ଜିଲ୍ଲା ପରିକ୍ରମା

ଭଦ୍ରକ : ଧାମନଗର ମହୋତ୍ସବ ଉଦ୍ଘାଟିତ ପାରମ୍ପରିକ ଲୋକନୃତ୍ୟରେ ଝୁମିଲେ ଦର୍ଶକ

ଭଦ୍ରକ, ୧୬ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଯେଉଁଠି ଗରିବ ଲୋକଙ୍କ ମୁହଁର ହସଫୁଟେ, ଯେଉଁଠାରେ ଲୋକେ ପ୍ରକୃତିକୁ ନ ଡରି ଏହାର ମୁକାବିଲା କରନ୍ତି ଶେଷରେ ଯେଉଁଠି ଉନ୍ନତି ଚମର ସୀମାରେ ପହଞ୍ଚôଥାଏ ସେଇଠି ମହୋତ୍ସ ବ ପାଳନ ହୁଏ ବୋଲି ବ୍ଲକର ପ୍ରଥମକରି ଆୟୋଜିତ ହୋଇଥିବା ‘ଧାମନଗର ମହୋତ୍ସ ବ’ ସଭାରେ ଯୋଗଦେଇଥିବା ମଞ୍ଚାସିନ ଅତିଥି ମତବ୍ୟକ୍ତ କରିଛନ୍ତି । ପାଞ୍ଚଦିନ ବ୍ୟାପି ସମାରୋହରେ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବ ପ୍ରଥମ ସନ୍ଧ୍ୟା ଉଦ୍ଘାଟିତ ହୋଇଯାଇଛି । ଏହା ପୂର୍ବରୁ ପାଳିଆବିନ୍ଧା ବିରଞ୍ଚôନାରୟଣ ପୀଠ, ସ୍ୱାଧୀନତା ସଂଗ୍ରାମୀଙ୍କ ପୀଠ ସହିଦନଗର, ଐତିହାସିକ ପୀଠ ଗୋହିରାଟିକିରି ଓ ଧାମନଗର ଖାନକାସରିଫ ଇତ୍ୟାଦି ସ୍ଥାନରୁ ମସାଲ ଶୋଭାଯାତ୍ରା ଆସି ମହୋତ୍ସବ ସ୍ଥଳରେ ପହଞ୍ଚôଥିଲା । ଏହାପରେ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥିଙ୍କ ଦ୍ୱାରା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ହୋଇଥିବା ନୂତନ ଷ୍ଟାଡିୟମ୍ ଓ ଷ୍ଟାଡିୟମ୍ର ସ୍ପୋର୍ଟସ ହଲକୁ ଉଦ୍ଘାଟନ କରାଯାଇଥିଲା । ଇତି ମଧ୍ୟରେ ମଞ୍ଚରେ ଆଲୋକର ବର୍ଣ୍ଣାଳୀ ସାଙ୍ଗକୁ ଓଡିଶାର ସ୍ୱନାମଧନ୍ୟ କଳାକାରଙ୍କ ଦ୍ୱାରା ପାରମ୍ପରିକ ଲୋକନୃତ୍ୟ ଓ ଘୋଡାନାଚ, ଗଂଜାମର ଯୋଡିଶଙ୍ଖ, ଭୁବନେଶ୍ୱରର ଗୁରୁ ଗଜେନ୍ଦ୍ର ପଣ୍ଡା ଓ ସହକର୍ମୀଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ, ସ୍ଥାନୀୟ ଦୋବଲ ଅଞ୍ଚଳର କୁନିପ୍ରତିଭାଙ୍କ ଦ୍ୱାରା ନୃତ୍ୟ ପରିବେଷଣ କାର୍ଯ୍ୟକ୍ରମକୁ ଲୋକେ ବେସ ଉପଭୋଗ କରିଥିଲେ । ଶେଷରେ ମହୋତ୍ସବ କମିଟିର ଆବାହକ ତଥା ଧାମନଗର ବିଜ୍ଞାପିତ ଅଞ୍ଚଳର କାର୍ଯ୍ୟନିର୍ବାହି ଅଧିକାରୀ ଡ. ନରହରି ବେହେରାଙ୍କ ଅଧ୍ୟକ୍ଷତାରେ ଉଦ୍ଘାଟନ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ମୁଖ୍ୟଅତିଥି କ୍ରୀଡା ଯୁବ ବ୍ୟାପାର ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ସମ୍ମାନୀତ ଅତିଥି ·ନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, କୋରେଇ ବିଧାୟକ ତଥା ଅଭିନେତା ଆକାଶ ଦାସନାୟକ, ଜିଲା ପ୍ରକଳ୍ପ ନିର୍ଦେଶକ ଦୀଲପ କୁମାର ସାହୁ, ମୁଖ୍ୟବକ୍ତା ଗବେଷକ ଗଣେଶ୍ୱର ସ୍ୱାଇଁ, ତିହିଡି ପଞ୍ଚାୟତସମିତି ଅଧ୍ୟକ୍ଷା ବିଦୁ୍ୟତଲତା ନାୟକ ପ୍ରମୁଖ ଯୋଗଦେଇ ଧାମନଗର ମାଟିର ଅପୂର୍ବ ଇତିହାସକୁ ସ୍ମରଣ କରାଇ ମାଟିକୁ ପ୍ରଣାମ କରିବା ସହ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ଦୀର୍ଘ ·ରିବର୍ଷର ପରିଶ୍ରମ ତାଙ୍କୁ ଏହି ସଫଳତା ପାହାଚରେ ପହଞ୍ଚାଇଥିବା ସଂପର୍କରେ ସୂଚନା  ଦେଇଥିଲେ । ମହୋତ୍ସବ କମିଟିର ସଭାପତି ତଥା ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ସଭାରେ ପ୍ରାରମ୍ଭିକ ସୂଚନା ପ୍ରଦାନ ସାଙ୍ଗକୁ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଧାମନଗର ବିକାଶ ପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି, ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବିଧାୟକ ଆକାଶ ଦାସ ଧାମନଗର ଦୁଇ ସଂପ୍ରଦାୟର ଲୋକଙ୍କ ଭାଇ·ରା ସଂପର୍କରେ ବକ୍ତବ୍ୟ ରଖିବା ସାଙ୍ଗକୁ ତାଙ୍କର ପ୍ରଥମ ଚଳଚିତ୍ର କଳିଙ୍ଗପୁତ୍ର ଗୀତ ମୋ ଓଡିଶା ଗାନ କରିବା ସହ ଚଳଚିତ୍ର ‘ହରି ଓମ୍ ହରି’ର ସଂଳାପ ଶୁଣାଇ ଦର୍ଶକଙ୍କୁ ବିମୋହିତ କରିଥିଲେ । ଉତ୍ସବ କମିଟିର ସଂପାଦକ ତଥା ତହସିଲଦାର ·ଲର୍ସ ନାୟକ ସଭାରେ ଉଦ୍ବୋଧନ ଦେଇ ଧାମନଗର ମହୋତ୍ସବ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ କାର୍ଯ୍ୟକ୍ରମରେ ସହଯୋଗ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top