ଜିଲ୍ଲା ପରିକ୍ରମା

ଭଦ୍ରକ ଜିଲ୍ଲା ଯୁବ ବିଜେଡିର ଉପ-ସଭାପତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର, ୨/୯ (ଓଡ଼ିଆ ପୁଅ): ଭଦ୍ରକ ଜିଲ୍ଲା ବିଜୁ ଯୁବ ଜନତା ଦଳର ଉପ-ସଭାପତି ତଥା ଖପରପଦା ପଞ୍ଚାୟତର ପୂର୍ବତନ ସରପଞ୍ଚ ଜୟଦେବ ସାହୁଙ୍କ ଅକାଳ ବିୟୋଗରେ ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକଟ କରିଛନ୍ତି। ସ୍ୱର୍ଗତ ସାହୁ ବିଜୁ ଜନତା ଦଳର ଜଣେ ସକ୍ରିୟ କର୍ମୀ ଥିଲେ, ଯାହାଙ୍କ ବିୟୋଗରେ ଦଳର ଅପୂରଣୀୟ କ୍ଷତି ଘଟିଲା ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି। ସ୍ୱର୍ଗତ ସାହୁଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସଭାପତି ଶ୍ରୀ ପଟ୍ଟନାୟକ ସମବେଦନା ଜ୍ଞାପନ କରିଛନ୍ତି ବୋଲି ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top