ଭଦ୍ରକ : ନରିପୁରରୁ ୫ଫୁଟ ଲମ୍ବର ନାଗ ସାପ ଉଦ୍ଧାର

ଭଦ୍ରକ, ୧୯ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ପୌରପାଳିକା ଅନ୍ତର୍ଗତ ନରିପୁର ଅସ୍ତଳ ଗ୍ରାମର କ୍ଷେମସାଗର ମଠ ନଦୀବନ୍ଧରେ ଥିବା ସାମ୍ବାଦିକ ଅଶୋକ ନାୟକଙ୍କ ବାଡିରୁ ଆଜି ଏକ ୫ ଫୁଟ ଲମ୍ବର ନାଗ ସାପ ଉଦ୍ଧାର କରାଯାଇଛି। ଭଦ୍ରକର ପ୍ରତିଷ୍ଠିତ ସାପ ଧରାଳୀ ମୀର୍ଜା ଆରିଫ୍ (ଆୟି) ଏହି ସମାପକୁ ଧରିଛନ୍ତି। ଶ୍ରୀ ନାୟକ ଆଜି ମଧ୍ୟାହ୍ନରେ ବାଡିରେ ଏକ ବିରାଟ ସାପ ଥିବା ଜାଣି ତୁରନ୍ତ ର୍ମୀଜାଙ୍କୁ ଫୋନ କରିଥିଲେ। ମୀର୍ଜା ଫୋନ କଲ୍ ପାଇଁ ତାଙ୍କ ସହଯୋଗୀ ସହିତ ପହଞ୍ଚି ସାପକୁ କାବୁ କରିଥିଲେ। ପରେ ଏହି ସାପକୁ ନେଇ ସାତଭଉଣୀ ସ୍ଥିତ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ହସ୍ତାନ୍ତର କରିଛନ୍ତି। ମୀର୍ଜା ଜଣେ ବିଶିଷ୍ଟ ସାପଧରାଳୀ ସହିତ ବିଭିନ୍ନ ଜୀବଜନ୍ତୁଙ୍କୁ ଧରିବାରେ ମାହିର ଅଟନ୍ତି। ତାଂଙ୍କ ଏଭଳି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *