ଜିଲ୍ଲା ପରିକ୍ରମା

ଭଦ୍ରକ : ତ୍ରୁଟିପୂର୍ଣ୍ଣ ଚିକିସôା ଯୋଗୁଁ ଡାଇରିଆ ରୋଗୀ ହାତ ଅର୍କମଣ୍ୟ ପ୍ରସଙ୍ଗ, ଜାତୀୟ ମାନବାଧିକାର ଆୟୋଗଙ୍କ ନିଦେ୍ର୍ଦଶରେ ତଦନ୍ତ ଆରମ୍ଭ

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ଜିଲା ମୁଖ୍ୟ ଚିକିସôାଳୟର ଜଣେ ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଚିକିସôା ଯୋଗୁଁ ଜଣେ ଡାଇରିଆ ରୋଗଗ୍ରସ୍ଥ କଲେଜ ପଢୁଆ ଯୁବକର ବାମହାତ ଅକାମୀ ହୋଇଯିବା ଘଟଣାରେ ଜାତୀୟ ମାନବାଧିକାର ଆୟୋଗଙ୍କ ନିଦେ୍ର୍ଦଶ କ୍ରମେ ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ, ଭୁବନେଶ୍ୱରରୁ ଏକ ଦୁଇଜଣିଆ ତଦନ୍ତକାରୀ କମିଟି ଭଦ୍ରକ ମୁଖ୍ୟ ଚିକିସôାଳୟରେ ପହଞ୍ଚô  ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ନ୍ୟାୟ ପାଇନଥିବା ଯୁବକ ପକ୍ଷରୁ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ପହଞ୍ଚାଇଥିବା ସର୍ବୋଚ୍ଚ ନ୍ୟାୟାଳୟର ବିଶିଷ୍ଟ ଅଧିବକ୍ତା ରାଧାକାନ୍ତ ତି୍ରପାଠୀ ଆଜି ଏହି କମିଟି ନିକଟରେ ପହଞ୍ଚôବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯେଉଁ ପତ୍ର ଜାରି କରାଯାଇଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଏହି ଚିଠି ଜାରି କରିବା ପୂର୍ବରୁ ଶ୍ରୀ ତି୍ରପାଠୀଙ୍କୁ ଉପସ୍ଥିତ ରହିବା ପାଇଁ ଡାକରା ହୋଇଛି । ସ୍ୱାସ୍ଥ୍ୟସେବା ନିଦେ୍ର୍ଦଶାଳୟ ପକ୍ଷରୁ  ଜାରି ଚିଠି ସଂଖ୍ୟା ୧୭୧୬୩, ତା ୨୯.୦୮.୧୮ ରିଖରେ ଅଭିଯୋଗକାରୀ ଶ୍ରୀ ତି୍ରପାଠୀଙ୍କୁ ୧୯ଦିନ ପୂର୍ବରୁ ଅର୍ଥାତ୍ ଅଗଷ୍ଟ ୧୦ ରେ ଉପସ୍ଥିତ ରହିବା ପାଇଁ କୁହାଯାଇଛି । ଯୁବକଟିକୁ ତ୍ରୁଟିପୂର୍ଣ୍ଣ ଚିକିସôା କରିଥିବା ଭଦ୍ରକ ଡାକ୍ତରଖାନାର ଡାକ୍ତର ଓ କର୍ମଚାରୀମାନେ ମଧ୍ୟ ସେହିଦିନ ରହିବା ପାଇଁ ଉକ୍ତ ଚିଠିରେ ଉଲ୍ଲେଖ ରହିଛି । ତେବେ ଅଗଷ୍ଟ ୨୯ ଚିଠି ଅନୁଯାୟୀ ଶ୍ରୀ ତି୍ରପାଠୀ କେମିତି ଅଗଷ୍ଟ ୧୦ରେ ଭଦ୍ରକରେ ହାଜର ହୋଇ ଉକ୍ତ ଘଟଣାର ତଥ୍ୟ ଉପସ୍ଥାପନ କରିବେ, ସେଥିରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟସେବା ନିଦେ୍ର୍ଦଶାଳୟର ଏଭଳି ଦାୟିତ୍ୱହୀନତା ସଂପର୍କରେ ଶ୍ରୀ ତି୍ରପାଠୀ ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ କରିବେ ବୋଲି ଏ ପ୍ରତିନିଧିଙ୍କୁ କହିଛନ୍ତି । ତେବେ ଉପରୋକ୍ତ ଘଟଣାକୁ ନେଇ ଆଜି ଡାକ୍ତର ପ୍ରଶାନ୍ତ କୁମାର ଦାସ ଓ ଡାକ୍ତର ମନିଲାଲ ଗୁପ୍ତା ଭଦ୍ରକ ମୁଖ୍ୟ ଚିକିସôାଳୟକୁ ଆସି ତଦନ୍ତ କରି ଫେରିଯାଇଛନ୍ତି । ଏହି ତଦନ୍ତ କାଳରେ ଜିଲା ମୁଖ୍ୟ ଚିକିସôାଧିକାରୀ ମହମ୍ମଦ ଅବଦୁଲ ରସିଦ୍ ଖାନ୍, ତ୍ରୁଟିପୂର୍ଣ୍ଣ ଚିକିସôା କରିଥିବା ଡାକ୍ତର ଶୈଳେଶ ଧଳ, ଅତିରିକ୍ତ ଜିଲା ଚିକିସôାଧିକାରୀ ପ୍ରଦୀପ କୁମାର ଖୁଣ୍ଟିଆ, ଡାକ୍ତର ସୁବାଷ ବିଶ୍ୱାଳ, ଡାକ୍ତର ମୁରଲୀ ପାଢୀ, ଡାକ୍ତର ଗୌରଚନ୍ଦ୍ର ଜେନା ପ୍ରମୁଖଙ୍କ ସହ ପୀଡିତ ଯୁବକ ଓ ତାର ପରିବାର ଲୋକେ ଉପସ୍ଥିତ ଥିଲେ । ଏହି ତଦନ୍ତକାରୀ ଦଳ ସମସ୍ତଙ୍କର ବୟାନ ରେକର୍ଡ କରି ଆଜି ଭୁବନେଶ୍ୱର ଫେରିଯାଇଛନ୍ତି । ତେବେ ଏଠାରେ ସୂଚନାଯୋଗ୍ୟ ପଡୋଶୀ ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଧୀନସ୍ଥ କଳସପୁର ଗ୍ରାମର ନଟବର ନାୟକଙ୍କ ପୁତ୍ର ତାପସ  ନିଜ ପିତାଙ୍କ ଅନୁପସ୍ଥିତି ଯୋଗୁଁ ପିଲାଦିନରୁ ନିଜ ମାମୁଁ ଘର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ବାଣିତିଆରେ ରହି ପାଠ ପଢିଆସୁଛନ୍ତି । ତାପସଙ୍କ ପିତା ନଟବର ଦୀର୍ଘ ୧୯ ବର୍ଷ ପୂର୍ବେ ବାଙ୍ଗାଲୋର ଯାଇ ଆଉ ଘରକୁ ଫେରିନଥିଲେ । ଯେଉଁଥିପାଇଁ ମା’ ମଂଜୁଲତା ୫ ବର୍ଷରୁ ତାପସକୁ ନେଇ ନିଜ ପିତ୍ରାଳୟରେ ମୁଣ୍ଡ ଗୁଂଜିଛନ୍ତି । ଅର୍ଥାଭାବରୁ ମଂଜୁଲତା ଆଶାକର୍ମୀ ଭାବେ ଯେଉଁ କିଛି ଅର୍ଥ ରୋଜଗାର କରନ୍ତି, ସେଥିରେ ତାପସ ଯୁକ୍ତ ତିନି ପର୍ଯ୍ୟନ୍ତ ପାଠ ପଢିଆସୁଥିଲା । ମେଧାବୀ ଛାତ୍ର ଭାବେ ତାପସ ବାଣିତିଆର ସମସ୍ତ ଗ୍ରାମବାସୀଙ୍କ ପି୍ରୟ ପାତ୍ର ହୋଇଥିବାବେଳେ ଗତ ୨୦୧୭ ଅକ୍ଟୋବର ୨୨ ତାରିଖରେ ଲାଳଝାଡ ହେବାରୁ ପରିବାର ଲୋକେ ଭଦ୍ରକ ମୁଖ୍ୟ ଚିକିସôାଳୟକୁ ନେଇଆସିଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ତାର ଚିକିସôା କରାଯିବା ସମୟରେ ମେଡିସିନ୍ ୱାର୍ଡ ଦାୟିତ୍ୱରେ ଥିବା ଡାକ୍ତର ଶୈଳେଶ କୁମାର ଧଳ ଓ ନିୟୋଜିତ ସ୍ୱାସ୍ଥ୍ୟକର୍ମୀଙ୍କ ତ୍ରୁଟିପୂର୍ଣ୍ଣ ଚିକିସôା ଯୋଗୁଁ ଭ୍ୟାନ୍ରେ ଦିଆଯିବାକୁ ଥିବା ଏକ ଇଂଜେକ୍ସନ୍ ମାଂସପେଶୀରେ ଫୋଡାଯାଇଥିଲା । ଫଳରେ ଅଳ୍ପ ସମୟ ମଧ୍ୟରେ ତାପସର ବାମହାତଟି ଅସମ୍ଭବ ଭାବେ ଫୁଲିଯିବା ସହ ନୀଳ ପଡିଯାଇଥିଲା । ଏହାଦେଖି ଚିକିସôାରତ ସଂପୃକ୍ତ ଡାକ୍ତର ତାକୁ ତୁରନ୍ତ କଟକ ନେଇଯିବାକୁ କହି ଡିସ୍ଚାର୍ଜ କରିଦେଇଥିଲେ । ମାତ୍ର ଡାକ୍ତର ଓ ନର୍ସଙ୍କ ଏପରି ଅପରିଣାମଦର୍ଶିତା କାର୍ଯ୍ୟ ଯୋଗୁଁ ଗୁରୁତର ହୋଇପଡିଥିବା ଦରିଦ୍ର ଓ ଅସହାୟ ତାପସ ପରିବାର ପ୍ରତି ଡାକ୍ତରଖାନା କର୍ତ୍ତୃପକ୍ଷ ସାମାନ୍ୟତମ ଦୟା ଦେଖାଇନଥିଲେ । ଏପରିକି କଟକ ଯିବା ପର୍ଯ୍ୟନ୍ତ ସରକାରୀ ଆମ୍ବୁଲାନ୍ସଟିଏ ମଧ୍ୟ ଯୋଗାଇ ଦେଇନଥିଲେ । ତେବେ ଗ୍ରାମବାସୀଙ୍କ ସହଯୋଗରେ ତାପସକୁ ସେହିଦିନ ରାତିରେ କଟକ ବଡଡାକ୍ତରଖାନା ଅଣାଯାଇଥିଲେ ମଧ୍ୟ ଡାକ୍ତରମାନେ ତାର ତୁରନ୍ତ ଅସ୍ତ୍ରୋପଚାର ନହେଲେ ହାତଟିକୁ କାଟିଦିଆଯିବ ବୋଲି ସୂଚାଇଥିଲେ । ଏବଂ ଏହି ଅସ୍ତ୍ରୋପଚାର ସେଠାରେ ସଂଗେ ସଂଗେ ହୋଇପାରିବ ନାହିଁ ବୋଲି କହି ତୁରନ୍ତ ଚିକିସôା ନକଲେ ମୃତୁ୍ୟ ହୋଇଯାଇପାରେ ବୋଲି ଚେତାବନୀ ଦେଇଥିଲେ ।  ଫଳରେ ପରିବାର ଲୋକେ ତାକୁ ଏକ ଘରୋଇ ନର୍ସିଂହୋମ୍କୁ ନେଇ ଅସ୍ତ୍ରୋପଚାର କରିବା ପୂର୍ବରୁ  ସେ ତାର ହାତ ଅକ୍ରମଣ୍ୟ ହୋଇଯିବା ସହ କେତୋଟି ଆଙ୍ଗୁଳି ହରାଇବେ ବୋଲି କହିଥିଲେ ।  ଫଲରେ ତାପସକୁ ଗ୍ରାମବାସୀମାନେ ଅର୍ଥ ଯୋଗାଡ କରି ଚିକିସôା କରାଇବା ପରେ ସେ ଏବେ ଦୁଇଟି ଆଙ୍ଗୁଟି ହରାଇବା ସହ ଅକ୍ରମଣ୍ୟ ହୋଇଯାଇଛନ୍ତି । ଏବେ ସେ ସଂପୂର୍ଣ୍ଣ ଭାବେ ନିଜ ମାମୁଁଙ୍କ ଉପରେ ନିର୍ଭରଶୀଳ ହୋଇପଡିଛନ୍ତି । ସାଇକେଲ୍ ନଚଲାଇବା କାରଣରୁ ମାମୁଁ ତାଙ୍କୁ ପାଠ ପଢାଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟରେ ସହଯୋଗ କରୁଛନ୍ତି । ଏଣୁ ତାଙ୍କର ଏଭଳି ଅବସ୍ଥା ପାଇଁ ଦାୟୀ ଡାକ୍ତର ଶ୍ରୀ ଧଳଙ୍କ ସମେତ ଅନ୍ୟ କର୍ମଚାରୀମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ସହ ତାଙ୍କର ଭବିଷ୍ୟତ ସହ ଋଣ କରି ଖର୍ଚ୍ଚ ହୋଇଥିବା ଅର୍ଥ ସେ ସେମାନଙ୍କ ଠାରୁ ଦାବି କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଏଭଳି ଘଟଣାକୁ ନେଇ ସେତେବେଳେ ସାଂସଦ ଅର୍ଜୁନ ଚରଣ ସେଠୀ ସଂପୃକ୍ତ ଡାକ୍ତରଙ୍କ ଦରମାରୁ ସମସ୍ତ ଖର୍ଚ୍ଚ ଆଦାୟ କରିବାକୁ ଜିଲା ମୁଖ୍ୟ ଚିକିସôାଧିକାରୀଙ୍କ ନିକଟରେ ଦାବି କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top