଲା ବାକ୍ସ ନିକଟରେ କେବଳ ଲୁଗାପଟା ପଡିଥିଲା । ସେହିପରି ଗୋଳାପୋଖରୀ ଗ୍ରାମର ପରିବା ବ୍ୟବସାୟୀ ଭାସ୍କର ସେଠୀଙ୍କ ଘର ତାଲା ଭାଙ୍ଗି ଦୁର୍ବୁତ୍ତମାନେ ୬ ହଜାର ଟଙ୍କା ମଧ୍ୟ ନେଇଯାଇଛନ୍ତି । ଭାସ୍କର ଓ ତାଙ୍କ ପରିବାର ଲୋକେ ଶୋଇଥିବା ବେଳେ ଏହି ଚୋରି ହୋଇଛି । ଗୋଳାପୋଖରୀ ଗ୍ରାମର ଦୀନବନ୍ଧୁ ବନ୍ଧଙ୍କ ଘରର ଗ୍ରୀଲ ଦୁର୍ବୁତ୍ତମାନେ ଭାଙ୍ଗି ଦେଇଥିବା ବେଳେ ଭିତରେ ପଶି ନପାରି ଫେରିଯାଇଛନ୍ତି । ସେହିପରି ହରିପୁର ଗ୍ରାମରେ ଚୋରମାନେ ଦୁଇ ଜାଗାରେ ଚୋରି କରିଛନ୍ତି । ବ୍ଲକ କଂଗ୍ରେସ ସଭାପତି ସରୋଜ ଦାସ ଘର ଭିତରେ ଶୋଇଥିବା ବେଳେ ଚୋରମାନେ ଛାତରୁ ଶିଡି ଦେଇ ଘର ଭିତରେ ପ୍ରବେଶ  କରିଥିଲେ । ଶ୍ରୀ ଦାସଙ୍କୁ ବାହାରୁ ଜଞ୍ଜିର ଦେଇ ଅନ୍ୟ ଘରଗୁଡିକରେ ଟଙ୍କା ସୁନା ଖୋଜାଖୋଜି କରିଥିଲେ । ଶ୍ରୀ ଦାସଙ୍କ ନିଦ ଭାଙ୍ଗିଯିବାରୁ ସେ ଅନ୍ୟମାନଙ୍କୁ ଫୋନ କରି ଘରକୁ ଡକାଇଥିଲେ । ଅନ୍ୟ ଘରେ ଥିବା ୧୦ ହଜାର ଟଙ୍କା ଚୋରି ହୋଇଥିବା ଜଣାଯାଇଛି । ସେହିପରି ହରିପୁର ଗ୍ରାମର ଆଇନଜୀବୀ ଅପୂର୍ବ ଦାସଙ୍କ ଘର ପଛପଟ ଭାଙ୍ଗି ଚୋର ଭିତରେ ପ୍ରବେଶ କରିଥିଲେ । ସେଠାରୁ କାଗଜପତ୍ର ସହ ଅନ୍ୟ କିଛି ଜିନିଷ ନେଇଛନ୍ତି ।

Leave a Reply

Your email address will not be published. Required fields are marked *