ଜିଲ୍ଲା ପରିକ୍ରମା

ଭଦ୍ରକ : ଧାମନଗର ଗୋରୁ ଚୋରା ଚାଲାଣକାରୀଙ୍କ ପେଣ୍ଠସ୍ଥଳୀ

ଭଦ୍ରକ, ୮ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲାର ଧାମନଗର ବ୍ଲକ ଚୋରା ଗୋରୁ ବେପାରୀଙ୍କ ପେଣ୍ଠସ୍ଥଳୀ ପାଲଟିଛି । ବିଭିନ୍ନ ମହଲରେ ମୋଟା ଅଙ୍କରେ ଲାଞ୍ଚ ଦେଇ ବେପାର କରିପାରିଲେ ଚୋରା ଗୋରୁ ବେପାର ଏକ ଲାଭଜନକ ବ୍ୟବସାୟ ହୋଇଥିବାରୁ ଦିନକୁ ଦିନ ଏହି ବ୍ଲକରେ ଗୋରୁ ବେପାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାଦ୍ୱାରା ପ୍ରତିଦିନ ବ୍ଲକ ଅଞ୍ଚଳରୁ ଶହଶହ ଗୋରୁଙ୍କୁ ଟ୍ରକରେ ନିର୍ଦୟ ଭାବେ ବୋଝେଇ କରି ବାହାର ରାଜ୍ୟକୁ ଚୋରା ଚାଲାଣ କରାଯାଉଛି, ତାହା ଖୋଲାଖୋଲି ଭାବେ ପଶୁ ସୁରକ୍ଷା ଆଇନକୁ ଉଲଙ୍ଘନ କରାଯାଉଥିବା ଏବଂ ଗୋରୁ ବେପାରୀଙ୍କ ପ୍ରତି ହିଂସା ଭାବ ସୃଷ୍ଟି ହେଉଛି । ପରିସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଥିବାରୁ ତୁରନ୍ତ ଏହାର ପ୍ରତିକାର  ବ୍ୟବସ୍ଥା କରା ନଗଲେ ଆଗାମୀ ଦିନରେ ଏ ଅଞ୍ଚଳରୁ ସଂପୂର୍ଣ୍ଣ  ଭାବେ ଗୋ ସଂପଦ  ଲୋପ ପାଇବ ବୋଲି ବୁଦ୍ଧିଜୀବୀ ମହଲରେ ଉଦ୍ବେଗ ପ୍ରକାଶ ପାଇଛି । ଘଟଣାରୁ ପ୍ରକାଶ ଯେ ସପ୍ତାହର ମଙ୍ଗଳବାର ଓ ଶନିବାର ଗୋରୁ ବେପାରୀମାନେ ଧାମନଗର ନିକଟସ୍ତ ହବିବନଗର ଏବଂ ବଜାର ନିକଟ ବିଭିନ୍ନ ରାସ୍ତା କଡରେ ବଡ ବଡ ଟ୍ରକରେ ବିଳମ୍ବିତ ରାତିରେ ଗୋରୁ ମାନଙ୍କୁ ଅତି ନିର୍ଦୟ ଭାବେ ଗୋଟିଏ ଟ୍ରକରେ ୬୦ରୁ ଅଧିକ ଗୋରୁଙ୍କୁ ବୋଝେଇ କରି ବାହାର ରାଜ୍ୟ ପଶ୍ଚିମବଙ୍ଗ ଅଞ୍ଚଳକୁ ଚୋରା ଚାଲାଣ କରୁଛନ୍ତି । ଏସବୁ ବେଆଇନ କାର୍ଯ୍ୟ ରୋକିବା ପାଇଁ ସ୍ଥାନୀୟ ପୁଲିସର କ୍ଷମତା ଥିଲେ ହେଁ ତାହା ରୋକାଯାଇ ପାରୁନାହିଁ କାହିଁକି, ସେନେଇ ସବୁ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ପୁଲିସର କାର୍ଯ୍ୟଦକ୍ଷତା ସନେ୍ଦହ ଘେରରେ ରହିଛି । ଧାମନଗରର