ଭଦ୍ରକ : ପଠାଣି ସାମନ୍ତ ଗଣିତ ବୃତ୍ତି ପରୀକ୍ଷା ଫଳ ପ୍ରକାଶିତ ଷଷ୍ଠରେ ରଣଜିତ ଓ ରୁଦପ୍ର୍ରତାପ ଯୁଗ୍ମ ପ୍ରଥମ, ନବମରେ ସତ୍ୟରଞ୍ଜନ

ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ପଠାଣି ସାମନ୍ତ ଗଣିତ ବୃତ୍ତି ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ଜିଲାର ତିହିଡି ବ୍ଲକରେ ଷଷ୍ଠ ଶ୍ରେଣୀ(ଷ୍ଟେଜ-୧)ରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ରଣଜିତ ନାୟକ ଓ ରୁଦପ୍ରତାପ ବ୍ରହ୍ମ ଯୁଗ୍ମ ଭାବେ ପ୍ରଥମ ହୋଇଛନ୍ତି। ସେହିପରି ନବମ ଶ୍ରେଣୀରେ ତିହିଡି ଚନ୍ଦ୍ରଶେଖର ରତ୍ନାକର ସହଯୋଗ ହାଇସ୍କୁଲର ଛାତ୍ର ସତ୍ୟରଞ୍ଜନ ପଣ୍ଡା ପ୍ରଥମ ହୋଇଛନ୍ତି। ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ଷ୍ଟେଜ-୧ରେ ୧୦ ଜଣ କୃତୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭ ଜଣ ଘରୋଇ ବିଦ୍ୟାଳୟର ଅଟନ୍ତି। ଏହି ୭ ଜଣଙ୍କ ମଧ୍ୟରୁ ତିହିଡି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୪ ଛାତ୍ରଛାତ୍ରୀ ଅଛନ୍ତି। ସରସ୍ୱତୀ ଶିଶୁ ମନ୍ଦିରର ରଣଜିତ ନାୟକ ଓ ରୁଦ୍ରପ୍ରତାପ ବ୍ରହ୍ମ ଯୁଗ୍ମ ପ୍ରଥମ, ଓଡିଶା ବ୍ରିଗେଡ୍ ସ୍କୁଲର ଛାତ୍ର ଜ୍ୟୋତିରଞ୍ଜନ ଶତପଥୀ ଦ୍ୱିତୀୟ, ସରସ୍ୱତୀ ଶିଶୁମନ୍ଦିରର ଛାତ୍ରୀ ବଂଶୀ ଆଶ୍ୱାସନା ବେହେରା ଓ ରାମନାରାୟଣ ହାଇସ୍କୁଲର କୃଷ୍ଣମାଧବ ଦାସ ଯୁଗ୍ମ ତୃତୀୟ, ବିବେକାନନ୍ଦ ଶିଶୁ ଶିକ୍ଷାମନ୍ଦିରର ମନିଷା ପ୍ରିୟଦର୍ଶନୀ ଚତୁର୍ଥ, ସେହି ବିଦ୍ୟାଳୟର ବିଭୂତି ଭୂଷଣ ମହାପାତ୍ର ଓ ଯାମଜୋଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମୀକ୍ଷା ପତି ମିଳିତ ଭାବେ ପଞ୍ଚମ, ଜି.ଏସ ନୋଡାଲ ୟୁିଏମଇଏସର ସଂଯୁକ୍ତା ରାଉତ ଓ ସରସ୍ୱତୀ ଶିଶୁ ମନ୍ଦିରର ବିଭୂକଲ୍ୟାଣ ସେନାପତି ମିଳିତ ଭାବେ ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଅଷ୍ଟମ ଶ୍ରେଣୀ ଷ୍ଟେଜ- ୨ରେ ତିହିଡି ସିଆରଏସ ହାଇସ୍କୁଲର ଛାତ୍ର ସତ୍ୟରଞ୍ଜନ ପଣ୍ଡା ପ୍ରଥମ ହୋଇଥିବାବେଳେ ସେହି ହାଇସ୍କୁଲର ସୁଜିତ ଦାସ ଓ ଲକ୍ଷ୍ମୀନାରାୟଣ କେ.ଏସ ହାଇସ୍କୁଲର ମାନସ ରଞ୍ଜନ ନାୟକ ଯୁଗ୍ମ ଭାବେ ଦ୍ୱିତୀୟ, ଦୋଳସାହି ରାମନାରାୟଣ ହାଇସ୍କୁଲର ପ୍ରିତିସ୍ୱପ୍ନା ଶୁକ୍ଳ ତୃତୀୟ, ଲକ୍ଷ୍ମୀନାରାୟଣ କେ.ଏସ ହାଇସ୍କୁଲର ବିନାୟକ ବଳ ଚତୁର୍ଥ ଓ ବୈଷ୍ଣବାନନ୍ଦ ବିଦ୍ୟାପୀଠର ପ୍ରଶାନ୍ତ ମୁଦୁଲି ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି।

Leave a Reply

Your email address will not be published. Required fields are marked *