ଭଦ୍ରକ : ଦୁଇ ଦିନିଆ ବିଜ୍ଞାନ ମେଳା ଉଦଯାପିତ “ବିଜ୍ଞାନ ହେଉଛି ବିକାଶର ଚାବିକାଠି’

ଭଦ୍ରକ, ୧୨ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ବିଜ୍ଞାନ ହେଉଛି ବିକାଶର ଚାବିକାଠି । ଗ୍ରାମଞ୍ଚଳରେ ବିଜ୍ଞାନର ପ୍ରଚାର ଓ ପ୍ରସାରର ଜରୁରୀ ବୋଲି ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟର ଆର୍ଥିକ ସହଯୋଗରେ କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ଏହି ଜିଲାର ଭଣ୍ଡାରିପୋଖରୀ ନୋଡାଲ ହାଇସ୍କୁଲ ପରିସରରେ ଅନୁଷ୍ଠିତ ଦ୍ୱିତୀୟ ଦୁଇ ଦିନିଆ ବିଜ୍ଞାନ ମେଳାର ଉଦଯାପନୀ ଉସôବରେ ଯୋଗ ଦେଇ ଅତିଥିମାନେ ମତ ପ୍ରକାଶ କରିଛନ୍ତି । କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟର ସଦସ୍ୟ ଡ. ଚିତ୍ତରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନ ତଥା ପୁରସ୍କାର ବିତରଣ ଉସôବରେ ଭଦ୍ରକ ଜିଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ, ବ୍ଲକ ଶିକ୍ଷାଧିକାରୀ ଦୀପକ କୁମାର ପାଢୀ, ଧାମନଗର ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ, ଜିଲ୍ଲା ବିଜ୍ଞାନ ସଂଯୋଜକ ସରୋଜ ପ୍ରଧାନ, କମଳ ବିହାରୀ ସାହୁ, ପ୍ରଧାନଶିକ୍ଷକ ରମାକାନ୍ତ ଲେଙ୍କା, ଏବିଇଓ ଧୀରେନ୍ଦ୍ରନାଥ ଦାଶ ଅତିଥି ଭାବେ ଯୋଗ ଦେଇ ଉଦବୋଧନ ଦେଇଥିଲେ । ଏହି ଅବସରରେ ପ୍ରଧାନଶିକ୍ଷକ ରବିନ୍ଦ୍ର ମହାରାଣା, ଖଗେଶ୍ୱର ମହାପାତ୍ର, କାର୍ତ୍ତିକ ସ୍ୱାଇଁ ଓ ଶଶିଶେଖର କରଶର୍ମାଙ୍କ ସଂଯୋଜନାରେ ବିଜ୍ଞାନ ଭିତ୍ତିକ କୁଇଜ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା । ବିଜୁ ବାବୁଙ୍କ ପ୍ରେରଣାରେ କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ଗ୍ରାମାଞ୍ଚଳରେ ବିଜ୍ଞାନକୁ ଲୋକପ୍ରିୟ କରିବା ପାଇଁ ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବରିଷ୍ଠ ଓ କନିଷ୍ଠ ବିଭାଗରେ ଶ୍ରେଷ୍ଠ ବିବେଚିତ ମୋଟ ୨୦ଟି ପ୍ରକଳ୍ପକୁ ପୁରସ୍କୃତ କରାଯାଇଥିଲା । ପୁରୁଷୋତ୍ତମ ଧଳ ଧନ୍ୟବାଦ ଦେଇଥିଲେ । ସୁରେନ୍ଦ୍ର ପଣ୍ଡା, ସୁବଳ ପତ୍ରୀ, ଅଜୟ ନନ୍ଦ, ମମିତା ମହାନ୍ତି, ଭାସ୍କର ଜେନା, ପ୍ରଣବ ସାହୁ, ସୌଭାଗ୍ୟ କୁମାର ବେହେରା, ବର୍ଷା ମଲ୍ଲିକ, ରାଜକିଶୋର ସାହୁ, ସୁଧାଂଶୁ ମିଶ୍ର, ରଞ୍ଜନ ମହାନ୍ତି, ପୂଣ୍ଣ ର୍ଚନ୍ଦ୍ର ଦାଶ, ରନôମଞ୍ଜରୀ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *