ଭଦ୍ରକ : ଧାମରା ଗ୍ରାମ୍ୟ ଜଙ୍ଗଲକୁ ନେଇ ଛିଡୁନି ଅଡୁଆ ଡିଏଫଓ ମୁଖ୍ୟ ବନସଂରକ୍ଷକଙ୍କ ଦ୍ୱାରସ୍ଥ

ଭଦ୍ରକ,୧୬ା୧୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଧାମରା ରାଜସ୍ୱ ନିରୀକ୍ଷକଙ୍କ ଅନ୍ତର୍ଗତ ବାଲିସାହି ମୌଜାରେ ଥିବା ଗ୍ରାମ୍ୟ ଜଙ୍ଗଲ ଜମିକୁ ନେଇ ଛିଡୁନି ଅଡୁଆ । ଏହି ଜମି ପ୍ରକୃତରେ କାହାର ସେଥି ନେଇ ଭଦ୍ରକ ଡିଏଫଓ ମୁଖ୍ୟ ବନ ସଂରକ୍ଷକଙ୍କ ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି । ଗତ ନଭେମ୍ବରରେ ଏହି ଗ୍ରାମ୍ୟ ଜଙ୍ଗଲରୁ ଧାମରା ରାଜସ୍ୱ ନିରୀକ୍ଷକ ବାଲି ଉଠାଇବାକୁ ଏକ ଠିକା ସଂସ୍ଥାକୁ ଦେଇଥିଲେ । ଡିସେମ୍ବର ୪ରେ ଅତିରିକ୍ତ ତହସିଲଦାର ଉକ୍ତ ଜମିକୁ ସରଜମିନ ତଦନ୍ତ କରି ଏହି ଜମି ବନ ବିଭାଗର ବୋଲି ମତ ରଖିଥିଲେ । ପରେ ଏହି ଜମି ପ୍ରକୃତରେ କାହାର ବୋଲି ଭଦ୍ରକ ଡିଏଫଓ ତଦନ୍ତ ଆରମ୍ଭ କରିଥିଲେ । ପରେ ଡିଏଫଓ ନିଜ ମତରେ ଏହି ଜମି ବନବିଭାଗର ବୋଲି କହିଥିଲେ । ବାଲିସାହି ମୌଜାରେ ଥିବା ଖାତା ନଂ- ୯୪, ପ୍ଲଟ ନଂ୩୨୦, ୩୯୫ରେ ଥିବା ଏ୧୯.୪୩ ଜମିକୁ ୨୦୦୮ରେ ମୌଖିକ ଭାବରେ ଧାମରା ପୋର୍ଟ କଂପାନୀକୁ ହସ୍ତାନ୍ତରିତ ହୋଇଥିଲା । ହସ୍ତାନ୍ତରିତ ହେବା ପରେ ଧାମରା ପୋର୍ଟ କଂପାନୀ ଏହି ଜମିକୁ ନିଜ ଅଧୀନକୁ ଆଣିବାରେ ସଫଳ ହୋଇ ପାରି ନ ଥିଲା । ଏହାର ଏକମାତ୍ର କାରଣ ଏହା ଜଙ୍ଗଲ ଜମି ହୋଇଥିଲେ ମଧ୍ୟ ଦୋସିଙ୍ଗା ପଞ୍ଚାୟତର କିଛି ରାଜନୈତିକ ମାଫିଆ ଏହି ଜମିରେ ଚିଙ୍ଗୁଡି ପୋଖରୀ ଖୋଳି ମୁନାଫା କମାଇବା ସହ ବାଲି ବିକ୍ରି କରି ଆସୁଥିଲେ । ଫଳରେ ଏହି ଜମିକୁ ଧାମରା ପୋର୍ଟ କଂପାନୀ ନିଜ ଅକ୍ତିଆରକୁ ନେବାକୁ ଭୟ କରୁଥିଲା । ଏହି ବାଲି ଉଠାଣ ଘଟଣା ପରେ ଭଦ୍ରକ ଡିଏଫଓ ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କୁ ଡାକି ଏହାର  ସମାଧାନ କରିବାକୁ ଚାହିଁଥିଲେ । ବୈଠକରେ ଧାମରା ବନ୍ଦରର ଭାଇସ ପ୍ରେସିଡେଣ୍ଟ ଜଗତ ପରିଜା, ଭଦ୍ରକ ଡିଏଫଓ ଅମ୍ଳାନ କୁମାର ନାୟକ, ଚାନ୍ଦବାଲି ରେଞ୍ଜ ଅଫିସର ଅରୁଣ କୁମାର ବେହେରାଙ୍କ ସମେତ ଅନ୍ୟ ଅଫିସର ଯୋଗଦେଇଥିଲେ । ବୈଠକରେ ଧାମରା ବନ୍ଦର ପକ୍ଷରୁ ଭାଇସ ପ୍ରେସିଡେଣ୍ଟ ପକ୍ଷ ରଖି ତୁରନ୍ତ ଏହି ଜମିକୁ ଧାମରା ବନ୍ଦର କଂପାନୀ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତରିତ କରିବା ପାଇଁ ଅନୁରୋଧ କରିଥିଲେ । ସମସ୍ତ ଆଲୋଚନା ପରେ ଭଦ୍ରକ ଡିଏଫଓ ନିଜ ପକ୍ଷରୁ ମତାମତରେ କହିଥିଲେ ସେ ଏ ବିଷୟ ମୁଖ୍ୟ ବନସଂରକ୍ଷକଙ୍କ ଦୃଷ୍ଟିଗୋଚରକୁ ଆଣିବା ସହ ଚିଠି କରିଛନ୍ତି । ସେଠାରୁ ଚୁଡାନ୍ତ ରିପୋର୍ଟ ଆସିବା ପରେ ଯାହା ପ୍ଦକ୍ଷେପ ନିଆଯିବ । ମାତ୍ର ସେହି ସମୟ ପର୍ଯ୍ୟନ୍ତ ଜମିର ମାଲିକାନା ସତ୍ୱ କାହାର ରହିବ ସେ ନେଇ ସନ୍ଦିହାନୀ ପ୍ରକାଶ ପାଇଛି । ଏହି ଜମିରୁ ରାତି ଅଧିଆ ବାଲି ଚୋରା କାରବାର ଚାଲିଛି । ଏହାକୁ ରୋକ ଲଗାଇବ କିଏ; ବନ ବିଭାଗ ଅଥବା ରାଜସ୍ୱ ବିଭାଗ? ଫଲରେ ପୁଣି ବାଲି ମାଫିଆ ସତର୍କତାର ସହ ରାତି ଅଧିଆ ବାଲି ଉତ୍ତୋଳନ କରିଚାଲିଛନ୍ତି । ଧାମରା ଅଞ୍ଚଳର ବୁଦ୍ଧିଜୀବୀ ଏହି ରାତି ଅଧିଆ ବାଲି ଚୋରା ଚାଲାଣକୁ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି । ଏ ବାବଦରେ ଭଦ୍ରକ ଡିଏଫଓ ନିଜର ପ୍ରତିକ୍ରିୟା ରଖି କୁହନ୍ତି; ମୁଖ୍ୟ ବନସଂରକ୍ଷକଙ୍କ ପାଖରୁ ଚିଠି ଆସିବା ପରେ ଯାହା ପଦକ୍ଷେପ ନିଆଯିବ । ଏହି ଜମି ଯଦି ଧାମରା ବନ୍ଦର କଶ୍ଛଙ୍କନୀକୁ ହସ୍ତାନ୍ତରିତ କରାଯାଏ ତେବେ ଏଠାରେ ବନୀକରଣ କରାଯିବ ବୋଲି ବନ୍ଦର କର୍ତ୍ତୃପକ୍ଷ ମତ ପୋଷଣ କରିଛନ୍ତି । ଯଦି ଏହା ଭଦ୍ରକ ଚାନ୍ଦବାଲି ବନାଞ୍ଚଳ ମଧ୍ୟରେ ରୁହେ ତାହା ହେଲେ ମଧ୍ୟ ଏଠାରେ ବନୀକରଣ କରାଯିବା । ମାତ୍ର ସେହି ସମୟ ପର୍ଯ୍ୟନ୍ତ ଏଠାରେ ବନୀକରଣ କରାଯିବା ପାଇଁ ଦରକାର ହେଉଥିବା ବାଲି ଏବଂ ମାଟି ଚୋରା ବେପାରୀ ରଖିବେ ତ’ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *