ଭଦ୍ରକ : ନାଆମୀ ମହାବିଦ୍ୟାଳୟର ବାର୍ଷିକୋତ୍ସବ ଉଚ୍ଚଶିକ୍ଷା କ୍ଷେତ୍ରରେ ଅଧୋଗତି ଦେଖାଦେଇଛି; ଉଚ୍ଚଶିକ୍ଷା ମନ୍ତ୍ରୀ

ଭଦ୍ରକ, ୬ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଓଡିଆ ପିଲା ଏବେ ଉଚ୍ଚଶିକ୍ଷା କ୍ଷେତ୍ରରେ ଅଧୋଗତିର ସମ୍ମୁଖୀନ ହେଉଛନ୍ତି, ଯେଉଁଥିାଇଁ ଓଡିଆ ପ୍ରଶାସନ ଅଣଓଡ଼ିଆ ଅଫିସରଙ୍କ ହାତକୁ ଚାଲିଯାଇଛି। ଅଧ୍ୟାପକମାନେ ଶ୍ରେଣୀଗୃହକୁ ଯିବା ପୂର୍ବରୁ ପ୍ରଥମେ ଛାତ୍ରାଲଟି ପୂଣ୍ଣ ର୍ ଜ୍ଞାନ ଆହରଣ କରି ପିଲାଙ୍କୁ ପଢାଇବା ଉଚିତ। ଉପଯୁକ୍ତ ପାଠ ନ ପଢିଲେ କଲେଜ ଖୋଲିବା ଗୁରୁତ୍ୱହୀନ ବୋଲି ନାଆମୀ ମହାବିଦ୍ୟାଳୟର ୪୦ତମ ବାର୍ଷିକୋତ୍ସବରେ ମୁଖ୍ୟଅତିଥି ରାଜ୍ୟ ଉଚ୍ଚଶିକ୍ଷାମନ୍ତ୍ରୀ ଅନନ୍ତ ପ୍ରସାଦ ଦାସ କ୍ଷୋଭର ସହ କହିଛନ୍ତି। ଛାତ୍ରସଂସଦ ସଭାପତି ଜୀବନ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକୋତ୍ସ ବରେ ମନ୍ତ୍ରୀ ଶ୍ରୀ ଦାସ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ ହୋଇ ତୁରନ୍ତ ମହାବିଦ୍ୟାଳୟର ନିଜସ୍ୱ ଜମି ସମସ୍ୟା ଦୂର କରିବାକୁ ପରାମର୍ଶ ଦେଇଥିଲେ। ସମ୍ମାନୀତଅତିଥି ରାଜ୍ୟ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ପ୍ରଫୁଲ ସାମଲ ମା’, ମାଟି ଓ ମାତୃଭାଷାର ବିକାଶ ପାଇଁ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିଲେ। ମୁଖ୍ୟବକ୍ତା ଭାରତୀୟ ପ୍ରାଶାସନିକ ଅଧିକାରୀ ରତ୍ନାକର ରାଉତ ଓଡିଶାର ଐତିହ୍ୟ ଓ ଗୌରବ ସର୍ବୋକ୍ରୃଷ୍ଟ ବୋଲି ଉଲ୍ଲେଖ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ବିଷ୍ଣୁପ୍ରସାଦ ଜେନା ମହାବିଦ୍ୟାଳୟର ସମସ୍ୟା ସଂପର୍କରେ ଉଲ୍ଲେଖ କରିଥିଲେ। ଭାସ୍କର ଚନ୍ଦ୍ର ବିଶ୍ୱାଳ ଅତିଥି ପରିଚୟ, ଛାତ୍ର ସଂସଦ ଉପଦେଷ୍ଟା ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ସ୍ୱାଗତଭାଷଣ, ଛାତ୍ରସଂସଦ ସଂପାଦିକା ଶୁଭସ୍ରୀ ଭାରତୀ ବାର୍ଷିକ ବିବରଣୀ ଓ ଅଧ୍ୟାପକ ସୁକାନ୍ତ କୁମାର ସାହୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *