ଭଦ୍ରକ : ଠକେଇ ଅଭିଯୋଗରେ ମହିଳା ଗିରଫ

ଭଦ୍ରକ, ୩୦ା୭ (ଓଡ଼ିଆପୁଅ / ପ୍ରମୋଦ ରାୟ) : ସରକାରୀ ଯୋଜନା ଶୈଳୀକୁ ଆପଣାଇ ମହିଳାଙ୍କ ବିଶ୍ୱାସଭାଜନ ହେବା ପରେ ତାଙ୍କୁ ଠକିଥିବା ଜଣେ ମହିଳା ଠକଙ୍କୁ ଉକ୍ତ ମହିଳା ମାନେ ଧରିବାକୁ ସକ୍ଷମ ହୋଇଥିବା ଚର୍ଚ୍ଚାର ବିଷୟ ପାଲଟିଛି । ଉକ୍ତ ଠକ ମହିଳାଙ୍କ ନାମରେ  ଭଣ୍ଡାାରିପୋଖରୀ ପୁଲିସ ଏକ ମାମଲା ଋଜୁ କରି ଗିରଫ କରିଛି । ଘଟଣାରୁ ପ୍ରକାଶ; ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଆଖୁଆପଦା ଓ ଭାଗଡା ଅଞ୍ଚଳର ଅବହେଳିତ ସଂପ୍ରଦାୟର କିଛି ମହିଳାଙ୍କୁ ଜଣେ ଅପରିଚିତ ମହିଳା ସରକାରୀ ମିସନ ଶକ୍ତି ଯୋଜନା ଅନ୍ତର୍ଗତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଢାଞ୍ଚରେ ଗ୍ରୁପ ଗଠନ କରି ବ୍ୟାଙ୍କରେ ଖାତା ଖୋଲିଲେ ୨୫ ଜଣିଆ ପ୍ରତି ଗ୍ରୁପକୁ ପକ୍କାଘର ତିଆରି ପାଇଁ ୧୦ ଲକ୍ଷ ଟଙ୍କାର ଋଣ ଯୋଗାଇ ଦିଆଯିବ ବୋଲି ପ୍ରବର୍ତ୍ତାଇଥିଲେ । ଆହୁରି ମଧ୍ୟ ଟଙ୍କା ପାଇଲେ ପୁରୁଣା ପକ୍କାଘର ଦେଖାଇ ଋଣ ଟଙ୍କାକୁ ଭାଗବଣ୍ଟା କରି ନେଇଯିବାର ଲୋଭ ମଧ୍ୟ ମହିଳାଙ୍କ ମଧ୍ୟରେ ସଞ୍ଚାର କରିବାରେ ସଫଳ ହୋଇଥିଲେ । ଜୁନ ମାସ ଆରମ୍ଭରେ ଏହି ମହିଳା ଏଭଳି କାରନାମା ଆରମ୍ଭ କରି ଗୃହ ନିର୍ମାଣର ଜାଲ ଏଷ୍ଟିମେଟ ତଥା ଘରର ସ୍କେଚ୍ ମ୍ୟାପ୍ ଆଣି ୫ଟି ଗ୍ରୁ କୁ ଦେଖାଇ ସେମାନଙ୍କ ଠାରୁ ପ୍ରାୟ ୭୦ ହଜାର ଟଙ୍କା ବିଭିନ୍ନ କିସ୍ତିରେ ନେଇଥିଲେ । ଆଖୁଆପଦା ହରିଜନ ସାହିର ଆରତୀ ମଲ୍ଲିକ, ବବିତା ମଲ୍ଲିକ, ଗ୍ରୁପର ସଭାପତି ଓ ସଂପାଦକ ଏସବୁ ଜାଲ୍ ବୋଲି ଜାଣିବା ପରେ କିସ୍ତି ଟଙ୍କା ଦେବା ବାହାନାରେ କିଛି ମହିଳାଙ୍କ ସହ ଉକ୍ତ ଠକ ମହିଳାଙ୍କୁ ଧରିବା ପାଇଁ ଯାଜପୁର ରୋଡ ଯାଇଥିଲେ । ମୋବାଇଲରେ ମହିଳାଙ୍କୁ ଯୋଗାଯୋଗ ପରେ ସେ ପାଣିକୋଇଲିରେ ଥିବା ଯୋଗୁ ସେଠାକୁ ଯାଇ କିସ୍ତି ଟଙ୍କା ଦେବା ବାହାନାରେ ଉକ୍ତ ଠକ ମହିଳାଙ୍କୁ କାବୁ କରିନେଇ ଗାଡିରେ ବସାଇ ଭଣ୍ଡାରିପୋଖରୀ ଥାନାରେ ଜିମା ଦେଇଥିଲେ । ଭଣ୍ଡାରିପୋଖରୀ ଥାନା ଅଧିକାରୀ ତ୍ରିଲୋଚନ ସେଠୀ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରି ମହିଳାଙ୍କୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଉକ୍ତ ମହିଳା ଜଣକ ହେଲେ ଯାଜପୁର ରୋଡ ମୁଳାସାର ଗାଁର ମୃତ କାଠିଆ ଜେନାଙ୍କ ବିଧାବା ପନôୀ ମଞ୍ଜୁ ଜେନା ।

Leave a Reply

Your email address will not be published. Required fields are marked *