ଜିଲ୍ଲା ପରିକ୍ରମା

ଭଦ୍ରକ : ପଲ୍ଲୀସଭାରେ ହସ୍ତକ୍ଷେପ ନେଇ ବିଜେପିର ଆନେ୍ଦାଳନ ଧମକ

ଭଦ୍ରକ, ୨୩ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ବିଜେପି ସମର୍ଥôତ ସରପଞ୍ଚ ଥିବା ପଞ୍ଚାୟତରେ ଶାସକଦଳର ହସ୍ତକ୍ଷେପକୁ ନେଇ ଭାରତୀୟ ଜନତା ପାର୍ଟି ଆନେ୍ଦାଳନକୁ ଓହ୍ଲାଇବ ବୋଲି ଦଳ ପକ୍ଷରୁ ଧମକ ଦିଆଯାଇଛି । ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ଦଳ ଏହି ଜିଲାର ତିହିଡି ବିଡିଓଙ୍କୁ ସାକ୍ଷାତ କରି ଏ ସଂପର୍କରେ ଲିଖିତଭାବେ ଅବଗତ କରାଇଛନ୍ତି । ତିହିଡି ବିଜେପିର ମୁଖପାତ୍ର ସୀତାକାନ୍ତ ନାୟକଙ୍କ ନେତୃତ୍ୱରେ ରାଜ୍ୟ ଓବିସି ମୋର୍ଚ୍ଚାର ଉପସଭପତି ରଘୁନାଥ ପାତ୍ର, ରାଜ୍ୟ ଅନୁସୂଚିତ ଜାତିର ଉପସଭାପତି ଶରତ ଦାସ, ଜିଲା ବିଜେପି ଉପସଭାପତି ଦୁର୍ଗାଚରଣ ନାୟକ, ଅଜୟ ମହାପାତ୍ର, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶୁକଦେବ ମଲିକ, ରାଜକିଶୋର ନାୟକ, ବୁଦ୍ଧଦେବ ଜେନା, ଉମାକାନ୍ତ ଦାସ, ପ୍ରଦୀପ ବଳ, ପ୍ରତାପ ଜେନା, କାହ୍ନୁଚରଣ ଶତପଥୀ ପ୍ରମୁଖ କରିଥିବା ଅଭିଯୋଗ ଅନୁଯାୟୀ; ତିହିଡି ବ୍ଲକରେ ଯେଉଁ ପଞ୍ଚାୟତରେ ବିଜେପି ସମର୍ଥୀତ ସରପଞ୍ଚ ଅଛନ୍ତି, ସେଠାରେ ଶାସକ ଦଳର କର୍ମୀ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ହାତବାରିଶ କରି ନାନାଦି ଅସୁବିଧା ସୃଷ୍ଟି କରୁଛନ୍ତି । ଏପରିକି କାର୍ଯ୍ୟନିର୍ବାହୀ ଅଧିକାରୀ ପଲ୍ଲୀସଭାକୁ ଯାଉନାହାନ୍ତି । ଗଣତନ୍ତ୍ର ବ୍ୟବସ୍ଥା ସଂପୂର୍ଣ୍ଣ ଭୁଲୁଣ୍ଠିତ ହୋଇଛି । ସରକାରୀ ନିୟମକାନୁନକୁ ସଂପୂର୍ଣ୍ଣ ଉଲଂଘନ କରାଯାଇ କାର୍ଯ୍ୟ କରାଯାଉଛି । ସୟା ପଞ୍ଚାୟତରେ ପଲ୍ଲୀସଭା ଚାଲୁଥିବା ବେଳେ ଶାସକଦଳର କର୍ମୀ ଯୋରଜବରଦସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଉଠାଇନେଇଗଲେ । ବର୍ତ୍ତମାନ ସୁଦ୍ଧା ସେମାନଙ୍କ ବିରୋଧରେ ପ୍ରଶାସନ କୌଣସି ପଦକ୍ଷେପ ନେଇନାହିଁ । ପୁନଶ୍ଚ ଫତେପୁର ପଞ୍ଚାୟତ ନିଶ୍ଚିନ୍ତପୁର ରାଜସ୍ୱ ଗ୍ରାମରେ ପୂର୍ବନିର୍ଦ୍ଧାରିତ ତାରିଖ ଓ ସମୟରେ ଗ୍ରାମବାସୀ ପଲ୍ଲୀସଭା ନିମନ୍ତେ ଉପସ୍ଥିତ ଥିଲେ ମଧ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗଲେନାହିଁ । ଅପରପକ୍ଷରେ ଯେଉଁଠାରେ ଶାସକଦଳର ସରପଞ୍ଚ ଅଛନ୍ତି, ସେଠାରେ ବିନା ପଲ୍ଲୀସଭାରେ କାର୍ଯ୍ୟ କରାଯାଉଛି । ଏହାର ଉଦାହରଣ ହେଉଛି ମୁକୁନ୍ଦପୁର ପଞ୍ଚାୟତ ବିଦ୍ୟାଧରପୁର ଗ୍ରାମ । ଏହିସବୁ ଘଟଣାର ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ବିଜେପି ପକ୍ଷରୁ ତିହିଡି ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣା ଦିଆଯିବା ସହ ବ୍ଲକର କାର୍ଯ୍ୟବନ୍ଦ କରିଦିଆଯିବ ବୋଲି ଚେତାବନୀ ଦିଆଯାଇଛି । ଏହି ଅଭିଯୋଗର ନକଲ ଜିଲାପାଳ ଓ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକଙ୍କ ନିକଟକୁ ମଧ୍ୟ ପଠାଇଦିଆଯାଇଛି ବୋଲି ଦଳପକ୍ଷରୁ ସୂଚନା ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top