ଜିଲ୍ଲା ପରିକ୍ରମା

ଭଦ୍ରକ : ତିହିଡି ମହୋତ୍ସବ ଉଦ୍ୟାପିତ ରାମ୍ପ ସୋ, ଛଉନୃତ୍ୟ, ହୁ୍ୟମାନ ସାଗରଙ୍କ ସଙ୍ଗୀତରେ ଦୁଲୁକିଲା ମଞ୍ଚ

ଭଦ୍ରକ,୨୨ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ପାଞ୍ଚ ଦିନ ଧରି ଚାଲିଥିବା ପ୍ରଥମ ଏହି ଜିଲାର ତିହିଡି ମହୋତ୍ସବ ଉଦ୍ୟାପିତ ହୋଇଯାଇଛି । ରାମ୍ପ ସୋ, ପୁରୁଲିଆ ଛଉନୃତ୍ୟ, ହୁ୍ୟମନ ସାଗରଙ୍କ ସଙ୍ଗୀତ ବିଚିତ୍ରାରେ ଉଦ୍ୟାପନ ଉତ୍ସ ବ ବେଶ ଚିତ୍ତାକର୍ଷକ ହୋଇଥିଲା । ତିହିଡି ବ୍ଲକର ଭାରପ୍ରାପ୍ତ ବିଡିଓ ଉମେଶ ଚନ୍ଦ୍ର ମଲିକ, ତହସିଲଦାର ଅଜିତ କୁମାର ପ୍ରଧାନ, ତିହିଡି ଶ୍ୟାମା କ୍ଲବ ସଭାପତି ସନାତନ ବେହେରା ପ୍ରମୁଖ ତିହିଡି ମହୋତ୍ସବ ପତାକା ଅବତରଣ କରିବା ପରେ ଉଦ୍ୟାପନ ଉତ୍ସବ ଆରମ୍ଭ ହୋଇଥିଲା । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ନୃତ୍ୟ ପରିବେଷଣ କରିଥିଲେ । ପରେ ‘ଶାସ୍ତ୍ରୀୟ ନୃତ୍ୟ ଓ ନାଟକ ପରମ୍ପରା ’ ଶୀର୍ଷକ ବିଷୟ ଉପରେ ନାଟ୍ୟନିର୍ଦେଶକ ଓ ପ୍ରାଧ୍ୟାପକ ଡକ୍ଟର ପଦ୍ମକାନ୍ତ ଧଳ ମୁଖ୍ୟବକ୍ତା ଓ ଅଧ୍ୟାପକ ଲକ୍ଷ୍ମୀଧର ତି୍ରପାଠୀ ସମ୍ମାନୀତବକ୍ତା ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ତିହିଡିର ପ୍ରତିଷ୍ଠିତ ସାମାଜିକ ସଙ୍ଗଠନ ‘ଜୀବନଜ୍ୟୋତି’ ପକ୍ଷରୁ ରାମ୍ପ ସୋ ଅନୁଷ୍ଠିତ ହୋଇଥିଲା । ସଙ୍ଗଠନ ସଦସ୍ୟ ସୀମା ସାହୁ ଓ ସ୍ରୋତସ୍ୱିନୀ ସାବତଙ୍କ କୋରିଓଗ୍ରାଫିରେ ଅନୁଷ୍ଠିତ ଏହି ସୋ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା । ସେହିପରି ‘ଜୀବନଜ୍ୟୋତି’ ପ୍ରାୟୋଜିତ ପୁରୁଳିଆ ଛଉ ନୃତ୍ୟ ଦର୍ଶକଙ୍କୁ ଏକ ନିଆରା ସ୍ୱାଦ ପ୍ରଦାନ କରିଥିଲା । ଗୁଆମାଳ ବୀଣାପାଣି ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ସୈନିକମାନ ଭୂମିକା ଉପରେ ପର୍ଯ୍ୟବେଷିତ ଅଭିନୟରେ ଦର୍ଶକ ବେଶ ଭାବପ୍ରବଣ ହୋଇପଡିଥିଲେ । ଓଡ଼ିଆ ଚଳଚ୍ଚିତ୍ର ଓ ଆଲବମ ଜଗତରେ ଚହଳ ସୃଷ୍ଟି କରିଥିବା କଣ୍ଠଶିଳ୍ପୀ ହୁ୍ୟମନ ସାଗର ଓ ଦିପ୍ତିରେଖା ପାଢୀଙ୍କ ସଙ୍ଗୀତ ବିଚିତ୍ରା ରାତି ୧୨ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ମହୋତ୍ସ ବକୁ ସଫଳତାର ସହ ସଂପାଦନା କରିଥିବା ‘ଜୀବନଜ୍ୟୋତି’ ସଙ୍ଗଠନର ଧୀରେନ୍ଦ୍ର ସାହୁ ଓ ଜ୍ୟୋତିର୍ମୟ ପାଣ୍ଡବ, ତିହିଡି ଯୁବମଞ୍ଚର କୈଳାସ ବେହେରା ଓ ଗୋପବନ୍ଧୁ ସେବା ସଙ୍ଗଠନର ରାଜୀବ ଲୋଚନଙ୍କୁ ସମ୍ମାନୀତ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top