ଭଦ୍ରକ ଜେଲ୍ ରେ ବିଶ୍ୱ ଯୋଗ ଦିବସ ପାଳିତ

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଭଦ୍ରକ ପକ୍ଷରୁ ଭଦ୍ରକ ଜେଲ୍ ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ମହାସମାରୋହରେ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମାଉଣ୍ଟଆବୁ ରାଜସ୍ଥାନର ସ୍ପାର୍କ ପ୍ରଭାଗର ରାଷ୍ଟ୍ରୀୟ ସଂଯୋଜକ ବ୍ରହ୍ମାକୁମାର ଶ୍ରୀକାନ୍ତ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଭୁବନେଶ୍ୱର ୟୁନିଟ୍-୮ ସେବାକେନ୍ଦ୍ରର ସଂଚାଳିକା ବ୍ରହ୍ମାକୁମାରୀ ଦୁର୍ଗେଶ ନନ୍ଦିନୀ ସମସ୍ତଙ୍କୁ ଯୋଗର ଅନୁଭୂତି କରାଇଥିଲେ। ଜେଲ୍ ସୁପରିଟେଣ୍ଡେଣ୍ଟ ଚିନ୍ମୟ ପାତ୍ର ଏହି କାର୍ଯ୍ୟକ୍ରମରେ କିଛି ବ୍ୟକ୍ତି ପରିବର୍ତ୍ତନ ହେଲେ ବି ସେ ଆନନ୍ଦିତ ହେବେବୋଲି ମତବ୍ୟକ୍ତ କରିଥିବାବେଳେ ବ୍ରହ୍ମାକୁମାରୀ ସଂସ୍କାର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆସିଷ୍ଟାଣ୍ଟ ଜେଲର ପ୍ରକାଶ ଚନ୍ଦ୍ର ରାଣା, ର୍ଫାମାସିଷ୍ଟ ଜନ୍ମେଜୟ ମହାନ୍ତି, ଜିଲା ମଂଗଳ ଅଧିକାରୀ ସୁଶାନ୍ତ କୁମାର ନାୟକ, ବ୍ରହ୍ମାକୁମାରୀ ଭଦ୍ରକର ବି.କେ. ସୌଭାଗ୍ୟ, ବି.କେ. ରବିନ୍ଦ୍ର, ବି.କେ. ନିକୁଂଜ, ବି.କେ ଅନିତା, ବି.କେ ସନ୍ଧ୍ୟା ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *