ଜିଲ୍ଲା ପରିକ୍ରମା

ଭଦ୍ରକ : ଦିବ୍ୟାଙ୍ଗଙ୍କ ଜରୁରୀ ବୈଠକ

ଭଦ୍ରକ, ୧୯ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) :  ସମାଜରେ ବସବାସ କରୁଥିବା ଦିବ୍ୟାଙ୍ଗଙ୍କୁ ମୁଖ୍ୟ ଶ୍ରୋତରେ ସାମିଲ କରିବା ପାଇଁ ସରକାର ବହୁମୁଖୀ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ଯୋଜନାର ସଫଳତା ତାଙ୍କ ପାଖରେ ପହଁଚାଇବା ପାଇଁ ଏହି ଜିଲାର ବନ୍ତ ବିଜୁ କଲ୍ୟାଣ ମଣ୍ଡପଠାରେ ଦିବ୍ୟାଙ୍ଗଙ୍କୁ ନେଇ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କର୍ମକର୍ତ୍ତା ପବିତ୍ର ମୋହନ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲାର ପ୍ରାକ୍ତନ ସମାଜମଙ୍ଗଳ ଅଧିକାରୀ ଶିବରାମ ଧଳ ଯୋଗଦେଇ ବ୍ଲକ ଅଧୀନରେ ବସବାସ କରୁଥିବା ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ସମସ୍ୟା ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କଲେ ସେମାନଙ୍କୁ ମୁଖ୍ୟ ଶ୍ରୋତରେ ସାମିଲ କରାଯାଇ ପାରିବ ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚାନ୍ଦବାଲି ବ୍ଲକ ଦିବ୍ୟାଙ୍ଗ ସଂଘର ସଭାପତି ଚିନ୍ତାମଣୀ ରାଉତ ଦିବ୍ୟାଙ୍ଗଙ୍କୁ ସଙ୍ଘବଦ୍ଧ ହୋଇ କାର୍ଯ୍ୟ କରିବା, ଚିହ୍ନଟ ହୋଇ ନ ଥିବା ଦିବ୍ୟାଙ୍ଗ ଭାଇ ଭଉଣୀଙ୍କୁ ଚିହ୍ନଟ କରି ତାଙ୍କ ସମସ୍ୟା ବିଷୟରେ ଅବଗତ ହୋଇ କାର୍ଯ୍ୟ କରିବାକୁ କହିଥିଲେ । ଏହି ଅବସରରେ ୧୧ଜଣିଆ କମିଟି ଗଠନ କରାଯାଇଥିଲା । ସୁବାସ ଚନ୍ଦ୍ର ଧଳ, ନେତ୍ରାନନ୍ଦ ଦାସ, ପ୍ରଦୀପ ବେହେରା, ପ୍ରମୋଦ ଯେନା, ସୁକାନ୍ତ ମୁଖୀ, କେଶବ ରାଉତ, ରମେଶ ଯେନା, ବିଜୟ କୁମାର ମହାନ୍ତି, ପବିତ୍ର ଯେନା, ପଞ୍ଚାନନ ଘଡାଇ, ଅଲେଖ ପରିଡା ପ୍ରମୁଖ କମିଟିରେ ଥିବା ବେଳେ ରମେଶ୍ୱର ରାଉତ, ବେଣୁଧର ପଣ୍ଡା, ଚିନ୍ତାମଣି ରାଉତ, ପ୍ରଭାତ ପଣ୍ଡା, ବଂଶୀଧର ଯେନା, ନୀଳମଣି ରାଉତ, ଶ୍ରୀଧର ରାଉତଙ୍କ ସହ ୨୦ ପଞ୍ଚାୟତରୁ ଶତାଧିକ ଦିବ୍ୟାଙ୍ଗ ଉକ୍ତ ବୈଠକରେ ଯୋଗଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top