ଜିଲ୍ଲା ପରିକ୍ରମା

ଭଦ୍ରକ : ନୟନମଣି ମହିଳା ମହାବିଦ୍ୟାଳୟରେ ୨୯ ରୁ ଅହୋରାତ୍ର ଧାରଣା

ଭଦ୍ରକ, ୨୮ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ସରଦପୁରଠାରେ ଥିବା ନୟନମଣି ମହିଳା ମହାବିଦ୍ୟାଳର ଅଧ୍ୟକ୍ଷାଙ୍କ ମନମୁଖୀ କାର୍ଯ୍ୟ ଓ ୬୦ମାସରୁ ଅଧିକ ସମୟଧରି କାମ କରିଥିଲେ ମଧ୍ୟ କେତେକ ଅଧ୍ୟାପକ ଓ କର୍ମଚାରୀଙ୍କୁ ଦରମା ମିଳି ନ ଥିବା କାରଣରୁ ଇପିଏଫରେ ଟଙ୍କା ଜମା କରାଯାଉ ନ ଥିବା ଯୋଗୁ ସେମାନଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟରେ ରହିଥିବାରୁ ସଂଖ୍ୟାଧିକ କର୍ମଚାରୀ ଓ ଅଧ୍ୟାପକ ଅଧ୍ୟାପିକା ଆସନ୍ତା ୨୯ତାରିଖ ଠାରୁ କଲେଜ ପରିସରରେ ସମସ୍ୟା ସମାଧାନ ପର୍ଯ୍ୟନ୍ତ ଅହୋରାତ୍ର ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଏଥିନେଇ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ତଥା ସ୍ଥାନୀୟ ବିଧାୟକ ମନ୍ତ୍ରୀ ପ୍ରଫୁଲ ସାମଲ, ଶିକ୍ଷା ନିର୍ଦେଶକ, ଭଦ୍ରକ ଜିଲାପାଳ, ଭଦ୍ରକ ଉପଜିଲାପାଳ, ଆରକ୍ଷୀ ଅଧୀକ୍ଷକ ଭଦ୍ରକ ପ୍ରମୁଖଙ୍କୁ ଏଥିନେଇ ଅବଗତ କରାଯାଇଛି। ମହାବିଦ୍ୟାଳୟରେ ଲାଗି ରହିଥିବା ସମସ୍ୟା ପାଇଁ ଆନ୍ଦୋଳନକାରୀ ଅଧ୍ୟକ୍ଷାଙ୍କୁ ଦାୟୀ କରିଛନ୍ତି। ଅଧ୍ୟକ୍ଷା ମନମୁଖୀଭାବେ କାର୍ଯ୍ୟ ପରିଚାଳନା କରିବା ସହ ମହାବିଦ୍ୟାଳୟରେ ଅସନ୍ତୋଷର ବାତାବରଣ ସୃଷ୍ଟି କରୁଛନ୍ତି ବୋଲି ଆନ୍ଦୋଳନକୁ ଓହ୍ଲାଇବାକୁ ଥିବା କେତେକ କର୍ମଚାରୀ, ଅଧ୍ୟାପକ ଅଧ୍ୟାପିକା କହିଛନ୍ତି। ପ୍ରଦତ୍ତ ଦାବିପତ୍ରରେ ଅଧ୍ୟାପିକା ରଶ୍ମିତା ମହାନ୍ତି, ମହମ୍ମଦ ଅନୱାର, ନବକିଶୋର, ଅଜୟ କୁମାର ପାଣି, ମମତାରାଣୀ ଲେଙ୍କା, ନିଳମଣି ବେହେରା, ଶଶିକାନ୍ତ ରାଉତ, ଅଧ୍ୟାପିକା ଚିନ୍ମୟୀ ବଳ, ସୁନିଲ କୁମାର ରାୟ, ମନୋରଞ୍ଜନ ବାରିକ, ରଶ୍ମିତା ପଣ୍ଡା, ରମାରାଣୀ ସାହୁ, ସ୍ୱାଗତିକା ବାରିକ ପ୍ରମୁଖ ପ୍ରଦତ୍ତ ଦାବିପତ୍ରରେ ସ୍ୱାକ୍ଷର କରିଛନ୍ତି। ଏଥିନେଇ ଗତବର୍ଷ ମଧ୍ୟ ପରୀକ୍ଷା ସମୟରେ ଅପ୍ରିତିକର ପରିସ୍ଥିତି ଦେଖାଦେଇଥିଲା। ଏହି ମହାବିଦ୍ୟାଳୟରେ ଲଗାତରଭାବେ ବିଶୃଙ୍ଖଳା ଲାଗି ରହିଥିବାରୁ ଏହାର ପ୍ରଭାବ ଛାତ୍ରୀଙ୍କ ଉପରେ ପଡୁଛି। ଫଳରେ ଛାତ୍ରୀମାନେ ମଧ୍ୟ ଏଥିନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏ ସଂପର୍କରେ ମହାବିଦ୍ୟାଳୟର ଅଧ୍ୟକ୍ଷା କମଳିନୀ ଧଳଙ୍କୁ ପଚାରିବାରେ ମହାବିଦ୍ୟାଳୟର ପରିଚାଳନା କମିଟିର ପୂର୍ବତନ ସଂପାଦକ ନିଯୁକ୍ତି ଦେଇଥିବା ଅଧ୍ୟାପକ ଓ କର୍ମଚାରୀଙ୍କ ନିଯୁକ୍ତିର ବୈଧତା ନ ଥିବା ଯୋଗୁ ସେ ସେମାନଙ୍କୁ ମହାବିଦ୍ୟାଳୟ ଦାୟିତ୍ୱରୁ ଦୂରେଇ ରଖୁଥିବା କହିଛନ୍ତି। ପୂର୍ବରୁ ଏହିଭଳି ଆନ୍ଦୋଳନ କରାଯାଇଥିଲେ ବି ତାହାର କୌଣସି ପ୍ରଭାବ ପଡି ନ ଥିଲା। ଏହି ଆନ୍ଦୋଳନ ସଂପର୍କରେ ଅଧ୍ୟକ୍ଷା ଜିଲାପାଳଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top