ଓଡ଼ିଶା

ଭଦ୍ରକ : ଧାମନଗର ମହୋତ୍ସବର ଚତୁର୍ଥ ସନ୍ଧ୍ୟା ‘ନିଜକୁ ଆବିଷ୍କାର କରିବା ପାଇଁ ମହୋତ୍ସବ ସୁଯୋଗ ଦିଏ’

ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସବୁ ସାମର୍ଥ୍ୟକୁ ଚିହ୍ନିବା ଓ ନିଜକୁ ଆବିଷ୍କାର କରିବା ପାଇଁ ମହୋତ୍ସବ ସୁଯୋଗ ଦେଇଥାଏ। ଉତ୍ସବ ମାଧ୍ୟମରେ ଲୋକଙ୍କର ଉତ୍ସାହ ବୃଦ୍ଧି ପାଇଥାଏ। କଳା, ସାହିତ୍ୟ, ତ୍ୟାଗ ଓ ସଂଗ୍ରାମର ମାଟି ଧାମନଗର ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ଯେଭଳି ଶୃଙ୍ଖଳା ଢଙ୍ଗରେ ରଙ୍ଗୀନ କାର୍ଯ୍ୟକ୍ରମ କରାଯାଉଛି ତାହା ଏ ମାଟିର କଳା ଓ ସଂସ୍କୃତିର ପରିଚୟ ଦେଇଛି ବୋଲି ଧାମନଗର ମହୋତ୍ସବ ପାଳନ ଚତୁର୍ଥ ସନ୍ଧ୍ୟାରେ ମଞ୍ଚାସିନ ଅତିଥି ସୂଚନା ଦେଇଛନ୍ତି। ମହୋତ୍ସବର ଚତୁର୍ଥ ସନ୍ଧ୍ୟାର ଆୟୋଜିତ ସଭାରେ ମୁଖ୍ୟଅତିଥି ପୂର୍ତ୍ତ, ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ, ମୁଖ୍ୟବକ୍ତା ସମ୍ବାଦର ସଂପାଦକ ସୋ÷ମ୍ୟରଞ୍ଜନ ପଟ୍ଟନାୟକ, ସମ୍ମାନିତ ଅତିଥି ଅଭିନେତା ତଥା କାଜୁନିଗମ ଅଧ୍ୟକ୍ଷ ମୁନା ଖାଁ ଯୋଗଦେଇ ଉଦବୋଧନ ଦେବା ସହ ଧାମନଗର ଯାହା ଚାହିଁଥିଲା ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ତାହା ପୂରଣ କରିଛନ୍ତି। ଧାମନଗରରେ ଆଉ ବନ୍ୟା ଅବସ୍ଥା ଉପୁଜୁ ନାହିଁ। ବିକାଶ ମୂଳକ କାର୍ଯ୍ୟକ୍ରମ ଅବ୍ୟାହତ ରହିଛି ଏବଂ ଧାମନଗର ତାହାର ହକ ପାଇଥିବାରୁ ଏଥିପାଇଁ ମହୋତ୍ସବ ପାଳନ କରାଯାଉଥିବା ଅତିଥି ସୂଚନା ଦେଇଥିଲେ। ଉତ୍ସବ କମିଟିର ଆବାହକ ଡ. ନରହରି ବେହେରାଙ୍କ ସଞ୍ଚାଳନାରେ ଅନୁଷ୍ଠିତ ସଭାରେ କମିଟିର ସଭାପତି ବିଧାୟକ ମୁକ୍ତକାନ୍ତ ମଣ୍ଡଳ ସ୍ୱାଗତ ଭାଷଣ ଦେବା ସହ ଧାମନଗରର ଅତୀତ ଓ ବର୍ତ୍ତମାନ ଅବସ୍ଥା ସଂପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡା, ଅବସରପ୍ରାପ୍ତ ଅଧ୍ୟାପକ ଶିକ୍ଷାବିତ୍ ରବୀନ୍ଦ୍ର ବେହୁରିଆ, ବରିଷ୍ଠ ଆଇନଜୀବୀ ନିରାକାର ଜେନା, ରାଷ୍ଟ୍ରପତି ପୁରସ୍କୃତ ଶିକ୍ଷକ ନରେନ୍ଦ୍ର କୁମାର ମହାନ୍ତି, ପ୍ରଣବ କୁମାର ସାହୁ, ଅମରେନ୍ଦ୍ର ନାୟକ, ଅବଦୁଲ ମୋସାଇ, ରାଜ୍ୟପାଳ ପୁରସ୍କୃତ ଶିକ୍ଷକ ଅହଲ୍ୟା ସାହୁ, ବ୍ରଜବନ୍ଧୁ ସାହୁ, ଗିରିଶ ବିହାରି ମିଶ୍ର, ଶିଶୁ କଳାକାର ଲକ୍ଷ୍ମୀପ୍ରିୟା ସାହୁ ଓ ଆକାକ୍ଷାଂ ପାତ୍ରଙ୍କୁ ସମ୍ବର୍ଦ୍ଧତ କରାଯାଇଥିଲା। ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରଘୁନାଥ ଲେଙ୍କା ସମ୍ବର୍ଦ୍ଧନା ସଭା ସଞ୍ଚାଳନ କରିଥିଲେ। ସଭାରେ ମହୋତ୍ସବ କମିଟିର ସଂପାଦକ ତହସିଲଦାର ଚାଲର୍ସ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଭା ଆରମ୍ଭ ହେବା ଆଗରୁ ଅତିଥିଙ୍କ ଦ୍ୱାରା ଧାମନଗର ଶ୍ମସାନ ଘାଟ ସ୍ୱର୍ଗଦ୍ୱାରର ଶିଳାନ୍ୟାସ କରାଯିବା ସହ ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଘରକୁ ଉଦ୍ଘାଟନ କରାଯାଇଥିଲା। ସଭା ସରିବା ପରେ ଭୁବନେଶ୍ୱର କଳା ଆଶ୍ରମର ଏକ ପାଦ ନୃତ୍ୟ ଶିଳ୍ପି ଗୁରୁ ନିତ୍ୟାନନ୍ଦ ଦାସ ଓ ତାଙ୍କ ସାଥୀଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ, ବ୍ରହ୍ମପୁରର ପ୍ରିନସ୍ ଡ୍ୟାନସ ଗ୍ରୁ ଓ ଓଲିଉଡ୍ ଟ୍ରାକ୍ ସିଙ୍ଗର ସଂଗ୍ରାମ କୁମାରଙ୍କ ସଙ୍ଗୀତ ପରିବେଷଣ ଇତ୍ୟାଦିକୁ ଦର୍ଶକ ବିଳମ୍ବିତ ରାତି ଯାଏଁ ଉପଭୋଗ କରିଥିଲେ। ଦିନରେ ମଞ୍ଚରେ କବି ସମ୍ମିଳନୀ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top