ad
ଜିଲ୍ଲା ପରିକ୍ରମା

ଭଦ୍ରକ : ଜ୍ୟୋତିରୂପା ଲୋକାର୍ପିତ

ଭଦ୍ରକ, ୧୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବର୍ତ୍ତମାନର ଅବକ୍ଷୟମୁଖୀ ସମାଜରେ ମାତୃକୃପା ହିଁ ଏହାର ସୁଧାର ଦିଗରେ ସହାୟକ ହେବ। ଏଣୁ ଆମ ଉତ୍ତରପିଢିଙ୍କ ନିକଟରେ ଏହି ଭଗବତ କୃପା ଉନ୍ମେଷ କରାଇବା ଦିଗରେ ଆମ ପ୍ରତ୍ୟେକଙ୍କର ଗୁରୁଦାୟିତ୍ୱ ରହିଛି ବୋଲି କେବଳ ଭଦ୍ରକ ନୁହେଁ ଉତ୍ତର ଓଡ଼ିଶାରେ ସୁପ୍ରସିଦ୍ଧ ଶ୍ରୀ ଶ୍ରୀ ଦକ୍ଷିଣେଶ୍ୱର କାଳୀଙ୍କ ଏକାଦଶତମ ବାର୍ଷିକ ପ୍ରତିଷ୍ଠା ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ଏହି ଉତ୍ସବକୁ ଜିଲାପାଳ ଜ୍ଞାନ ଦାସ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶୁଭ ଉଦ୍ଘାଟନ କରି ଏହାର ବାର୍ଷିକ ମୁଖପତ୍ର “ଜ୍ୟୋତିରୂପା” ର ଉନ୍ମୋଚନ କରିଥିଲେ। ଏହି ଉନ୍ମୋଚନ ଉତ୍ସବରେ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ଅଧ୍ୟକ୍ଷତରେ ଇଂ ଅଭୟ ସୂତାର, ନିହାର ରଂଜନ କର, ପ୍ରମୋଦ ରାୟ, ବସନ୍ତ ଆଚାର୍ଯ୍ୟ, ବିଜୟ କୁମାର କର, ଜଟାଧାରୀ ବାବା, ଦେବଦତ୍ତ ପଣ୍ଡା, ରାମନାରାୟଣ ମହାନ୍ତି, ଅନନ୍ତ କିଶୋର ରାଉତରାୟ ପ୍ରମୁଖ ଉପସ୍ଥିତ ରହି ସମାଜରେ ମାତୃକୃପାର ଆବଶ୍ୟକତା ସଂପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ କୁନି କୁନି ପିଲାମାନଙ୍କୁ ନେଇ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ମନ୍ଦିରର ପ୍ରାଣ ପ୍ରତିଷ୍ଠାତା ସତ୍ୟ ନାରାୟଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top