ଓଡ଼ିଶା

ଭଦ୍ରକ : ପର୍ଯ୍ୟଟନସ୍ଥଳ ମାନ୍ୟତାକୁ ୩୬ ବର୍ଷ ବିତିଲା, ମିଳିଲାନି ସ୍ୱତନ୍ତ୍ର ସୁବିଧା ଦୁଇ ଦିନ ଧରି ଅନ୍ଧାରରେ ଆଖଣ୍ଡଳମଣି ପୀଠ

ଭଦ୍ରକ, ୧୬ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୩୬ ବର୍ଷ ତଳେ ଏକ ସ୍ୱତନ୍ତ୍ର ପର୍ଯ୍ୟଟନସ୍ଥଳ ଭାବେ ମାନ୍ୟତା ପାଇଥିବା ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଓ ପୀଠକୁ ଆଜି ପର୍ଯ୍ୟନ୍ତ ସ୍ୱତନ୍ତ୍ର ସୁବିଧା ମିଳି ପାରିଲା ନାହିଁ। ଏପରିକି ବିଗତ ଦିନରେ ଯାହା ଭକ୍ତଙ୍କ ପାଇଁ ସୁବିଧା ସୁଯୋଗ ଥିଲା ରାଜ୍ୟ ସରକାର ଓ ଜିଲା ପ୍ରଶାସନର ଅଣଦେଖା ଯୋଗୁଁ ତାହା ଏବେ ଭୁଶୁଡି ଯିବାକୁ ବସିଛି। ଭକ୍ତ ଓ ପର୍ଯ୍ୟଟକମାନଙ୍କ ପାଇଁ ମୌଳିକ ସୁବିଧା ପ୍ରତି ଆଜି ପର୍ଯ୍ୟନ୍ତ କୈାଣସି ଲୋକ ପ୍ରତିନିଧି କିମ୍ବା ଜିଲା ପ୍ରଶାସନ ଦୃଷ୍ଟି ଦେଇ ନଥିବା କେତେକ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି। ପୀଠରେ ବସବାସ କରୁଥିବା ଲୋକ ଓ ଭକ୍ତମାନଙ୍କ ଆବଶ୍ୟକତା ଅନୁଯାୟୀ ପାନୀୟ ଜଳ, ବିଜୁଳି, ପରିମଳ ଓ ସ୍ୱାସ୍ଥ୍ୟସେବା ନଥିବା ପରିଲିକ୍ଷିତ ହୋଇଛି। ସେହିପରି ପୀଠକୁ ସ୍ଥାୟୀ ବିଜୁଳି ସେବା ନଥିବାରୁ ସାମନ୍ୟ ଝଡବର୍ଷା ହେଲେ ୨/୩ ଦିନ ପୀଠ ଅନ୍ଧାର ହୋଇଯାଏ। ଗତ ଶନିବାର ଅପରାହ୍ଣରେ ଝନବର୍ଷା ପ୍ରଭାବରେ ବିଦ୍ୟୁତ ସରବରାହ ରବିବାର ପର୍ଯ୍ୟନ୍ତ ବନ୍ଦ ଥିବାରୁ ପୀଠ ଅନ୍ଧାରରେ ରହିଥିଲା। ଏଥି ସହିତ ପାନୀୟଜଳ ମୁନ୍ଦାଏ ପାଇଁ ଡହଳବିକଳ ହେଉଛନ୍ତି ଆଗନ୍ତୁକଙ୍କ ସହ ସ୍ଥାନୀୟ ଅଧିବାସୀ। ପୀଠରେ ଥିବା ହାତ ଗଣତିରେ କେତୋଟି ନଳକୂପକୁ ବାଦ୍ ଦେଲେ ଅଧିକାଂଶ ନଳକୂରୁ ଲୁଣା ଓ ଖାରଯୁକ୍ତ ପାଣି ବାହାରୁ ଥିବାରୁ ତାହା କୌଣସି କାର୍ଯ୍ୟରେ ଲାଗି ପାରୁନାହିଁ। ଅପରପକ୍ଷରେ ପୀଠକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ଏବେ ଜିଲା ପ୍ରଶାସନ ଅଣ୍ଟା ଭିଡିବା ସହ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛି। ତାହାସହ କେତେକ କାର୍ଯ୍ୟ ପୀଠରେ ଶୁଭାରମ୍ଭ ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନଙ୍କ ପକ୍ଷରୁ ସଠିକ୍ ଭାବେ ତଦାରଖ କରାଯାଉ ନଥିବାରୁ ଉକ୍ତ ଯୋଜନାଗୁଡିକ ସଫଳ ରୂପ ରେଖ ନେବା ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top