ଜିଲ୍ଲା ପରିକ୍ରମା

ଭଦ୍ରକ : ଧାମରା ବନ୍ଦର ବିରୋଧରେ ଗଦି ବଜାର ଚାଷୀ କ୍ରିୟାନୁଷ୍ଠାନ କମଟିର ବିଷୋଦ୍ଗାର ସମସ୍ୟା ସମାଧାନ ନ ହେଲେ ନିଶ୍ଚିତ ଆନ୍ଦୋଳନ ଚେତାବନୀ

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଚାଷୀମାନେ ଦୀର୍ଘ ବର୍ଷ ଧରି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଧାମରା ପୋର୍ଟ କଂପାନୀ ଏ ନେଇ ଉଦାସୀନ ମନୋଭାବ ପୋଷଣ କରୁଥିବା ନେଇ ଚାଷୀ କ୍ରିୟାନୁଷ୍ଠାନ କମିଟି, ଗଦି ବଜାର ଆନ୍ଦୋଳନ ଚେତାବନୀ ଦେଇଛି। ଚାଷୀ କ୍ରିୟାନୁଷ୍ଠାନ କମିଟିର ସଭାପତି ସନ୍ଥଚରଣ ବିଶ୍ୱାଳ, ଉପସଭାପତି ଶ୍ରୀଧର ପ୍ରସାଦ ନାୟକ, ସଂପାଦକ ସଞ୍ଜୟ ତ୍ରିପାଠୀ, କୋଷାଧ୍ୟକ୍ଷ ସାଗର କୁମାର ପାଢିଙ୍କ ସମେତ ଶତାଧିକ ଚାଷୀ ଏ ସଂପର୍କରେ ଜିଲାପାଳଙ୍କୁ ପତ୍ର ଲେଖିବା ସହ ଏହାର ନକଲ ଧାମରା ପୋର୍ଟ କଂପାନୀର ମୁଖ୍ୟ ନିର୍ବାହୀ ଅଧିକାରୀ ଓ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀଙ୍କ ନିକଟକୁ ପଠାଇଛନ୍ତି। ସେମାନେ କରିଥିବା ଅଭିଯୋଗ ଅନୁଯାୟୀ ଭଦ୍ରକ-ଧାମରା ରେଳପଥ ପାଇଁ ଜମି ହରାଇଥିବା ଚାଷୀମାନଙ୍କ ହକ୍ ଦାବି ପାଇଁ ସେମାନଙ୍କ ସଂଗଠନ କାର୍ଯ୍ୟ କରୁଥିବା ପରିପ୍ରେକ୍ଷୀରେ ବିଭିନ୍ନ ଦାବି ପୂରଣ ପାଇଁ ବର୍ଷବର୍ଷ ଧରି ଅନୁରୋଧ କରି ଆସିଛି। ବିଭିନ୍ନ ସମୟରେ ଆନ୍ଦୋଳନ କରିବା ପରେପରେ କେବଳ ମିଥ୍ୟା ପ୍ରତିଶ୍ରୁତି ଯାହା ଖାଲି ମିଳିଛି। ଭଦ୍ରକ ଜିଲାର ଉଚ୍ଚ ଅଧିକାରୀ, ଆରଡିସି ଓ ଡିପିସିଏଲ ଅଧିକାରୀଙ୍କ ସଭାରେ ଯାହା କିଛି ପ୍ରତିଶ୍ରୁତି ଦିଆଯାଇଥିଲା ତାହ ଅଦ୍ୟାବଧି ପୂରଣ ହୋଇନାହିଁ ବୋଲି କମିଟି ପକ୍ଷରୁ ଆରୋପ କରାଯାଇଛି। କମିଟିର ଦାବି ଅନୁଯାୟୀ ରାଜନଗର, ଦରପୁର, ସାମନ୍ତରାୟପୁର, ଚାରିତରଫ, ବରଦା, ଗୁରୁଦାସପୁର, ଛତ୍ରପଦା, ନରେନ୍ଦ୍ରୁର, ଭାନୁପୁର, କାନପୁର, ସନ୍ଦକପୁର, ବାମନବିନ୍ଧା, ଦୌଲତପୁର, ଖେଦରପୁର ମୌଜାର ଚାଷୀମାନେ ଏ ପର୍ଯ୍ୟନ୍ତ ଜମି କ୍ଷତିପୂରଣର ସଂପୂଣ୍ଣ ର୍ ମୂଲ୍ୟ ପାଇନାହାନ୍ତି। ତୁରନ୍ତ ଏହି ମୂଲ୍ୟ ପ୍ରଦାନ କରାଯିବାକୁ ସେମାନେ ଦାବି କରିଛନ୍ତି। ଜମିହରା, ବିସ୍ଥାପିତ ପରିବାରର ପିଲାମାନଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦିଆନଯାଇ ଅନ୍ୟରାଜ୍ୟ ଓ ଜିଲା ବହାରୁ ଅନ୍ୟ ପିଲାଙ୍କୁ ନିଯୁକ୍ତି ଦେଇ କଂପାନୀ ତା’ର ସର୍ତ୍ତନାମାକୁ ଖିଲାପ କରିଛି। ବନ୍ଦରେ ବିସ୍ଥାପିତ ପରିବାରର ପିଲାଙ୍କୁ ଅବିଳମ୍ବେ ନିଯୁକ୍ତି ଦିଆଯିବାକୁ ସେମାନେ ପତ୍ରରେ ଉଲ୍ଲେଖ କରିଛନ୍ତି। ବନ୍ୟାଜଳ ନିଷ୍କାସନ ପାଇଁ ରେଳପଥ ବାଧକ ହେଉଥିବାରୁ ତାହାର ପ୍ରତିକାର କରିବା, ସାମାଜିକ ଦାୟିତ୍ୱ ନିର୍ବାହ କରିବାରେ କଂପାନୀ ବିଫଳ ହୋଇଥିବା ବେଳେ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ଆଦିର ଉନ୍ନତି ଦିଗରେ କଂପାନୀ ଆବଶ୍ୟକୀୟ ପଦକ୍ଷେପ ନେବା ସହ ରେଳପଥ ନିର୍ମାଣ ପାଇଁ ଦଖଲକୁ ନେଇଥିବା ଜନସାଧାରଣଙ୍କ ଶ୍ମଶାନ, ଗୋଚର, ଖେଳପଡିଆ ଜମିବାବଦରେ ନୂତନ ଜମି କ୍ରୟ କରି ଜନସାଧାରଣଙ୍କୁ କଂପାନୀ ଫେରାଇବାକୁ କ୍ରିୟାନୁଷ୍ଠାନ କମିଟି ଦାବି କରିଛି। ଏହି ଦାବିଗୁଡିକ କାର୍ଯ୍ୟକାରୀ କରାଯିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାନଗଲେ ପୂର୍ବପରି କରଯାଇଥିବା ଆନ୍ଦୋଳନକୁ ଆପଣେଇବାକୁ ବାଧ୍ୟ ହେବେ ବୋଲି କମିଟିର କର୍ମକର୍ତ୍ତାମାନେ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top