ad
ଜିଲ୍ଲା ପରିକ୍ରମା

ଭଦ୍ରକ : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ୭୩ ତମ ପ୍ରତିଷ୍ଠା ଦିବସ

ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ୭୩ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଭଦ୍ରକ ଶହୀଦ ସ୍ମୃତି ଭବନ ଠାରେ ସଂଘ ପତାକାକୁ ରାଜ୍ୟ ଉପସଭାନେତ୍ରୀ ସଂଗୀତା ଦାସ ଉତ୍ତୋଳନ କରିଥିଲେ। ଶିକ୍ଷକ ନେତା ସୁରେନ୍ଦ୍ର ମଲ୍ଲିକ, ବାବୁଲାର ରାଉତ, ମନୋରଞ୍ଜନ ନାୟକ, ଅବଦୁଲ ରବ, ଗିରିଧାରୀ ଚାନ୍ଦ, ଭାଷ୍କର ନାୟକ, ଚାରୁଲତା ମହାପାତ୍ର, କୃପାସିନ୍ଧୁ ବାରିକ, ରମାକାନ୍ତ ଦାସ ପ୍ରମୁଖଙ୍କ ନେତୃତ୍ୱରେ ଶୋଭାଯାତ୍ରା ଶହୀଦ ଭବନରୁ ବାହାରି ବଜାର ପରିକ୍ରମା କରି ସଂଘର ପ୍ରାଣ ପ୍ରତିଷ୍ଠାତା ସଭାପତି ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପରେ ଶହୀଦ ଭବନରେ ସଂଘ ସଭାପତି ଭାଷ୍କର ଚନ୍ଦ୍ର ପାଢୀଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇ ‘ସାମ୍ପ୍ରତିକ ପରିସ୍ଥିତିରେ ଶିକ୍ଷା ବ୍ୟବସ୍ଥା ଓ ଗୁଣାତ୍ମକ ଶିକ୍ଷା’ ଶିରୋନାମାରେ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ବିଧାୟକ ଯୁଗଳ କିଶୋର ପଟ୍ଟନାୟକ, ମୁଖ୍ୟବକ୍ତା ରାଜ୍ୟସଂଘ ପ୍ରାକ୍ତନ ମହାସଚିବ ସଚ୍ଚିଦାନନ୍ଦ ରାଉତ, ସମ୍ମାନିତ ଅତିଥି ତିହିଡି ବିଇଓ ଉଦୟ ନାରାୟଣ ଦାଶ, ଭଦ୍ରକ ବିଇଓ ଶମ୍ଭୁନାଥ ପାଣିଗ୍ରାହୀ, ରାଜ୍ୟ ମହାସଚିବ ଅମୀୟ କୁମାର ଦାଶ, ରାଜ୍ୟ କୋଷାଧ୍ୟକ୍ଷ ରମାକାନ୍ତ ମହାନ୍ତି, ରାଜ୍ୟ ସଂଘ ଉପସଭାପତି ପ୍ରଶାନ୍ତ ସର, ବରେଣ୍ୟ ବକ୍ତା ଶିକ୍ଷକ ନେତା ଭ୍ରମରବର ରାଉତ, ଶଶଧର ନାୟକ, ଭାଷ୍କର ଚନ୍ଦ୍ର ନାୟକ, ଜିଲ୍ଳା ଶିକ୍ଷାଧିକାରୀ ସଂଗ୍ରାମ ସାହୁ, ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ହିତାଂଶୁ ସାମଲ, ରାଜ୍ୟ ସଂଗଠିକା ସୁଚିତ୍ରା ଦାସ, ଜିଲ୍ଲା ସଂଘର ପୂର୍ବତନ ସଭାପତି ସୁରେନ୍ଦ୍ର କୁମାର ମହାଳିକ, ପ୍ରାକ୍ତନ ଶିକ୍ଷା ଜିଲ୍ଲା ସମ୍ପାଦକ କାର୍ତ୍ତିକ ସ୍ୱାଇଁ, ଶିକ୍ଷକ ନେତା ତବରେଜ ଖାଁ, ଅରବିନ୍ଦ ଦିକ୍ଷିତ, ରାଧାଶ୍ୟାମ ବାରିକ, ମୁକ୍ତିକାନ୍ତ ପରିଡା, ରବୀନ୍ଦ୍ର ଜେନା, ତିହିଡି ବ୍ଳକ ପ୍ରାକ୍ତନ ବିଇଓ ଗୁରୁପଦ ସାହୁ, ନାରାୟଣ ମଲିକ, କଳ୍ପନା ନାୟକ, ପ୍ରଭାସିନୀ ମହାନ୍ତି ପ୍ରମୁଖ ଯୋଗ ଦେଇ ଗୁଣାତ୍ମକ ଶିକ୍ଷାର ଉନ୍ନତି ହିଁ ରାଷ୍ଟ୍ର ବିକାଶର ଅସଲ ଚାବିକାଠି, ଏଥି ପାଇଁ ସମ୍ମିଳିତ ପ୍ରୟାସ ଜରୁରୀ ବୋଲି କହିଥିଲେ। ଶିକ୍ଷା-ଶିକ୍ଷକ-ଶିକ୍ଷାର୍ଥୀ-ଶିକ୍ଷାନୁଷ୍ଠାନରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଷଳାଚନା ହୋଇଥିଲା। ଶିକ୍ଷୟିତ୍ରୀ ମିନତୀ ନାୟକ, ବାସନ୍ତୀ ଗୁପ୍ତା, ରଶ୍ମିରେଖା ପରମାଣିକ, ରମାକାନ୍ତ ଦାସ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ଶିକ୍ଷକ ନେତା ସୁରେଶ ଚନ୍ଦ୍ର ନାୟକ ଅତିଥି ପରିଚୟ, ରାଜ୍ୟ ସଂଘ ସଂଯୋଜିକା ଚାରୁଲତା ମହାପାତ୍ର ଉଦ୍ଦେଶ୍ୟ ଜ୍ଞାପନ, ଜିଲ୍ଲା ସମ୍ପାଦକ ମନୋରଞ୍ଜନ ନାୟକ ବିବରଣୀ ପାଠ, ସଂଗଠନ ସମ୍ପାଦକ କୃପାସିନ୍ଧୁ ବାରିକ ଦାବିପତ୍ର ପାଠ କରିଥିଲେ। ଶ୍ରେଣୀୱାରୀ ଶିକ୍ଷକ ପଦ ପୂରଣ, ୨୦୦୫ ନୂତନ ପେନ୍ସନ ସ୍କିମ ବାତିଲ, ୨୦୧୪ କ୍ୟାଡର ରୁଲ ସଂଶୋଧନ, ବିଦ୍ୟାଳୟ ଉନ୍ନୟନ ପାଣ୍ଠି ବୃଦ୍ଧି, ଶିକ୍ଷକଙ୍କ ଜିପିଏଫ୍ ବ୍ଲକ ସ୍ତରରେ କାର୍ଯ୍ୟକାରୀ, ଅଣଶୈକ୍ଷିକ କାର୍ଯ୍ୟରୁ ଶିକ୍ଷକଙ୍କୁ ଅବ୍ୟାହତି, ଅବସର ପୂର୍ବରୁ ଶିକ୍ଷକଙ୍କୁ ଏନ୍ଓସି ପ୍ରଦାନ, ମଧ୍ୟାହ୍ନ ଭୋଜନ କାର୍ଯ୍ୟରୁ ଶିକ୍ଷକଙ୍କୁ ନିବୃତ୍ତ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଡ୍ରେସକୋଡ ଉଚ୍ଛେଦ, ଏମ୍ଡିଏମ୍ ମୂଲ୍ୟବୃଦ୍ଧି ଦାବି ଗୁଡିକ ଉପସ୍ଥାପନ କରିଥିଲେ। ଆଦର୍ଶ ଶିକ୍ଷକ ଧନେଶ୍ୱର ସାହୁ, ବଂଶୀଧର ମୁଦୁଲି, ଭୀମସେନ ନାୟକ, ମାଳତୀ ସାହୁ, ସେକ୍ ଅବଦୁଲ ରଜାକ, ବିନୋଦ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷକ ନେତା ଭାଷ୍କର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ନେତା ରଘୁନାଥ ସାନ୍ତରା, ଅରୁଣିମା ମହାପାତ୍ର, ସଂଘମିତ୍ରା ବଳ, ଧର୍ମେନ୍ଦ୍ର ଜେନା, ଭାବଗ୍ରାହୀ ଖୁଣ୍ଟିଆ, ତପନ ବଳ, ରାମଚନ୍ଦ୍ର ଜେନା, ଅକ୍ଷୟ ବାରିକ, ବାସନ୍ତୀ ପଣ୍ଡା, ପ୍ରସନ୍ନ ରଥ, କାର୍ତ୍ତିକ ଜେନା, ସୁଦର୍ଶନ ପାତ୍ର, ନିରୋଦ ବେହେରା, ସନ୍ତୋଷ ଲେଙ୍କା, ଜ୍ଞାନ ରଞ୍ଜନ ସାହୁ, ସୁପ୍ରୀତି ଖୁଣ୍ଟିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top