ଜିଲ୍ଲା ପରିକ୍ରମା

ଭଦ୍ରକ : ଧାମରାକୁ ବିଶ୍ୱସ୍ତରୀୟ ଅର୍ଥନୈତିକ ଜୋନ୍ ପାଇଁ କ୍ଷେତ୍ରୀୟ ପରିଦର୍ଶନ

ଭଦ୍ରକ, ୧୯ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) :  ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଅଧୀନସ୍ଥ ଧାମରାକୁ ବିଶ୍ୱସ୍ତରୀୟ ଅର୍ଥନୈତିକ ଅଞ୍ଚଳ ପାଇଁ ଆସିଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ଏକ ଉଚ୍ଚସ୍ତରୀୟ ପଦାଧିକାରୀ ଦଳ ଧାମରା ଆସି କ୍ଷେତ୍ରୀୟ ପରିଦର୍ଶନ କରି ଫେରିଯାଇଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ହୋଇଥିବା ପ୍ରସ୍ତାବରେ ଧାମରା ଏବଂ ପାରାଦ୍ୱୀପ ବନ୍ଦରକୁ ଯୋଡିବା ପାଇଁ ଆଭିମୁଖ୍ୟ ପ୍ରକାଶ କରିଥିଲେ । ଏହାଦ୍ୱାରା ଧାମରା ଏବଂ ପାରାଦ୍ୱୀପକୁ ସଡକ ଏବଂ ରେଳପଥରେ ଯୋଡିବା ସହ ଏହି ୨ବନ୍ଦର ମଧ୍ୟରେ ଥିବା ଅସମାନତାକୁ ଦୂର କରାଯାଇପାରିବା ସହ ଏହି ଅଞ୍ଚଳଗୁଡିକର ଆର୍ଥିକ ଅଭିବୃଦ୍ଧି ହୋଇପାରିବ ସେ ନେଇ ଆଲୋଚନା ହୋଇଥିଲା ।  ଏହି କ୍ଷେତ୍ରୀୟ ପରିଦର୍ଶନରେ କେନ୍ଦ୍ର ସରକାରଙ୍କ ପରିବେଶ ବିଭାଗର ଆଞ୍ଚଳିକ ନିର୍ଦେଶକ ଜି ମୁରଗାସନ ଭଦ୍ରକ ଡିଏଫଓ ଅମ୍ଲାନ ନାୟକ, ଚାନ୍ଦବାଲି ରେଞ୍ଜ ଅଫିସର ଅରୁଣ କୁମାର ବେହେରା, ଚାନ୍ଦବାଲି ତହସିଲଦାର ପ୍ରେମାଂଶୁ ଚାନ୍ଦ, ସୁରଭାଇଜର ଦାଶରଥି ଦାସ, ରାଜ୍ୟ ସରକାରଙ୍କ ଇଡକୋ ଅଫିସର ୮ଜଣ  ଉଚ୍ଚ ପଦାଧିକାରୀ ଏବଂ ଭଦ୍ରକ ଡେପୁଟି କଲେକ୍ଟର ରାଜେନ୍ଦ୍ର ପଣ୍ଡା ଆସି କଇଥଖୋଲା ଆରଆଇଙ୍କ ଅଧୀନରେ ଥିବା କିଶୋର ପ୍ରସାଦ ଏବଂ ଗୌରପ୍ରସାଦର ବିସ୍ତୀଣ୍ଣ ର୍ ସରକାରୀ ଜମି ଦେଖିବା ସହ ଏହି ଅଞ୍ଚଳର ସ୍କେଚ ମ୍ୟାପ ନେଇ ମାପଚୁପ କରିଥିଲେ । ସମୁଦ୍ର ଜୁଆର ସମୟରେ ଏହାର କେତେ ଅଞ୍ଚଳ ଜଳାର୍ଣ୍ଣବ ହେଉଛି ତାହାର ବିବରଣୀ ନେଇଥିଲେ । ଏହି ସଂପୂର୍ଣ୍ଣ ଜୁଆର ପରିସୀମା ଠାରୁ ୫ଶହ ମିଟର ପରେ ଥିବା ଅଞ୍ଚଳଗୁଡିକୁ କେନ୍ଦ୍ର ସରକାର ନିଜ ଅଧୀନକୁ ନେବେ ବୋଲି ଜଣାଯାଇଛି । ଏହାଦ୍ୱାରା କେନ୍ଦ୍ର ସରକାରଙ୍କ ସାଗରମାଳା ପ୍ରକଳ୍ପ ସହଜରେ କାର୍ଯ୍ୟକାରୀ ହୋଇପାରିବ ବୋଲି ମତ ରଖିଥିଲେ । ଏହି ଜମି ବର୍ତ୍ତମାନ ଜଙ୍ଗଲ ପରିବେଶ ବିଭାଗ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଏ ନେଇ କିଛି ଅସୁବିଧା ଉପୁଜିବ ନାହିଁ ବୋଲି ପରିବେଶ ବିଭାଗର ନର୍ଦେଶକ ଜି ମୁରଗାସନ ନିଜ ମତ ରଖିଥିଲେ । ଆଗାମୀ ଦିନରେ ଏନେଇ ଏକ ସ୍ୱତନ୍ତ୍ର ଦଳ ଧାମରା ଅଞ୍ଚଳ ଗସ୍ତ କରିବେ ବୋଲି ସେ କହିଥିଲେ । ଆସିଥିବା ଇଡକୋର ପଦାଧିକାରୀ ନିଜର ମତାମତରେ କହିଥିଲେ ଏହି ଅର୍ଥନୈତିକ ଜୋନ ପ୍ରତିଷ୍ଠା ହୋଇପାରିଲେ ବନ୍ଦର ବନ୍ଦର ମଧ୍ୟରେ ମାଲ ପରିବହନକୁ ନେଇ ଉପୁଜୁଥିବା ସମସ୍ତ କଥା ସମାଧାନ ହେବା ସହ ସମୟର ଅପଚୟ ରକ୍ଷା ହୋଇ ପାରିବ ଏବଂ ଭାରତୀୟ କଂପାନୀମାନେ ନିଜର ଉତ୍ପାଦନ କରୁଥିବା ସମସ୍ତ ସାମଗ୍ରୀ  ନେଇ ସାରା ବିଶ୍ୱରେ ସୃଷ୍ଟି ହୋଇଥିବା ପ୍ରତିଦ୍ୱନ୍ଦ୍ୱିତାରେ ଭାଗ ନେଇପାରିବେ ବୋଲି କହିଥିଲେ । ଖୁବଶୀଘ୍ର ଏହି ଅର୍ଥନୈତିକ ଜୋନ ପ୍ରତିଷ୍ଠା ହେବ ବୋଲି ସମସ୍ତ ପଦାଧିକାରୀ ମତପୋଷଣ କରିବା ସହ ଖୁବଶୀଘ୍ର ଏକ ଉଚ୍ଚସ୍ତରୀୟ ଦଳ ଆସିବେ ବୋଲି ମତପ୍ରକାଶ ପାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top