ବେପାରୀମାନେ ଅନୁଗୁଳ ଅଞ୍ଚଳରୁ ଏବଂ ପଡୋଶୀ ଯାଜପୁର ଓ ଅନ୍ୟ ଜିଲାର ବିଭିନ୍ନ ଗୋରୁ ହାଟ, ବଉଳାଙ୍ଗ, କଣ୍ଟାପଡା, ବାଳମୁକୁଳି, ସାହାପୁର, ଇତ୍ୟାଦି ହାଟରୁ ଗୋରୁ ସବୁ କିଣି ଏବଂ କିଛି ଦଲାଲ ମାଧ୍ୟମରେ ଗାଁ ଗହଳିରୁ ଗୋରୁ ସଂଗ୍ରହ କରି ସେହି ଗୋରୁଙ୍କୁ ପଶ୍ଚିମବଙ୍ଗ ଗୋରୁ ହାଟକୁ ପଠାଉଛନ୍ତି । ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଗୋଟିଏ ଗୋରୁ ଟ୍ରକ ପଶ୍ଚିମବଙ୍ଗ ପଠାଇବା ପାଇଁ ହେଲେ ବେପାରୀମାନଙ୍କୁ ପ୍ରାୟ ଦେଢଲକ୍ଷରୁ ଅଧିକ ଟଙ୍କା ବିଭିନ୍ନ ବାଟରେ ଖର୍ଚ୍ଚ କରିବାକୁ ପଡୁଛି । କିଛିଦିନ ତଳେ ଧାମନଗରର ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସେହି ଚୋରା ଗୋରୁ ବେପାରୀଙ୍କ ଟ୍ରକକୁ ଅଟକାଇବା ପାଇଁ ଉଦ୍ୟମ କରାଯାଇଥିଲା । ପରବର୍ତ୍ତୀ ସମୟରେ ସେହି ସ୍ୱେଚ୍ଛାସେବୀ ମାନଙ୍କୁ ଆଇନର ନାଲି ଆଖି ଦେଖାଯାଇ ଧମକ ଦିଆଯିବା ଯୋଗୁଁ ସେମାନଙ୍କ ମନରେ ନୈରାଶ୍ୟ ଭାବ ସୃଷ୍ଟି ହେବା ଦ୍ୱାରା ଧାମନଗର ଅଞ୍ଚଳରେ ବେଆଇନ ଗୋରୁ ଚୋରା ଚାଲାଣ କ୍ରମଃଶ ବଢିବାରେ ଲାଗିଛି । ଧାମନଗର ଅଞ୍ଚଳରୁ ସପ୍ତାହରେ କେତେ ଗୋରୁ ବାହାରକୁ ଚୋରା ଚାଲାଣ ହେଉଛି ଏ ସଂପର୍କରେ ଧାମନଗର ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକଙ୍କୁ ପଚାରିବାରୁ ପ୍ରତିକ୍ରିୟାରେ ଶ୍ରୀ ମଲ୍ଲିକ କହିଛନ୍ତି ଧାମନଗର ଅଞ୍ଚଳରୁ ଗୋରୁ ଚାଲାଣ ସଂପୂର୍ଣ୍ଣ  ବନ୍ଦ ଅଛି । ଅନ୍ୟପକ୍ଷରେ ଖୋଲାଖୋଲି ଭାବେ ସର୍ବସାଧାରଣ ଜାଗାରେ ଅହରହ ପଶୁ ନିଷ୍ଠୁରତା ଆଇନକୁ ଉଲଙ୍ଘନ କରି ଚୋରା ଗୋରୁ ବେପାରୀମାନେ ଟ୍ରକରେ ଅତି ନିର୍ଦୟ ଭାବେ ଗୋରୁ ଚୋରା ଚାଲାଣ କରୁଥିବା ବେଳେ ଏହା ସ୍ଥାନୀୟ ପୁଲିସର ନଜର ପଡୁନାହିଁ ନା ସମସ୍ତ କଥା ଜାଣିଶୁଣି ଚୁପ୍ ରହୁଛି, ସେନେଇ ସବୁ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top