ଜିଲ୍ଲା ପରିକ୍ରମା

ଭଦ୍ରକ : ଧୁଷୁରୀ ଉପ ଡାକଘର ଅଚଳାବସ୍ଥା ପ୍ରତିବାଦରେ ହୋହାଲ୍ଲା ଉଚ୍ଚପଦସ୍ତ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ନେଇ ପ୍ରଶ୍ନବାଚୀ

ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀ ସବପୋଷ୍ଟ ଅଫିସର ବିଭିନ୍ନ ସମସ୍ୟା ଦିନକୁ ଦିନ ବଢି ଚାଲୁଥିବା ବେଳେ ତାହା ସମାଧାନ କ୍ଷେତ୍ରରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ବୈମାତୃକ ମନୋଭାବ ପୋଷଣ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ପ୍ରତିକ୍ରିୟା ସ୍ୱରୂପ ଏ ଅଞ୍ଚଳର ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ସମେତ ବହୁ ସଂଖ୍ୟାରେ ଜମାକାରୀ ଓ ବରିଷ୍ଠ ନାଗରିକ ମିଳିତ ହୋଇ ପୋଷ୍ଟ ଅଫିସ ପରିସରରେ ହୋ ହାଲ୍ଲା କରି ସମସ୍ୟା ସମାଧାନ ଦାବି କରିଥିଲେ। ଏଥିପାଇଁ ଅଫିସ ପରିସରରେ ଅଭାବନୀୟ ପରିସ୍ଥିତି ଦେଖାଯାଇଥିଲା ଏବଂ ପୋଷ୍ଟ ଅଫିସ ସମସ୍ୟା ତୁରନ୍ତ ସମାଧାନ କରା ନ ଗଲେ ଆଗାମୀ ଦିନରେ ଅଫିସରେ ତାଲା ପକାଯାଇ ପ୍ରତିବାଦ କରାଯିବ ବୋଲି ଅଭିଯୋଗକାରୀ ଧମକ ଦେଇଛନ୍ତି। ଧୁଷୁରୀ ସବପୋଷ୍ଟମାଷ୍ଟର କୁହନ୍ତି; ବିଦ୍ୟୁତ କାଟ ହେଲେ କମ୍ପୁ୍ୟଟର ବନ୍ଦ ହୋଇଯାଉଥିବାରୁ କୌଣସି କାର୍ଯ୍ୟ କରି ହେଉନାହିଁ। ଜେନେରେଟର ଦୀର୍ଘ ଦିନ ଧରି ଖରାପ ହୋଇ ପଡିରହିଛି। ଇନ୍ଭରଟର ବ୍ୟାଟେରୀ ମଧ୍ୟ କାମ କରୁନାହିଁ। ଭଦ୍ରକ ଜିଲାର ପ୍ରମୁଖ ବ୍ୟବସାୟ କେନ୍ଦ୍ର ଧୁଷୁରୀ ସବ୍ ପୋଷ୍ଟ ଅଧୀନରେ ଧାମନଗର, ଚାନ୍ଦବାଲି ଓ ତିହିଡି ବ୍ଲକର ବିଭିନ୍ନ ପଞ୍ଚାୟତର ଲୋକେ ସଂପୂର୍ଣ୍ଣର୍ ନିର୍ଭର କରିଥାନ୍ତି। ଏହି ଅଫିସ ଅଧୀନରେ ୧୩ଟି ବ୍ରାଞ୍ଚ ଅଫିସ ରହିଛି। କିଛି ଦିନ ଆଗରୁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଧୁଷୁରୀ ପୋଷ୍ଟ ଅଫିସକୁ ଜେନେରେଟର ଓ ବ୍ୟାଟେରୀ ଯୋଗାଇ ଦେବା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଠାରେ ଲିଖିତ ଅଭିଯୋଗ ଦିଆଯାଇଥିଲା। ହେଲେ କର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ୱ ନ ଦେବା ଘଟଣା ସବୁ ମହଲରେ ପ୍ରତିକ୍ରିୟା ସୃଷ୍ଟି କରିଛି। କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟା ସମାଧାନ କରିବା ପାଇଁ ଦାବି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top