ଜିଲ୍ଲା ପରିକ୍ରମା

ଭଦ୍ରକ : ଧାମନଗର ଛକ ରାସ୍ତାରେ ବିରାଟ ଖାଲ ବଢୁଛି ଦୁର୍ଘଟଣା; କର୍ତ୍ତୃପକ୍ଷ ନିରବଦ୍ରଷ୍ଟା

ଭଦ୍ରକ, ୩୧ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଧାମନଗର ବ୍ଲକ ସଦର ମହକୁମାର ମୁଖ୍ୟ ପ୍ରବେଶ ପଥ ଧାମନଗର ଛକ ୫ନମ୍ବର ଜାତୀୟ ରାଜପଥରେ ବିରାଟ ଖାଲ ରହିଥିବାରୁ ପ୍ରତିଦିନ ଏହିବାଟେ ଯିବା ଆସିବା କରୁଥିବା ପଥଚାରୀ, ବାଇକ ଓ ସାଇକେଲ ଆରୋହୀ, ଚାରିଚକିଆ ଯାନ, ଟ୍ରକ, ବସ୍ ଇତ୍ୟାଦି ଦୁର୍ଘଟଣାରେ ଶୀକାର ହେଉଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷଙ୍କର ଏଥପ୍ରତି ନଜର ନାହିଁ। ଅନ୍ୟ ପକ୍ଷରେ ଦୀର୍ଘ ଦିନ ଧରି ରାସ୍ତାରେ ରହିଥିବା ସେହି ଖାଲର ଗଭୀରତା ଏବଂ ଓସାର ଦିନକୁ ଦିନ ବଢିବାରେ ଲାଗିଛି। ଘଟଣାରୁ ପ୍ରକାଶ ୫ ନଂ ଜାତୀୟ ରାଜପଥ ଧାମନଗର ଛକର ଏକ ଓଭରବ୍ରିଜ ଆବଶ୍ୟକତା ଥିବା ବେଳେ ତାହା କରାଯାଉ ନାହିଁ। ଯାହାଦ୍ୱାରା କଟକ ଆଡୁ ଧାମନଗରକୁ ଏବଂ ଧାମନଗରରୁ ଭଦ୍ରକ ଆଡକୁ ଯାଉଥିବା ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଉଭୟ ପାର୍ଶ୍ୱ ଆଡକୁ ଯିବା ପାଇଁ ହେଲେ ଲୋକମାନଙ୍କୁ ଜାତୀୟ ରାଜପଥ ଅତିକ୍ରମ କରି ବିପରୀତ ଦିଗକୁ ଯିବାକୁ ପଡୁଛି। ସେହି ଜାଗାରେ ଟ୍ରାଫିକ ବ୍ୟବସ୍ଥା ନାହିଁ। ଜାତୀୟ ରାଜପଥର ଦୁଇ ପାଶ୍ୱର୍ରେ ପ୍ରତ୍ୟେହ ବିଭିନ୍ନ ଯାନ ଚଳାଚଳ ଅବ୍ୟାହତ ରହିଥିବା ବେଳେ ଏହି ସମୟରେ ପଥଚାରୀ, ବାଇକ ଓ ସାଇକେଲ ଆରୋହୀ ସମେତ ୪ ଚକିଆ ଯାନ, ଟ୍ରକ, ବସ୍ ଇତ୍ୟାଦି ରାସ୍ତା କ୍ରସ କଲାବେଳେ ସାମାନ୍ୟ ଅସାବଧାନତା ହେଲେ ଦୁର୍ଘଟଣା ଘଟୁଛି। ଏହାସହ ରୋଡ କ୍ରସ ମଝିରେ ରହିଥିବା ବିରାଟ ଖାଲ ସମସ୍ୟାକୁ ଅଧିକ ଜଟିଳ କରିଛି। ଏଥିପାଇଁ ପ୍ରତିଦିନ ଏକାଧିକ ଦୁର୍ଘଟଣା ଘଟି ଧନ ଓ ଜୀବନ ହାନି ହେଉଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଧାମନଗର ଛକର ଉପୁଜିଥିବା ସମସ୍ୟାର ସ୍ଥାୟୀ ସମାଧାନ କେବେ ହେବ ତାହାକୁ ନେଇ ଧାମନଗର ଅଞ୍ଚଳର ବୁଦ୍ଧିଜିବୀ ଚିନ୍ତାପ୍ରକଟ କରିଛନ୍ତି। ତେବେ ସମସ୍ୟାର ଆଶୁ ସମସ୍ୟା ପାଇଁ ରାସ୍ତାରେ ଥିବା ସେହି ଖାଲକୁ ତୁରନ୍ତ ପୋତାଯିବା ସହ ସେହି ବିପଦପୂର୍ଣ୍ଣ ଛକରେ ୨ ଜଣ ଟ୍ରାଫିକ ପୁଲିସ ନିୟୋଜିତ କରାଯାଇ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରାଯିବା ପାଇଁ ଦାବି ହୋଇଛି। ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଅକାରଣରେ ଦୈନନ୍ଦିନ ଘଟୁଥିବା ଦୁର୍ଘଟଣାକୁ ରକ୍ଷା କରିବା ପାଇଁ ଦାବି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top