ଭଦ୍ରକ : ଦୁଗ୍ଧଚାଷୀ ମହାସଂଘର ଗୋ-ମଇଁଷି ମଡକ ଗ୍ରାମ ପରିଦର୍ଶନ ଦୁଗ୍ଧ ସଂଗ୍ରହ କେନ୍ଦ୍ର ଖୋଲିବା ଦାବି

ଭଦ୍ରକ, ୬ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଓଡ଼ିଶା ଦୁଗ୍ଧଚାଷୀ ମହାସଙ୍ଘର ଏକ ୪ ଜଣିଆ ପ୍ରତିନିଧି ଦଳ ଭଦ୍ରକ ଜିଲା ସୁନ୍ଦରପୁର ପଞ୍ଚାୟତର ଖଟୁଆପାଟଣା ଗ୍ରାମ ଗସ୍ତ କରି ଗୋ-ମଇଁଷି ମଡକର କ୍ଷୟକ୍ଷତି ଆକଳନ କରିଛନ୍ତି। ପ୍ରତିନିଧି ଦଳରେ ମହାସଂଘର ସଭାପତି ରବି ବେହେରା, ଉପସଭାପତି ଦୁଃଶାସନ ମହାପାତ୍ର, ସଶ୍ଛଙ୍କଦକ ନାରାୟଣ ଡାଳୁଆ, କାର୍ଯ୍ୟକାରୀ କମିଟି ସଦସ୍ୟ ରବୀନ୍ଦ୍ର ନାଥ ପଲେଇ ପ୍ରମୁଖ ସାମିଲ ହୋଇଥିଲେ। ଗ୍ରାମରେ ଚାଷୀଙ୍କ ସହ ଆଲୋଚନା କରିବା ସହ ସେମାନଙ୍କର ସମସ୍ୟା ସଂପର୍କରେ ଅବଗତ ହୋଇଥିଲେ। ପରେ ପ୍ରତିନିଧି ଦଳ ସମ୍ବାଦଦାତାଙ୍କୁ ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ; ଗତ ୧୯ରୁ ୨୬ ତାରିଖ ମଧ୍ୟରେ ୨୨ଟି କ୍ଷତିଗ୍ରସ୍ତ ପରିବାରର ୧୫୩ ଗୋଟି ମଇଁଷି, ୯ଟି ଗାଈ ସାହାଣ ରୋଗରେ ମୃତ୍ୟୁବରଣ କରିଛନ୍ତି। ଫଳରେ ଏହି ପରିବାରମାନଙ୍କର ଜୀବିକା ବୁଡିଯାଇଛି। ପ୍ରତିଷେଧମୂଳକ ପଦକ୍ଷେପ ନିଆଯାଇଥିଲେ ଏପରି ଘଟଣାକୁ ଏଡାଇ ଦିଆଯାଇପାରିଥା’ନ୍ତା ବୋଲି ପ୍ରତିନିଧି ଦଳ ଆରୋପ କରିଛନ୍ତି। ସେହିପରି ଜିଲାପାଳ ସଂପୃକ୍ତ ଅଞ୍ଚଳକୁ ଆଜି ପର୍ଯ୍ୟନ୍ତ ଗସ୍ତ କରିନାହାନ୍ତି ବୋଲି କୁହାଯାଇଥିଲା। ସ୍ଥାନୀୟ ଅଞ୍ଚଳରେ କୌଣସି ସଙ୍ଗଠିତ ଦୁଗ୍ଧ କ୍ରୟ କେନ୍ଦ୍ର ନ ଥିବାରୁ ଚାଷୀମାନେ ଅଭାବୀ ଦୁଗ୍ଧ ବିକ୍ରିର ଶିକାର ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ମୃତ ମଇଁଷିଙ୍କ ପାଇଁ ୫୦ ଓ ମୃତ ଗାଈଙ୍କ ପାଇଁ ୨୦ ହଜାର ଟଙ୍କା କରି କ୍ଷତିୂରଣ ପ୍ରଦାନ, ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଜଣପିଛା ବିନା ସୁଧରେ ୧ ଲକ୍ଷ ଟଙ୍କା ଋଣ ପ୍ରଦାନ, ସମସ୍ତଙ୍କୁ ପଡିକାର୍ଡ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇଦେବା ଆଦି ମହାସଂଘ ଦାବି କରିଛି। ଏହା ବ୍ୟତିତ ସାହାଣା ରୋଗର ପ୍ରତିଷେଧକ ଟୀକାକରଣକୁ ବ୍ୟାପକ କରିବା ସହ ଓମ୍ଫେଡର ଏକ ଦୁଗ୍ଧକ୍ରୟ କେନ୍ଦ୍ର ଖୋଲିବାକୁ ଦାବି କରାଯାଇଥିଲା। କାର୍ଯ୍ୟନିର୍ବାହୀ ଅଧିକାରୀ ହିତାଂଶୁ ସାମଲଙ୍କୁ ପଚାରିବାରୁ ଆମେ ସହରବାସୀଙ୍କ ଠାରୁ ଏହି ଧରଣର ଅଭିଯୋଗ ପାଉତୁ, ତେବେ ସହରରେ ମଶାଙ୍କୁ ତଡିବା ସକାଶେ ବ୍ୟବହାର କରାଯାଉଥିବା ମଶାଧୁଆଁ ମେସିନ୍ଟି ଅଚଳ ହୋଇପଡିଥିବା ଯୋଗୁଁ ପୌରପାଳିକା ପକ୍ଷରୁ ସହରରେ ମଶାଧୁଆଁ ଛଡାଯାଇପାରୁନାହିଁ। ତେବେ ପୌରପାଳିକା ପକ୍ଷରୁ ଖୀବ୍ଶୀଘ୍ର ଅଚଳ ମେସିନ୍କୁ ଚଳନକ୍ଷମ କରାଯାଇ ସହରରେ ମଶାଧୁଆଁ ଅଭିଯାନ ଆରମ୍ଭ ହେବ ବୋଲି କହିଥିଲେ। ଅନ୍ୟପକ୍ଷରେ ପୌରପାଳିକା ସହରରେ ପଡିରହୁଥିବା ଅଳିଆ ଆବର୍ଜନା ସଫେଇ ଏବଂ ବିଶୋଧନ ପ୍ରତି ଆଖିବୁଜି ଦେଇଥିବାବେଳେ ସାହି ବସ୍ତି ସଫେଇ ଆଳରେ ପୌରପାଳିକା ମାସିକ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା କାହା ସ୍ୱାର୍ଥରେ ବୋଲି ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *