ଜିଲ୍ଲା ପରିକ୍ରମା

ଭଦ୍ରକ ପଞ୍ଚାୟତ ସମିତି ବୈଠକ ଗ୍ରାମୀଣ ଆବାସ ଯୋଜନାର ସଫଳତାକୁ ନେଇ ଚର୍ଚ୍ଚା

ଭଦ୍ରକ, ୭ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଗ୍ରାମୀଣ ଆବାସ ଯୋଜନାରେ ଭଦ୍ରକ ବ୍ଲକ ଜିଲାରେ ପ୍ରଥମ ହୋଇଥିବାରୁ ଭଦ୍ରକ ପଞ୍ଚାୟତ ସମିତି ବୈଠକରେ ଏଥିନେଇ ବିଶେଷ ଚର୍ଚ୍ଚା ସହିତ ଖୁସି ବ୍ୟକ୍ତ କରାଯାଇଛି। ବିଧାୟକ ଯୁଗଳ କିଶୋର ପଟନାୟକ ବୈଠକରେ ଉପସ୍ଥିତ ରହି ସମସ୍ତ ସରପଞ୍ଚ ଓ ସମିତିସଭ୍ୟଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ସମସ୍ତେ ସହଯୋଗ କରିଥିବାରୁ ବିଧାୟକ କୃତଜ୍ଞତା ଜଣାଇଥିଲେ। ସୂଚନାଥାଉକି; ଗ୍ରାମୀଣ ଆବାସ ଯୋଜନାରେ ଭଦ୍ରକ ବ୍ଲକକୁ ଏଥରକ ସରକାରୀଭାବେ ୪୭୮୨ଟି ଗୃହ ନିର୍ମାଣ ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ତହିଁରୁ ୩୭୩୨ଟି ଗୃହ ନିର୍ମାଣ ସଂପୂର୍ଣ୍ଣ କରି ଭଦ୍ରକ ବ୍ଲକ ୭୮ ପ୍ରତିଶତ ସଫଳତା ହାସଲ କରିଥିଲା। ଏଥିସହ ଜିଲାରେ ପ୍ରଥମ ସ୍ଥାନ ଅଧିକାର କରିଥିଲା। ବୈଠକରେ ଉପସ୍ଥିତ ବିଡିଓ ହରିଶ ଚନ୍ଦ୍ର ଜେନା ସଫଳତାର ହାର ବଜାୟ ରଖିବା ଲାଗି ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ପଟନାୟକ ଭଦ୍ରକ ବ୍ଲକର ନୋଡାଲ ଅଫିସର ଦାୟିତ୍ୱରେ ଥିବା ଡିଆରଡିଏ ଅଧିକାରୀ ସନ୍ଦୀପ କୁମାର ମହାନ୍ତିଙ୍କୁ ତାଙ୍କର କାର୍ଯ୍ୟଦକ୍ଷତା ଲାଗି ପ୍ରଶଂସା କରିବା ସହ ସମ୍ବର୍ଦ୍ଧିତ କରିଥିଲେ। ସେହିଭଳି ବିଡିଓ ଶ୍ରୀ ଜେନା ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁନାଥ ଧଳଙ୍କୁ ମଧ୍ୟ ବିଧାୟକ ସମ୍ମାନିତ କରିଥିଲେ। ଅପରପକ୍ଷେ ବୈଠକରେ ବିଧାୟକଙ୍କୁ ମଧ୍ୟ ପଞ୍ଚାୟତ ସମିତି ପକ୍ଷରୁ ସମ୍ମାନିତ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top