ଜିଲ୍ଲା ପରିକ୍ରମା

ଭଦ୍ରକ : ନାମ ଲେଖାରୁ ବଞ୍ଚିତ ହେବେ ଦୁଇ ବିଦ୍ୟାର୍ଥୀ! ୨୦ ଦିନ ହେଲା କାଗଜ ଧରି ବୁଲୁଛନ୍ତି ଅଭିଭାବକ

ଭଦ୍ରକ,୨୦ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ପଞ୍ଚମ ଶ୍ରେଣୀରୁ ପାଶ କରିଥିବା ଦୁଇ ମେଧାବୀ ଛାତ୍ର ଷଷ୍ଠ ଶ୍ରେଣୀରେ ନାମ ଲେଖାରୁ ବଞ୍ଚିତ ହୋଇଛନ୍ତି । ବ୍ୟତିକ୍ରମ ହେଉଛି, ପଞ୍ଚମ ଶ୍ରେଣୀ ପାଶ ପରେ ବିଦ୍ୟାଳୟରୁ ମିଳିଥିବା ପ୍ରମାଣପତ୍ର ସହିତ ଜନ୍ମଗତ ପ୍ରମାଣପତ୍ରର ତାଳମେଳ ରହୁ ନଥିବାରୁ ପିଲା ଦୁଇଟି ଷଷ୍ଠ ଶ୍ରେଣୀରେ ନାମ ଲେଖାରୁ ବଞ୍ଚିତ ହୋଇଛନ୍ତି । ପ୍ରାୟ କୋଡିଏ ଦିନ ହେବ ଦୁଇ ପିଲାଙ୍କ କାଗଜପତ୍ର ଧରି ନାମ ଲେଖାଇବାକୁ ବାରଦ୍ୱାର ହେଉଛନ୍ତି ଜଗନ୍ନାଥୀ ଗ୍ରାମର ଗଣେଶ ଖଣ୍ଡେଲୱାଲ । ତାଙ୍କର ଦୁଇ ପୁଅ ରାମଚନ୍ଦ୍ର ଓ ଲଷ୍ମଣ ସୁଦର୍ଶନପୁର ପଞ୍ଚାୟତ ଜଗନ୍ନାଥୀ ପ୍ରାଥମିକ ବିଦ୍ୟାଳୟର ୨୦୧୪ ମସିହାରେ ଦ୍ୱିତୀୟ ଶ୍ରେଣୀରେ ନାମ ଲେଖାଇଥିଲେ । ନିକଟରେ ପଞ୍ଚମ ଶ୍ରେଣୀ ପାଶ କରିଛନ୍ତି ଦୁଇ ଭାଇ । ତାଙ୍କୁ ବିଦ୍ୟାଳୟ ପକ୍ଷରୁ ପରିତ୍ୟାଗ ପ୍ରମାଣପତ୍ର ମିଳିଛି । ଏହି ପ୍ରମାଣପତ୍ରକୁ ନେଇ ନିକଟସ୍ଥ ବିଦ୍ୟାଳୟକୁ ପିଲାଙ୍କ ନାମ ଲେଖାଇବାକୁ ଯାଇଥିବା ଗଣେଶ ଅଡୁଆରେ ପଡିଛନ୍ତି । ସେଠାକାର ବିଦ୍ୟାଳୟ କର୍ତ୍ତୃପକ୍ଷ ପଞ୍ଚମ  ପାଶ୍ ପ୍ରମାଣପତ୍ର ସହିତ ପିଲାଙ୍କ ଜନ୍ମଗତ ପ୍ରମାଣପତ୍ର ଚାହିଁଥିଲେ । ଆଉ ସେହି ପ୍ରମାଣପତ୍ର ଦୁଇଟିର ଜନ୍ମ ତାରିଖରେ ମେଳ ଖାଉ ନଥିବାରୁ ଆଡ୍ମିଶନ କରିବାକୁ ମନା କରିଥିଲେ । ଏପଟେ ପ୍ରାଥମିକ ବିଦ୍ୟାଳୟରୁ ମିଳିଥିବା ପାଶ୍ ପ୍ରମାଣପତ୍ରର ଜନ୍ମ ତାରିଖ ସଂଶୋଧନ କରିବାକୁ ଅଭିଭାବକ ଗଣେଶ ଚାହିଁଥିଲେ ବି ପ୍ରଧାନଶିକ୍ଷକ ମନା କରିଦେଇଥିଲେ । ତାଙ୍କ କହିବା କଥା ହେଲା, ଆଡମିଶନ ରେଜିଷ୍ଟ୍ରାରରେ ଉଲ୍ଲେଖ ଥିବା ଜନ୍ମ ରାତିଖ ଅନୁସାରେ ପ୍ରମାଣପତ୍ର ଦିଆଯାଇଛି । ଏହି ସମସ୍ୟାକୁ ଗଣେଶ ବ୍ଲକ ଶିକ୍ଷା ଅଧିକାରୀଙ୍କ ସମେତ ପ୍ରଧାନ ଶିକ୍ଷକଙ୍କୁ ଅବଗତ କରାଇ ନିରାଶ ହୋଇଛନ୍ତି । ଏପରିକି ତହସିଲ କାର୍ଯ୍ୟାଳୟରେ ସତ୍ୟପାଠ କରି ପ୍ରମାଣପତ୍ର ଦେଇଥିଲେ ବି ପ୍ରାଥମିକ ବିଦ୍ୟାଳୟର ଜନ୍ମ ତାରିଖର ସଂଶୋଧନ ମଧ୍ୟ ହୋଇପାରୁନି । ଏହି ସମସ୍ୟାକୁ ନେଇ ବ୍ଲକ ଶିକ୍ଷାଧିକାରୀ ଡ. ପ୍ରଶାନ୍ତ କୁମାର ମହାନ୍ତି କହନ୍ତି, ଆମର ଆଡମିଶନ ସମୟରେ ଅଭିଭାବକମାନଙ୍କ ଠାରୁ ଡିକ୍ଲାରେସନ ନହେଲେ ଜନ୍ମଗତ ପ୍ରମାଣପତ୍ର ନିଆଯାଇଥାଏ । ପିଲାଙ୍କ ଅବିଭାବକ ଯାହା ଦେଇଥିବେ ସେହି ଅନୁସାରେ ଅଡମିଶନ ହୋଇଥିବ । ତା’ଛଡା ପ୍ରାଥମିକ ବିଦ୍ୟାଳୟରୁ ମିଳିଥିବା ପ୍ରମାଣପତ୍ର ଅନୁସାରେ ଷଷ୍ଠ ଶ୍ରେଣୀର ନାମ ଲେଖାଇ ପାରିବେ । ଘଟଣା ଯାହାହେଉ,  ପିଲା ଦୁଇଟିଙ୍କ ଭବିଷ୍ୟତ ପାଇଁ ଏହି ସମସ୍ୟାର ସମାଧାନ ହେବାର ଆବଶ୍ୟକତା ରହିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top