ଜିଲ୍ଲା ପରିକ୍ରମା

ଭଦ୍ରକ : ପିସିସି ସଭାପତିଙ୍କୁ ଭଣ୍ଡାରିପୋଖରୀ କଂଗ୍ରେସ ପକ୍ଷରୁ ସମ୍ବର୍ଦ୍ଧନା

ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ବନ୍ତ ମହୋସôବରେ ଯୋଗ ଦେବା ଅବସରରେ  ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଅନ୍ୟ ରାଜ୍ୟସ୍ତରୀୟ କର୍ମକର୍ତ୍ତାଙ୍କୁ ଭଣ୍ଡାରିପୋଖରୀ ବ୍ଲକ କଂଗ୍ରେସ ପକ୍ଷରୁ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବ୍ଲକ କଂଗ୍ରେସ ସଭାପତି ରଜନୀକାନ୍ତ ଚନ୍ଦଙ୍କ ନେତୃତ୍ୱରେ ବିଧାନସଭା ନିର୍ବାଚନମଣ୍ଡଳୀ ନେତା ସୁବ୍ରତ ଦାସ, ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ସବିତା ଚନ୍ଦ, ସ୍ଥାନୀୟ ସଭାପତି ରଜନୀକାନ୍ତ ଚନ୍ଦ, ଅକ୍ଷୟ ତ୍ରିପାଠୀ, ଗଣେଶ ଭାରତୀ, ଜଗତରଞ୍ଜନ ବେହେରା, ନାରାୟଣ ଘଡେଇ, ଅଜୟ ସାହୁ, ବ୍ଲକ ଅଧ୍ୟକ୍ଷା ମଞ୍ଜୁଶ୍ରୀ ବେହେରା, ପୂର୍ବତନ ଅଧ୍ୟକ୍ଷ ପୀତାମ୍ବର ନାୟକ, ସରପଞ୍ଚ ବିଜୟଶଙ୍କର ମହାନ୍ତି, ସରପଞ୍ଚ ପ୍ରଶାନ୍ତ ସାହୁ, ବିଜୟ ସ୍ୱାଇଁ, ମନୋଜ କୁମାର ନାୟକ, ସୁବାସ କାଣ୍ଡି, କୌଳାସ ଜେନା, ବେବି ଜେନା, ତପସ୍ୱନୀ ବେହେରା, ସମିତିସଭ୍ୟ ଖଗେଶ୍ୱର ଜେନା, ରଶ୍ମିତା ବେହେରା, ଚନ୍ଦ୍ରଶେଖର ଜେନା, ଜୟନ୍ତୀ ବେହେରା, ରମେଶ ଭାରତୀ, ପୂର୍ବତନ ସରପଞ୍ଚ ଚୈତନ ନାୟକ, ସମବାୟ ସମିତି ସଭାପତି ରଞ୍ଜନ ବେହୁରିଆ, ରଘୁନାଥ ବାରିକ, ଉମାକାନ୍ତ ଜେନା, ମଦନ ରାଉତ, ଯତିନ୍ଦ୍ର ସାହୁ, ନିଗମାନନ୍ଦ ଜେନା, ବେଣୁଧର ସାହୁ, ଜଗନ୍ନାଥ ସେନାପତି, ରବିନାରାୟଣ ମହାପାତ୍ର, ବସନ୍ତ ରାଉତ, ଅଭିମନୁ୍ୟ ବେହେରା, ସୁରେନ୍ଦ୍ର ବେହେରା, ହାଉଁଆ ରାଉତ, କହ୍ନେଇ ପତି, ମହେଶ୍ୱର ଦାସ ପ୍ରମୁଖ ସହସ୍ରାଧିକ କର୍ମୀ ଓ ନେତାମାନେ ନବନିଯୁକ୍ତ ପ୍ରଦେଶ କଂଗ୍ରେସ କମିଟି ନେତାମାନଙ୍କୁ ୧୬ ନଂ ଜାତୀୟ ରାଜପଥର ହନୁମାନ ଛକରୁ ରାଜୀବ ଭବନ ପରିସରକୁ ପାଛୋଟି ଆଣିଥିଲେ । ସେଠାରେ ଶ୍ରୀ ପଟ୍ଟନାୟକ କଂଗ୍ରେସ କର୍ମୀଙ୍କ ସହ ସାଙ୍ଗଠନିକ ଆଲୋଚନା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top