ଭଦ୍ରକ : ତିହିଡି ବଜାରରେ ଟ୍ରାଫିକ ସମସ୍ୟା ଉଗ୍ର ତିହିଡି ବଜାରରେ ଟ୍ରାଫିକ ସମସ୍ୟା ଉଗ୍ରରୂପ ଧାରଣ କରିଥିବା ବେଳେ ପ୍ରଶାସନ

ଭଦ୍ରକ, ୨୬ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏଥିପ୍ରତି ଦୃଷ୍ଟି ଦେଉନାହିଁ। ଭଦ୍ରକ ଚାନ୍ଦବାଲି ରାସ୍ତା ନିର୍ମାଣ ହେଲା ଓ ରାସ୍ତା ପ୍ରଶସ୍ତ ମଧ୍ୟ ହୋଇଛି। ତଥାପି ପୂର୍ବରୁ ଯେଉଁ ସମସ୍ୟା ରହିଥିଲା ତାହା ଅଧିକ ଗୁରୁତର ହେବାରେ ଲାଗିଛି। ତିହିଡି ବଜାରର ଭଦ୍ରକ-ଚାନ୍ଦବାଲି ରାସ୍ତା ଉପରେ ଏବେ ଉଠାଦୋକାନୀଙ୍କ ଭିଡ। ରାସ୍ତା ପାଶ୍ୱର୍ରେ ଯେଉଁ ସରକାରୀ ଜାଗା ରହିଥିଲା ସେଠାରେ କ୍ଷତିପୂରଣ ପାଇଁ ଉଠିଯାଇଥିବା ଦୋକାନୀ ପୁଣି ସେମାନଙ୍କର ଦୋକାନ ନିର୍ମାଣ କରିଦେବା ଫଳରେ ବାଇକ, ସାଇକଲ ରଖିବାକୁ ଆଉ ଜାଗା ନାହିଁ। ଫଳରେ ଲୋକେ ସାଇକଲ, ବାଇକ, ରିକ୍ସା ଓ ଚାରି ଚକିଆ ଯାନଗୁଡିକୁ ରାସ୍ତା ଉପରେ ରଖୁଛନ୍ତି। ଏହା ସାଙ୍ଗକୁ ତିହିଡି ଷ୍ଟେଟବ୍ୟାଙ୍କ ତିହିଡି ବଜାର ମଧ୍ୟସ୍ଥଳରେ କରାଯାଇଥିବା ବେଳେ ପାର୍କିଂ ପାଇଁ ଜାଗା ନାହିଁ। ଗ୍ରାହକମାନେ ରାସ୍ତା ଉପରେ ବାଇକ ରଖି ବ୍ୟାଙ୍କକୁ ଯାଉଛନ୍ତି। ରାସ୍ତା ଅବରୋଧ ହେବା ଫଳରେ ତିହିଡି ବଜାରରେ ବାରମ୍ବାର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି ଓ ଯାତାୟାତ କରୁଥିବା ଯାନବାହାନଗୁଡିକ ଦୀର୍ଘ ସମୟ ଧରି ରାସ୍ତା ଉପରେ ଅଟକି ରହୁଛନ୍ତି। ବସ୍ଗୁଡିକ ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ରହୁ ନ ଥିବାରୁ ଏହି ସମସ୍ୟା ଦେଖାଦେଉଛି। ଯେତେବେଳେ ଚାନ୍ଦବାଲି ଓ ଭଦ୍ରକ ଅଭିମୁଖେ ଯାଉଥିବା ବସ୍ଗୁଡିକ ତିହିଡି ବଜାର ମଝିରେ ଲୋକ ଚଢାଇବା ଓ ଓହ୍ଲାଇବା ପାଇଁ ଛିଡା ହେଉଛନ୍ତି, ସେହି ସମୟରେ ହିଁ ଅଧିକ ରାସ୍ତାଯାମ ହେଉଛି। ଚାନ୍ଦବାଲି ଅଭିମୁଖେ ଯାଉଥିବା ବସ୍ଗୁଡିକ ଷ୍ଟେଟ୍ବ୍ୟାଙ୍କ ଏଟିଏମ ସମ୍ମୁଖ ଓ ଭଦ୍ରକ ଅଭିମୁଖେ ଯାଉଥିବା ବସ୍ଗୁଡିକ ଥାନା ସମ୍ମୁଖରେ ଛିଡା ହେବା ପାଇଁ ସ୍ଥିର ହୋଇଥିଲା। ଫଳରେ ସ୍ୱାଭାବିକଭାବେ ଯାନବାହନ ଚଳାଚଳ କରିାରୁଥିଲା। ତେବେ ସେତେବେଳର ଆରକ୍ଷୀ ଅଧୀକ୍ଷକ ଓ ଥାନା ଅଧିକାରୀ ବଦଳି ହୋଇଯିବା ପରେ ଏହି ନିୟମକୁ କାର୍ଯ୍ୟକାରୀ କରାଗଲା ନାହିଁ। ବସ୍ଗୁଡିକ ନିଜ ପସନ୍ଦ ସ୍ଥାନରେ ରହୁଛି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୂର୍ବରୁ ଥାନା ପକ୍ଷରୁ ହୋମଗାର୍ଡ ବଜାରରେ ନିୟୋଜିତ କରାଯାଉଥିବା ବେଳେ ସଂପ୍ରତି ଆଉ ତାହା ହେଉନାହିଁ। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ସାଙ୍ଗକୁ ପ୍ରଶାସନର ଉଦାସୀନତା ଯୋଗୁ ତିହିଡି ବଜାରର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି।

Leave a Reply

Your email address will not be published. Required fields are marked *