ଜିଲ୍ଲା ପରିକ୍ରମା

ଭଦ୍ରକ : ଧାମରାରେ ଆଞ୍ଚଳିକ ରାଧାଗୋବିନ୍ଦ ମେଳଣ ଉଦଯାପିତ

ଭଦ୍ରକ, ୨୮ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ଧାମର ପଂଚାୟତସ୍ଥ ନରସିଂହପୁର ଠାରେ ଧାମରା ଆଂଚଳିକ ରାଧାଗୋବିନ୍ଦ ମେଳଣ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୨୦୦୬ ମସିହାରୁ ଆରମ୍ଭ ହୋଇଥିବା ଏହି ମେଳଣ ୧୩ ବର୍ଷରେ ପଦାର୍ପଣ କରିଛି । ଏହି ମେଳଣ ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ହେଉଥିବା ବେଳେ ଧାମରା ନିକଟସ୍ଥ କଇଥଖୋଲା, କରଞ୍ଜମାଳ, କରଣପଲ୍ଲୀ, ଦୋସିଙ୍ଗା, ବାଂଶଡା ତଥା ନଳଗୋହିରା ଆଦି ପଂଚାୟତରୁ ୪୦ରୁ ଅଧିକ ରାଧାକୃଷ୍ଣଙ୍କ ବିମାନ ସୁଶୋଭିତ ହୋଇ ଆସିଥିଲା । ଏହି ସବୁ ସୁଶୋଭିତ ବିମାନ ନରସିଂହପୁର ଠାରେ ଥିବା ମେଳଣ ପଡିଆରେ ଏକତ୍ରିତ ହେବା ପରେ ଭୋଗ ଲାଗି କରାଯାଇଥିଲା । ପରେ ଆଂଚଳିକ ରାଧାଗୋବିନ୍ଦ ମେଳଣ କମିଟି ପକ୍ଷରୁ ରଙ୍ଗ ଖେଳ ତଥା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ବେଶ ମନମୁଗ୍ଧକର ହୋଇଥିବା ବେଳେ ମେଳନ କମିଟି ପକ୍ଷରୁ ମେଳଣ ପଡିଆ ଠାରେ ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।ଏହି ସମସ୍ତ କାର୍ଯ୍ୟକ୍ରମ ଅପରାହ୍ଣ ୪ଟା ସମୟରେ ସରିବା ପରେ ସମସ୍ତ ବିମାନ ଗୁଡିକ ମେଳଣ ପଡିଆରୁ ବିଦାୟ ନେଇଥିଲେ ।  ଏହି କାର୍ଯ୍ୟକ୍ରମ ଧାମରା, ଜାଗୁଳା ପଂଚାୟତର ସମସ୍ତଙ୍କ ଅକୁଣ୍ଠ ସହଯୋଗରେ ହୋଇଥିବା ବେଳେ ମେଳଣ କମିଟିର ଆବାହକ ତଥା ସଂପାଦକ ଲକ୍ଷ୍ମୀଧର ନାୟକ, ସଭାପତି ସୁଶାନ୍ତ ଜେନା, ପ୍ରତାପ ରାଉତ, ନରହରି ମଲିକ, ଗୌରାଙ୍ଗ ନୟକ, ନିକୁଞ୍ଜ ମଲିକ, ଅଭିମନ୍ୟୁ ରାଉତ, ବିଦ୍ୟାଧର ବାରିକ ନରେନ୍ଦ୍ର ନାୟକ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top