ଜିଲ୍ଲା ପରିକ୍ରମା

ଭଦ୍ରକ : ଧାମରା ବନ୍ଦର ଜନ ଶୁଣାଣିକୁ ନେଇ ଚାଲିଛି ରାଜନୀତି ବିସ୍ଥାପିତଙ୍କୁ ମନେଇବାରେ ଏସ୍ଡିପିଓ ବିଫଳ

ଭଦ୍ରକ, ୧୦ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ଧାମରା ବନ୍ଦରରେ ଜନଶୁଣାଣୀ ହେବା ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ଧାମରା ବନ୍ଦର ଭୂଅର୍ଜ୍ଜନ ଅଧିକାରୀଙ୍କ ସୂତ୍ରରୁ ଏହା ଏପ୍ରିଲ ୧୧ରେ ହେବ ବୋଲି ଜଣାଯାଇଛି । ଏଥି ଲାଗି ଧାମରା ବନ୍ଦର କର୍ତ୍ତୃପକ୍ଷ ଜୋରଦାର ଉଦ୍ୟମ ଚଳାଇଛନ୍ତି ।  ସରକାରୀସ୍ତରରେ ଧାମରା ବନ୍ଦର ବିସ୍ଥାପିତଙ୍କୁ ଡକାଇ ଏକତ୍ରିତ କରିବାରେ ସଫଳ ହୋଇଥିବା ଚାନ୍ଦବାଲି ଏସଡିପିଓ ସେମାନଙ୍କୁ ମନେଇବାରେ ବିଫଳ ହୋଇଛନ୍ତି ବୋଲି ବିସ୍ଥାପିତ କମିଟିର ଯୁବନେତା ଆଶୁତୋଷ ପାଲ ମତବ୍ୟକ୍ତ କରିଛନ୍ତି । ଗତକାଲି ଚାନ୍ଦବାଲି ଏସଡିପିଓ ବିସ୍ଥାପିତଙ୍କୁ ଡାକି ସେମାନଙ୍କର କ’ଣ ଅସୁବିଧା ଅଛି ବୋଲି ପଚାରିଥିଲେ । ବିସ୍ଥାପିତ କମିଟି ସେମାନଙ୍କର ଚିରାଚରିତ ଢଙ୍ଗରେ ଜମିର ସର୍ବୋଚ ମୂଲ୍ୟ ନିର୍ଦ୍ଧାରଣ, ଗ୍ରାମବାସୀଙ୍କ ସହମତିରେ ଲୋକ ଅଦାଲତ ଦୋସିଙ୍ଗାଠାରେ କରିବା ସହ ସମସ୍ତଙ୍କୁ ଗୋଟିଏ କାଟାଗୋରୀରେ ଅନ୍ତର୍ଭୁକ୍ତ କରିବା ସହ ବିସ୍ଥାପିତଙ୍କୁ ସର୍ବୋଚ କ୍ଷତିପୂରଣ ଦାବି ଜଣାଇଥିଲେ । ଏଥିସହ ବର୍ତ୍ତମାନ ପରିସ୍ଥିତିରେ ବିସ୍ଥାପିତଙ୍କ ମୂଳ ପରିବାର ସହ କୌଣସି ସଂପର୍କ ନ ଥିବା ବେଳେ ସମସ୍ତ ବିସ୍ଥାପିତଙ୍କୁ ସ୍ଥାୟୀ ନିଯୁକ୍ତି ଦେବା କଥା ମଧ୍ୟ ବିସ୍ଥାପିତ କମିଟିର ଆଶୁତୋଷ ପାଲ ମତ ରଖିଥିଲେ । ବିସ୍ଥାପିତଙ୍କୁ ସେମାନଙ୍କର ଗୋଚର, ଶ୍ମଶାନ ଯୋଗାଇଦେବାକୁ ମଧ୍ୟ ଦାବି ରଖିଥିଲେ । ଏଥିସହ ଦୋସିଙ୍ଗା, ବାଲିସାହି, ଚିଆଣିପାଇ, ପ୍ରଦୁ୍ୟତନଗର, ଅମରନଗର ଆଦି ସମସ୍ତ ଗ୍ରାମଗୁଡିକ ପ୍ରଦୂଷଣରେ ଉବୁଟୁବୁ ହେଉଛି; ଫଳରେ ଏହି ଗ୍ରାମବାସୀ କେବଳ କୋଇଲା ଖାଇ ବଞ୍ଚୁଥିବା ବେଳେ ବନ୍ଦର କର୍ତ୍ତୃପକ୍ଷ ରାସ୍ତାଗୁଡିକ ମୋରମରେ ଭର୍ତ୍ତି କରୁଥିବା ବେଳେ ସେମାନଙ୍କର ଖାଦ୍ୟରେ ନାଲିଗୋଡି ଗୁଣ୍ଡ ମିଶି ସେମାନଙ୍କର ଜନଜୀବନ ବ୍ୟତିବ୍ୟସ୍ତ ହୋଇଯାଇଛି ବୋଲି କହିଥିଲେ । ଆଗାମୀ ଦିନରେ ବିସ୍ଥାପିତ କମିଟିର ଆଶୁତୋଷ ପାଳ ନ୍ୟାସନାଲ ଗ୍ରୀନ ଟ୍ରାଇବୁନାଲରେ ଏକ ମାମଲା କରିବେ ବୋଲି ମତ ରଖିଛନ୍ତି । ଆଗାମୀ ଦିନରେ ସେମାନଙ୍କ ପକ୍ଷରୁ ଜନ ଆନେ୍ଦାଳନ ସୃଷ୍ଟି ହେବା ସହ ଜନଶୁଣାଣିକୁ ବିରୋଧ କରାଯିବ ଏବଂ ଏହି ସମସ୍ତ କଥା ନେଇ ସୁପ୍ରିମକୋର୍ଟ ଏବଂ ଏନଜିଟିରେ ମଧ୍ୟ ମକଦମା ଋଜୁ କରାଯିବ ବୋଲି ମତ ପ୍ରକାଶ ପାଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top