ଭଦ୍ରକ : ପୁଲିସ ଗାଡିକୁ ଅଟକାଇବା ପଡିଲା ମହଙ୍ଗା, ୫୦ରୁ ଊଦ୍ଧ୍ୱର୍ ଗ୍ରାମବାସୀଙ୍କ ନାମରେ ମାମଲା

ଭଦ୍ରକ, ୧୭ା୭ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ବାସୁଦେବପୁର ବ୍ଲକ ପଦ୍ମପୁର ପଞ୍ଚାୟତର ରୁକୁଣାଦେଇପୁର ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ଅନିୟମିତତା ପ୍ରତିବାଦରେ ଗ୍ରାମବାସୀ କେନ୍ଦ୍ରରେ ତାଲା ପକାଇବା ସହିତ କେନ୍ଦ୍ରର କର୍ମୀ ମନ୍ଦାକିନୀ ଦାସଙ୍କୁ ମାଡ ମାରିବା ସହିତ ଗାଳିଗୁଲଜ କରିବା ଘଟଣାରେ ବାସୁଦେବପୁର ଥାନାରେ ହୋଇଥିବା ମାମଲାର ତଦନ୍ତ କରିବାକୁ ଯାଇଥିବାବେଳେ ପୁଲିସ ଗାଡିକୁ ଅଟକାଇବା ସହିତ ପୁଲିସ ତଦନ୍ତରେ ବାଧା ଉପୁଜାଇଥିବା କାରଣରୁ ୫୦ରୁ ଊଦ୍ଧ୍ୱର୍ ଗ୍ରାମବାସୀଙ୍କ ନାମରେ ମାମଲା ଋଜୁ ହୋଇଥିବା ଜଣାଯାଇଛି । ପଦ୍ମପୁର ପଞ୍ଚାୟତର ରୁକୁଣାଦେଇପୁର ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ଉପୁଜିଥିବା ଅନିୟମିତତାକୁ ନେଇ ଗ୍ରାମବାସୀ କେନ୍ଦ୍ରର କର୍ମୀ ମନ୍ଦାକିନୀ ଦାସଙ୍କୁ ମାଡ ମାରିବା ଘଟଣାରେ ମନ୍ଦାକିନୀ ଦାସଙ୍କ ଅଭିଯୋଗ ଅନୁସାରେ ବାସୁଦେବପୁର ଥାନାରେ ୩ଜଣଙ୍କ ନାମରେ ମାମଲା ଋଜୁ ହୋଇଥିଲା । ଏହି ଘଟଣାର ତଦନ୍ତ ପାଇଁ ବାସୁଦେବପୁର ଥାନା ଆଇଆଇସି ନବକୃଷ୍ଣ ନାୟକ, ଏସଆଇ ଶତୃଘ୍ନ ପଲାଇ ସଦଳବଳ ଏହି କେନ୍ଦ୍ରକୁ ଯାଇଥିଲେ । ତଦନ୍ତ ସମୟରେ କେତେକ ବ୍ୟକ୍ତିଙ୍କୁ ଘଟଣା ସଶ୍ଛକୟଙ୍କର ପଚାରି ସେମାନଙ୍କର ବୟାନ ରେକର୍ଡ କରିଥିଲେ । ଏହି ତଦନ୍ତ ସାରି ପୁଲିସ ଫେରୁଥିବାବେଳେ ତଦନ୍ତରେ ସନ୍ତୋଷ ପ୍ରକାଶ ନ କରି ଗ୍ରାମବାସୀ ପୁଲିସ ଗାଡିକୁ ବେଆଇନ ଭାବରେ ଅଟକାଇଥିଲେ । ଏହି ଘଟଣାରେ ପୁଲିସ ଘଟଣାର ତଦନ୍ତ କାର୍ଯ୍ୟରେ ବାଧା ଉପୁଜାଇଥିବାକୁ ନେଇ ୫୦ରୁ ଊଦ୍ଧ୍ୱର୍ ଗ୍ରାମବାସୀଙ୍କ ନାମରେ ମାମଲା ଋଜୁ ହୋଇଥିବା ଜଣାପଡିଛି । ଏ ସଂପର୍କରେ ଥାନା ଆଇଆଇସି ଶ୍ରୀ ନାୟକ କହିବାନୁଯାୟୀ; ପୁଲିସ ତଦନ୍ତରେ ଯାଉଥିବାବେଳେ କେତେକ ଗ୍ରାମବାସୀ ପୁଲିସ କାର୍ଯ୍ୟକ୍ରମରେ ବାଧା ଉପୁଜାଇବା ସହିତ ବେଆଇନ ଭାବରେ ପୁସିଲ  ଗାଡିକୁ ଅଟକାଇବା ଯୋଗୁ ସଂପୃକ୍ତ ବ୍ୟକ୍ତିମାନଙ୍କ ଉପରେ ମାମଲା ଋଜୁ କରାଯାଇଛି ।

Leave a Reply

Your email address will not be published. Required fields are marked *